ETV Bharat / state

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Feb 2, 2024, 7:11 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

PM Modi to dedicate permanent campus of IIM Sambalpur: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସି ପହଞ୍ଚି ସାରିଛନ୍ତି l ସମ୍ବଲପୁରରେ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ରେମେଡ ପଡିଆକୁ ଯାଇ ସଭା ସ୍ଥଳ ବୁଲି ଦେଖିଥିଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସି ପହଞ୍ଚି ସାରିଛନ୍ତି l ସମ୍ବଲପୁରରେ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ରେମେଡ ପଡିଆକୁ ଯାଇ ସଭା ସ୍ଥଳ ବୁଲି ଦେଖିଥିଲେ ଧର୍ମେନ୍ଦ୍ର । ପରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ l ଏହା ପରେ ଅଇଁଠାପାଲି ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ l ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ ଯେ ଆଗାମୀ ନିର୍ବାଚନ ପୂର୍ବରୁ ଅନ୍ତରଣୀ ବଜେଟ ପରେ ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ସମ୍ବଲପୁର ଆସୁଛନ୍ତି l ଯାହା ଗୌରବର କଥା ।

ଅଧିକ ପଢନ୍ତୁ- ୩ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ସ୍ୱାଗତ ପାଇଁ ରାଜ୍ୟ ବିଜେପିର ଜୋରଦାର ତୟାରୀ , ଅଡିଓ-ଭିଡିଓ ରିଲିଜ

ସମ୍ବଲପୁରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି, ‘‘ଆସନ୍ତା କାଲି ଅପରାହ୍ନ ପ୍ରାୟ 1 ଟାରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ପହଞ୍ଚିବେ l ସେଠାରେ ପହଞ୍ଚି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶୁଭାରମ୍ଭ କରିବେ l ଏହା ପରେ ଅନ୍ୟ 22 ଗୋଟି ପ୍ରକଳ୍ପର ଶୁଭାରମ୍ଭ ଅଥବା ଭିତ୍ତି ପ୍ରସ୍ତର ସ୍ଥାପନା କରିବେ l ଏହି ପ୍ରକଳ୍ପ ଗୁଡିକୁ ମଧ୍ୟରେ ରହିଛି ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥର ବଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ ରେଳ ଲାଇନର ଲୋକାର୍ପଣ, ସୋନପୁରରୁ ପୁରୀକୁ ଏକ ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିବେ l’’

ସେହିପରି ଧର୍ମେନ୍ଦ୍ର କହିଛନ୍ତି ଶକ୍ତି କ୍ଷେତ୍ରରେ 4 ଟି ବଡ ବଡ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ l ଏଥିରେ NTPC ର 2 ଟି ପ୍ରକଳ୍ପର ଲୋକାର୍ପଣ ଗୋଟିଏ କାର୍ଯ୍ୟାରମ୍ଭ , NLC ର ଗୋଟିଏ ପ୍ରକଳ୍ପ ର କାର୍ଯ୍ୟାରମ୍ଭ ହେବ । ଏତତ ବ୍ୟତୀତ ରାଉରକେଲା ବୀରମିତ୍ରପୁରକୁ ଯୋଡ଼ୁଥିବା ବ୍ରାହ୍ମଣୀ ନଦୀ ଉପରେ 2 ଥାକିଆ ପୋଲର ଲୋକାର୍ପଣ, ଉତ୍ତର ପ୍ରଦେଶ ଜଗଦୀଶପୁରରୁ ଉପକୂଳ ଓଡିଶାକୁ ଆସୁଥିବା ଗ୍ୟାସ ପାଇପ ଲାଇନ ଲୋକାର୍ପଣ, ଝାରସୁଗୁଡାରୁ ନାଗପୁର ପେଟ୍ରୋଲିଙ୍ଗ ପ୍ରଡକ୍ଟ ସପ୍ଲାଇ ଚେନର ଶୁଭାରମ୍ଭ, ଝାରସୁଗୁଡା ଜିଲ୍ଲାର ବହୁ ପୁରାତନ ପୋଷ୍ଟ ଅଫିସକୁ ହେରିଟେଜ ପୋଷ୍ଟ ଅଫିସ ଭାବେ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.