ETV Bharat / state

ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସୁରକ୍ଷା ବଳୟରେ ସମ୍ବଲପୁର, ପୋଲିସ ଅଧିକାରୀଙ୍କ ସମୀକ୍ଷା

author img

By ETV Bharat Odisha Team

Published : Feb 2, 2024, 1:57 PM IST

Prime Minister's Sambalpur visit: ଆସନ୍ତାକାଲି (ଶନିବାର) ଦିନିକିଆ ଗସ୍ତରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ..

Prime Minister's Sambalpur visit
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରସ୍ତୁତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରସ୍ତୁତି

ସମ୍ବଲପୁର: ଆସନ୍ତାକାଲି(ଶନିବାର) ଦିନିକିଆ ଗସ୍ତରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିମନ୍ତେ 70 ପ୍ଲାଟୁନ ପୋଲିସ, 2 ଜଣ ରେଞ୍ଜ ଆଇଜି, 4 ଜଣ ଏସପି, 7 କମାଣ୍ଡାଣ୍ଟ, 250 ଅଫିସର ନିୟୋଜିତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମୋଦିଙ୍କ ସମ୍ବଲପୁର ଗସ୍ତ; ଆଇଆଇଏମ ସହ ୨୩ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ସମ୍ବଲପୁର । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତାକାଲି (ଶନିବାର) ସମ୍ବଲପୁରର 2ଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକାପ୍ଟର ଯୋଗେ ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ 2ଟା 15ରେ ଆଇଆଇଏମ ଯିବେ । ସେଠାରେ ପହଞ୍ଚିବା ପରେ 400 କୋଟିର ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶୁଭ ଉଦଘାଟନ କରିବେ ଓ ଏହାପରେ ସମ୍ବଲପୁର ରେମେଡ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ ।

ଏହାମଧ୍ୟ ପଢନ୍ତୁ.. ୩ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ସ୍ୱାଗତ ପାଇଁ ରାଜ୍ୟ ବିଜେପିର ଜୋରଦାର ତୟାରୀ , ଅଡିଓ-ଭିଡିଓ ରିଲିଜ

ମୋଦିଙ୍କ ଗସ୍ତକୁ ନେଇ ଆଜି(ଶୁକ୍ରବାର) ରେମେଡ଼ ପଡିଆରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ଉପସ୍ଥିତିରେ ଏକ ସୁରକ୍ଷା ବ୍ୟବସ୍ଥା ଜନିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ମୋଦିଙ୍କ ଗସ୍ତ ପାଇଁ 70 ପ୍ଲାଟୁନ ପୋଲିସ, 2 ରେଞ୍ଜ ଆଇଜି, 4 ଜଣ ଏସପି, 7 କମାଣ୍ଡେଣ୍ଟ, 250 ଅଫିସର ମୋଦି ଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ l 2ଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସମ୍ବଲପୁର ଆଇଆଇଏମ ଯିବେ ଏହାପରେ ରେମେଡ ପଡିଆ ଜନସମ୍ବୋଧନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସବୁଠୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲୋକମାନଙ୍କ ସୁବିଧା ପାଇଁ ପାର୍କି ବ୍ୟବସ୍ଥା କରାଯାଇଛି । ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମକୁ ପାଣି ବୋତଲ ନ ଆଣିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଏସପି । ସେ କହିଛନ୍ତି ଯେ, ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.