ETV Bharat / state

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ, ମାଡି ବସିଲା ପୋଲିସ - Ganja Seized In Koraput

author img

By ETV Bharat Odisha Team

Published : Apr 5, 2024, 10:14 PM IST

Updated : Apr 6, 2024, 2:47 PM IST

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ,
ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ,

Huge Quantity Of Ganja Seized In Koraput: ଦେହରେ ସେଲୋ ଟେପ୍ ଗୁଡାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଛତିଶଗଡର ଜଣେ ବ୍ୟକ୍ତିଙ୍କୁ ଧରିଲା ପୋଲିସ । ଅଧିକ ପଢ଼ନ୍ତୁ

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ, ମାଡି ବସିଲା ପୋଲିସ

କୋରାପୁଟ: ଦିନକୁ ଦିନ ବଢ଼ି ଚାଲିଛି ଗଞ୍ଜେଇ ଚୋରା ଚାଲାଣ । ଭିନ୍ନ ଭିନ୍ନ ତରିକା ଆପଣାଇ କରୁଛନ୍ତି ଗଞ୍ଜେଇ ଚାଲାଣ । କେତେବେଳେ ପଇଡ ଭିତରେ ତ ଆଉ କେତେବେଳେ ଗୁଡ଼ ବୋଝେଇ ଟ୍ରକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେବା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଯାଇଛି । କିନ୍ତୁ ଏକ ଅଭିନବ ଉପାୟରେ ଫିଲ୍ମ ଷ୍ଟାଇଲରେ ଦେହରେ ସେଲୋ ଟେପ୍ ଗୁଡାଇ ଗଞ୍ଜେଇ ଚୋରା ଚାଲାଣ ଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବାଞ୍ଜଲାପୁଟ ଗ୍ରାମରେ । ଯାାହକୁ ନେଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଛତିଶଗଡର ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ପ୍ରାୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର 22 କିଗ୍ରା ଗଞ୍ଜେଇ ଜବତ କରିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବାଞ୍ଜଲାପୁଟ ଛକ ନିକଟରେ ଏକ ସନ୍ଦିଗ୍ଧ ଲୋକକୁ ଧରିଥିଲେ । ବ୍ୟକ୍ତି ଜଣଙ୍କ ଉପରେ ସନ୍ଦେହ ହେବା ପରେ ତାଙ୍କୁ ପଚରାଉଚରା କରି ଯାଞ୍ଜ କରିବା ବେଳେ ତାଙ୍କ ଠାରୁ ପ୍ରାୟ 22 କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା । ତେବେ ବ୍ୟକ୍ତି ଜଣକ ଫିଲ୍ମ ଷ୍ଟାଇଲରେ ନିଜ ଦେହରେ ସେଲୋ ଟେପ୍ ଗୁଡାଇ ୭ କେଜି ଗଞ୍ଜେଇ ନେଉଥିବା ବେଳେ ଏକ ବ୍ୟାଗରେ ଭିତରେ ୧୫ କେଜି ଗଞ୍ଜେଇ ଧରି ଚାଲାଣ କରୁଥିଲା । ସେପଟେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରୁ ଉତ୍ତରପ୍ରଦେଶ ଯାଉଥିଲା ଗଞ୍ଜେଇ, ସୁବର୍ଣ୍ଣପୁରରେ ମାଡି ବସିଲା ପୋଲିସ - GANJA SEIZED

ଏହା ମଧ୍ୟ ପଢ଼ନ୍ତୁ...ଫିରିଙ୍ଗିଆ ପୋଲିସର ଚଢ଼ାଉ, 11 କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ - Ganja Seized In Kandhamal

ଅନ୍ୟପକ୍ଷେ ପୋଲିସର ତଦନ୍ତ ବେଳେ ବ୍ୟକ୍ତି ଜଣଙ୍କ ଛତିଶଗଡ ବାସିନ୍ଦା ମଣିକାନ୍ତ ବୋଲି ଜଣାପଡ଼ିଥିବା ବେଳେ ସେ ଚେନ୍ନାଇରେ ରହୁଥିଲେ । ତେବେ ବ୍ୟକ୍ତି ଜଣଙ୍କ ଆନ୍ଧ୍ର କିମ୍ବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଗଞ୍ଜଇ ଚାଲାଣ କରୁଥିବା ନେଇ ସନ୍ଦେହ କରିଛି ପୋଲିସ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ନିର୍ବାଚନ ସମୟରେ ପୋଲିସର ଯାଞ୍ଚ ଚାଲିଥିବା ବେଳେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ପର୍ଦାଫାସ କରିଛି ପୋଲିସ ।

ଇଟିଭି ଭରାତ, କୋରାପୁଟ

Last Updated :Apr 6, 2024, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.