ETV Bharat / state

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ; ଭେଟି ଦେବେ ୬୮ ହଜାର କୋଟିର ପ୍ରକଳ୍ପ

author img

By ETV Bharat Odisha Team

Published : Feb 3, 2024, 7:31 AM IST

Updated : Feb 3, 2024, 2:01 PM IST

PM Modi Sambalpur Visit: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟବାସୀଙ୍କୁ ଭେଟି ଦେବେ ୬୮ ହଜାର କୋଟିର ଏକାଧିକ ପ୍ରକଳ୍ପ । ଅଧିକ ପଢନ୍ତୁ

Etv Bharat
Etv Bharat

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ସହ ରାଜ୍ୟବାସୀଙ୍କୁ ବିଦ୍ୟୁତ, ସଡ଼କ, ରେଳ, ଗ୍ୟାସ ପାଇପଲାଇନ ଆଦି ବହୁ କ୍ଷେତ୍ରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଏଥିସହ ସମ୍ବଲପୁରରେ ଆୟୋଜିତ ବିଜେପିର ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସମ୍ବଲପୁର । ପୋଲିସ ପ୍ରଶାସନ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ ୨ଟା ୧୫ ସମୟରେ ଆଇଆଇଏମ କ୍ୟାମ୍ପସକୁ ଯିବେ । ଏଠାରେ ସେ ପ୍ରଥମେ ୪୦୦ କୋଟିର ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୨୩ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେବେ । ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସୁରକ୍ଷା ବଳୟରେ ସମ୍ବଲପୁର, ପୋଲିସ ଅଧିକାରୀଙ୍କ ସମୀକ୍ଷା

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ରେମେଡ୍ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟ ନେତୃବୃନ୍ଦମାନେ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି । ତାଙ୍କର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୭୦ ପ୍ଲାଟୁନ ପୋଲିସ, ୨ ଜଣ ରେଞ୍ଜ ଆଇଜି, ୪ ଜଣ ଏସପି, ୭ କମାଣ୍ଡାଣ୍ଟ ଓ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ସମ୍ବଲପୁରରୁ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ୪୧୨ କିଲୋମିଟର ବିଶିଷ୍ଟ ଧାମରା-ଅନୁଗୋଳ ପାଇପଲାଇନ ସେକ୍ସନକୁ ଉଦଘାଟନ କରିବେ । ଏହି ପ୍ରକଳ୍ପ ପାଇଁ ୨୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିସହ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପ ଲାଇନର ୬୯୨ କିଲୋମିଟର ବିଶିଷ୍ଟ ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନର ଶିଳାନ୍ୟାସ କରିବେ । ଏଥିପାଇଁ ୨୬୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଉକ୍ତ ଦୁଇ ପ୍ରକଳ୍ପ ଦ୍ବାରା ଓଡ଼ିଶାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୧୫.୨ ଲକ୍ଷ ଦିନରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଗେଲ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏଠାରୁ ପ୍ରାୟ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ୨୧୧୦ କୋଟି ଟଙ୍କାର ୩ ଏନଏଚ ପ୍ରକଳ୍ପ ମଧ୍ୟ ଭେଟି ଦେବେ ।

Last Updated :Feb 3, 2024, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.