ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ଭୋଟ ବର୍ଜନ ଚେତାବନୀ - road problem

author img

By ETV Bharat Odisha Team

Published : Mar 30, 2024, 4:57 PM IST

Boudh road problem
Boudh road problem

Boudh road problem: ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମାଳ ମାଳ ସମସ୍ୟା ଥିବା ଅଭିଯୋଗ । ନିର୍ବାଚନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି । ଅଧିକ ପଢନ୍ତୁ

Boudh road problem

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ବିକାଶମୂଳକ ଯୋଜନା ବାଟ ହୁଡିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ତଥା ରାଜନୈତିକ ଉଦାସୀନତା ଯୋଗୁଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଥିବା ବୀର ନରସିଂହପୁର ପଞ୍ଚାୟତ ଓ ସାମ୍ପୋଚ ପଞ୍ଚାୟତବାସୀ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି କରୁଆସୁଛନ୍ତି । ତେବେ ଚଳିତ ନିର୍ବାଚନ ସୁଦ୍ଧା ସମସ୍ୟାର ସମାଧାନ ନେହେଲେ ଭୋଟ ବର୍ଜନ ନେଇ ନିଷ୍ପତ୍ତି ନେଇଛନ୍ତି ପଞ୍ଚାୟତବାସିନ୍ଦା ।

ଏହାମଧ୍ୟ ପଢନ୍ତୁ.. ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ହୁଡିଛି ସରକାରଙ୍କ ବିକାଶମୂଳକ ଯୋଜନା । ଜିଲ୍ଲାର ଅନ୍ୟତମ ପୁରୁଣା ପଞ୍ଚାୟତ ବୀର ନରସିଂହପୁର ପଞ୍ଚାୟତ ଓ ସାମ୍ପୋଚ ପଞ୍ଚାୟତବାସୀ ଏବେବି ଅନେକ ସମସ୍ୟା ମଧ୍ୟରେ ରହିଥିବା ନେଇ ଅଭିଯୋଗ କରୁଛନ୍ତି । ମାର୍ଚ୍ଚ ମାସରେ ବି ଉଭୟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ଝରଣା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଏହି ଦୁଇ ପଞ୍ଚାୟତର ଅନେକ ଅଞ୍ଚଳରେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସେବାଠୁ ନେଇ ବିଭିନ୍ନ ସମସ୍ୟା ଲାଗି ରହୁଥିବା କହିଛନ୍ତି ପଞ୍ଚାୟତବାସୀ । ସମ୍ପୋଚ ପଞ୍ଚାୟତ ଜିଲ୍ଲାର ବହୁ ପୁରୁଣା ପଞ୍ଚାୟତ ହୋଇଥିଲେ ମଧ୍ୟ ଆଜିଯାଏଁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାୟୀ ରାସ୍ତା ଖଣ୍ଡେ ନାହିଁ ।

ଏହାମଧ୍ୟ ପଢନ୍ତୁ.. ଦୁର୍ଗମ ଗାଁରେ ବୌଦ୍ଧ ଜିଲ୍ଲାପାଳ: ସମସ୍ୟା ଶୁଣିଲେ, ସମାଧାନର କଥା ଦେଲେ - COLLECTOR VISITS REMOTE Village

ସେହିଭଳି ସାମ୍ପୋଚ ଠାରେ ପ୍ରସ୍ତାବିତ ମହାନଦୀରେ ମେଗା ଜଳସେଚନ ପ୍ରକଳ୍ପ ଚୋରି ହୋଇଯାଇଥିବା ବେଳେ ଏହି ପଞ୍ଚାୟତରେ ପାନୀୟଜଳ ସମସ୍ୟା ଯୋଗୁଁ କିଡନୀ ରୋଗ ମହାମାରୀର ରୂପ ନେଉଛି । ଏହି ସମସ୍ୟାଗୁଡିକର ସମାଧାନ ନେଇ ବାରମ୍ବାର ଗୁହାରୀ କରିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସିନ୍ଦା । କେବଳ ନିର୍ବାଚନ ଆସିଲେ ନେତାମାନେ ସମସ୍ୟାର ସମାଧାନ ନେଇ ମାଳ ମାଳ ପ୍ରତିଶୃତି ଦେଇଥାନ୍ତି । ହେଲେ ନିର୍ବାଚନ ପରେ ପ୍ରତିଶ୍ରୁତି କେବଳ କଥାରେ ସୀମିତ ରହିଯାଏ । ତେବେ ଦୀର୍ଘ ବର୍ଷ ହେବ ଏହିସବୁ ସମସ୍ୟା ମଧ୍ୟରେ ଯୁଝି ହେଉଥିବା ପଞ୍ଚାୟତବାସୀ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ସମାଧାନ ନେଇ ଦାବି କରିଛନ୍ତି । ନଚେତ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.