ETV Bharat / state

ଖାକିରେ ଦାଗ: ପୋଲିସ ହାତରେ ହାତକଡ଼ି ପକାଇଲା ପୋଲିସ - Ganja Seized in Boudh

author img

By ETV Bharat Odisha Team

Published : Apr 8, 2024, 9:37 AM IST

Updated : Apr 8, 2024, 11:35 AM IST

Ganja Seized in Boudh
Ganja Seized in Boudh

Police Arrested For Ganja Smuggling: ଗଞ୍ଜେଇ କାରବାରରେ ଖାକି ଲିଙ୍କ । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିଲେ ପୋଲିସ ବାବୁ । ବେଆଇନ ଗଞ୍ଜେଇ କାରବାର ସମ୍ପୃକ୍ତିରେ ଜଣେ ଜିଲ୍ଲା ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଅଧିକ ପଢ଼ନ୍ତୁ

Ganja Seized in Boudh

ବୌଦ୍ଧ: ଖାକିରେ ଲାଗିଲା କଳଙ୍କ । ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ବଦଳରେ ନିଜେ ମାତିଥିଲେ ଗଞ୍ଜେଇ ଚୋରାଚାଲାଣରେ । ପୋଲିସ ହାତରେ ହାତକଡି ପକାଇଛି ପୋଲିସ । ଗତକାଲି(ରବିବାର) ବେଆଇନ ଗଞ୍ଜେଇ କାରବାର ସମ୍ପୃକ୍ତିରେ ଜଣେ ଜିଲ୍ଲା ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ପୂର୍ବରୁ ବେଆଇନ ଗଞ୍ଜେଇ କାରବାର ପଛରେ ବଡ ବଡିଆଙ୍କ ସହିତ କେତେକ ଅସାଧୁ ବନ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଦେବଗଡ଼ ପନ୍ଥେଇ ରାସ୍ତା ଦେଇ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ, ପୋଲିସ ଓ ଆରଟିଓ ବିଭାଗର ସ୍କ୍ୱାର୍ଡ ଚଢାଉ କରିଥିଲେ । ଚଢାଉ ସମୟରେ ଏକ ଇଣ୍ଡିଗୋ କାର ମଧ୍ୟରୁ ୫୮ କେଜି ଗଞ୍ଜେଇ ଜବତ ସହିତ ଡିଙ୍ଗର ମାଝୀ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏଭଳି ଘଟଣା ବୌଦ୍ଧ ଜିଲ୍ଲାରେ ବାରମ୍ବାର ଘଟୁଥିବା ତଥା ଏଭଳି ବେଆଇନ କାର୍ଯ୍ୟରେ ଖାକିବର୍ଦ୍ଦିରେ ସମ୍ପୃକ୍ତି ଚିନ୍ତାରେ ବିଷୟ ହୋଇଛି । ଏନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ, ମାଡି ବସିଲା ପୋଲିସ

ତେବେ ଏହି ବେଆଇନ ଗଞ୍ଜେଇ କାରବାର ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ଜଙ୍ଗଲ ନଷ୍ଟ କରାଯାଉଛି ସବୁଜ ଜହରର ଚାଷ ପାଇଁ । ଏହି ବେଆଇନ ଗଞ୍ଜେଇ ଚାଷରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ନେଇ ବିଭିନ୍ନ ବିଭାଗର କର୍ମଚାରୀଙ୍କ ହାତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଭାବରେ ବୌଦ୍ଧ ବନ ବିଭାଗର କିଛି କରିତକର୍ମା କର୍ମଚାରୀଙ୍କ ପ୍ରୋତ୍ସାହନରେ ଏହି ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି ।

ଜିଲ୍ଲାର ବେଆଇନ ଗଞ୍ଜେଇ ସାରା ଦେଶରେ ବେଶ ଚାହିଦା ରହିଥିବା ବେଳେ ବିଭିନ୍ନ ସମୟରେ ପୋଲିସ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଧରୁଛି । ସେହିପରି ଗତ କିଛି ମାସ ତଳେ ବଘିଆପଡା ଫାଣ୍ଡି ଠାରେ ଏଭଳି ଗଞ୍ଜେଇ ଲିଙ୍କରୁ ପ୍ରାୟ ୬ ଲକ୍ଷ ଟଙ୍କା ସହିତ ଜଣେ ପୋଲିସ କର୍ମଚାରୀକୁ ଭିଜିଲାନ୍ସ କାବୁ କରିଥିଲା । ଏହା ପୂର୍ବରୁ ଉକ୍ତ ବଘିଆପଡା ଫାଣ୍ଡିର ପୋଲିସ ଅଧିକାରୀ ଏହି ଗଞ୍ଜେଇ ଲିଙ୍କରେ ନିଲମ୍ବିତ ହୋଇଥିଲେ ।

ଇଟିଭି ଭାରତ,ବୌଦ୍ଧ

Last Updated :Apr 8, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.