ETV Bharat / state

ସୁନ୍ଦରଗଡରେ ଲଭ- ସେକ୍ସ- ଧୋକା: ପ୍ରେମିକାକୁ ଛାଡି ଅନ୍ୟତ୍ର ବିବାହ କରୁଥିଲା ପ୍ରେମିକ, ଉଠାଇନେଲା ପୋଲିସ

author img

By ETV Bharat Odisha Team

Published : Mar 17, 2024, 11:08 PM IST

police pick up Groom from marriage Procession
police pick up Groom from marriage Procession

police pick up Groom from marriage Procession: ବିବାହ ପାଇଁ ଯାଉଥିବାବେଳେ ଅଧବାଟରୁ ବରକୁ ଉଠାଇନେଲା ପୋଲିସ । 5 ବର୍ଷ ତଳେ ପ୍ରେମିକାକୁ ଧୋକା ଦେଇ ଚାଲିଯାଇଥିଲା ଚେନ୍ନାଇ । ଅଧିକ ପଢନ୍ତୁ

police pick up Groom from marriage Procession

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳରେ ଲଭ- ସେକ୍ସ- ଧୋକା ଘଟଣା ସାମ୍ନାକୁ ଆସିଛି । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକାକୁ ଧୋକା ଦେଇଥିଲା ପ୍ରେମିକ । 5 ବର୍ଷ ପରେ ଅନ୍ୟତ୍ର ବିବାହ କରିବାକୁ ଯାଉଥିବାବେଳେ ପ୍ରେମିକକୁ ଉଠାଇ ନେଲା ପୋଲିସ । ପ୍ରେମିକାର ଅଭିଯୋଗ ଆଧାରରେ ପୋଲିସ ପ୍ରେମିକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ବାକି ରହିଗଲା ବାହାଘର । ବାହା ହେବା ପୂର୍ବରୁ ବରକୁ ଉଠାଇନେଲା ପୋଲିସ । ପ୍ରେମିକାର ଅଭିଯୋଗ ପରେ ବିବାହ ପାଇଁ ଯାଉଥିବା ବରକୁ ଅଧା ବାଟରୁ ଉଠାଇନେଲା ପୋଲିସ । ସମ୍ବଲପୁର ଜିଲ୍ଲା ବାମରାରୁ ଯୁବକଙ୍କୁ ଉଠାଇନେଲା ସୁନ୍ଦରଗଡ଼ ଧରୁଆଡ଼ିହି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର୍ତ୍ତମାନ ଏହି ଘଟଣାଟି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହାମଧ୍ୟ ପଢନ୍ତୁ..ବରଯାତ୍ରୀ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ, ଅଟକ ରହିଲେ ବର ଓ କନ୍ୟା

ପ୍ରେମିକାଙ୍କ ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପ୍ରେମ ଘନିଷ୍ଠ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ଏହି ସମୟରେ ବିଷ୍ଣୁ ପ୍ରେମିକା ଘରେ ୫ ମାସ ରହିଥିଲା । ବିବାହ କରିବ ଭାବି ପରିବାର ଲୋକେ ବି ତାକୁ ଘରେ ସ୍ଥାନ ଦେଇଥିଲେ । କିନ୍ତୁ ସମ୍ପର୍କର ୨ ବର୍ଷ ମଧ୍ୟରେ ପ୍ରେମିକା ଗର୍ଭବତୀ ହେବା ପରେ ଦିନେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲି ଯାଇଥିଲା । ପ୍ରେମିକା ଔରସରୁ ଏକ ଶିଶୁପୁତ୍ର ଜନ୍ମ ହେବା ପରେ ପ୍ରେମିକ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା ।

୫ ବର୍ଷ ଚେନ୍ନାଇରେ ରହିବା ପରେ ସପ୍ତାହ ତଳେ ଗାଁକୁ ଫେରିଥିଲା ବିଷ୍ଣୁ । ଆଉ ଅନ୍ୟ ଏକ ଯୁବତୀକୁ ବିବାହ କରିବାକୁ ସ୍ଥିର କରିଥିଲା । କୌଣସି ସୂତ୍ରରୁ ପ୍ରେମିକା ବିଷ୍ଣୁର ବିବାହ ଖବର ପାଇ ୧୬ ତାରିଖ ରାତିରେ ଧରୁଆଡିହି ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଧରୁଆଡିହି ଥାନାରେ ପୋଲିସ ଆଜି (ରବିବାର) ସକାଳ ୧୧ଟାରେ ବିଷ୍ଣୁ ବରବେଶରେ ବରଯାତ୍ରୀ ସହ କନିଆ ଘର ଅଭିମୁଖେ ବାହାରିଥିଲେ । ବାମରାରେ ପହଞ୍ଚିଲା ବେଳକୁ ପୋଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ତେବେ ପ୍ରେମିକା ସହ ବିଶ୍ଵାସଘାତ ଏବଂ ବିବାହ ନାଁରେ ଶାରୀରିକ ସମ୍ପର୍କ ସହ ମିଛ ପ୍ରତିଶ୍ରୁତି ଅଭିଯୋଗରେ ବର୍ତ୍ତମାନ ଅଟକ ରହିଛି ପ୍ରେମିକ ।

ରାଉରକେଲା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.