ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

By ETV Bharat Odisha Team

Published : Mar 29, 2024, 10:52 AM IST

thumbnail

Voters Reaction: ରାଉରକେଲା: ସାଧାରଣ ନିର୍ବାଚନକୁ ନେଇ ସରଗରମ ସୁନ୍ଦରଗଡ ରାଜନୀତି । ମାଳ ମାଳ ପ୍ରତିଶ୍ରୁତି ନେଇ ଜନତାଙ୍କ ପାଖକୁ ଯିବେ ନେତା । ଏହା ପୂର୍ବରୁ ନିର୍ବାଚନ ପୂର୍ବରୁ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବ୍ରତ ତରାଇଙ୍କ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବିଧାୟକ ଜନତାଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏଠାରେ ରାଜନୀତି ପାଣିପାଗ ପୁରା ଗରମ ରହିଥିବା ପରି ମନେ ହେଉଛି । ରଘୁନାଥପାଲ୍ଲୀ ତୁମକେଲା ମାଛଧରା ବସ୍ତିରେ ପ୍ରାୟ 200ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । କିନ୍ତୁ ଏଠାକାର ବାସିନ୍ଦା ଆଜିବି ମୌଳିକ ସୁବିଧାରୁ ବଞ୍ଚିତ । ଏଠାକୁ ନେତା ଆସନ୍ତି ଏବଂ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ । ନିର୍ବାଚନକୁ ନେଇ କଣ ରହିଛି ଭୋଟରଙ୍କ ମୁଡ୍‌ । ପରଖିଲା ଇଟିଭି ଭାରତ । 

ପାଣି ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା ସମସ୍ୟା, ଡ୍ରେନେଜ ସମସ୍ୟା, ଓ ବେକାରୀ ପରି ଅନେକ ସମସ୍ୟା ରହିଛି ଏହି ଅଞ୍ଚଳରେ । ବସ୍ତିରେ ଆଜିବି ପିଇବା ପାଣି ପାଇଁ ହନ୍ତସନ୍ତ ସାଧାରଣ ଲୋକେ । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆଜିବି ଲୋକଙ୍କ ପାଖରେ ଅପହଞ୍ଚ । ପାଣି ପାଇଁ ନାହିଁ ନଥିବା ଅବସ୍ଥାରେ ପହଞ୍ଚିଛନ୍ତି ବସ୍ତି ବାସିନ୍ଦା ପାଇପ ଲାଗିଛି କନେକ୍ସନ ହୋଇଛି କିନ୍ତୁ ପାଣି ଆସିବାର ନାଁ ନାହିଁ । ଏଥି ସହ ଡ୍ରେନେଜ ସମସ୍ୟା ମଧ୍ୟ ବ୍ୟାପକ ରହିଛି । ସବୁଠାରୁ ବଡ଼ କଥା ଏଠାରେ ଲୋକଙ୍କ ପାଇଁ ଶୌଚାଳୟ ଖଣ୍ଡିଏ ବି ନାହିଁ । ପୁରୁଷ ଏବଂ ମହିଳା ଆଜି ମଧ୍ୟ ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ସ୍ଥାନୀୟ ନେତା ଏବଂ ପ୍ରଶାସନଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯେଉଁଠାରେ ରାଜ୍ୟ ସରକାର ଲୋକଙ୍କୁ ଜାଗା ମିଶନରେ ଜାଗା ପାଇଁ ପଟ୍ଟା ପ୍ରଦାନ କରିଛନ୍ତି ସେତେବେଳେ ମଧ୍ୟ ଏହି ହରିଜନ ବସ୍ତିରୁ ଗୋଟିଏ ଲୋକଙ୍କୁ ହେଲେ ମଧ୍ୟ ସର୍ଭେରେ ସାମିଲ କରାଯାଇନାହିଁ । ଏହି ଚାଷୀ ବହୁଳ ଅଞ୍ଚଳ ଏବଂ ଶିଳ୍ପାଞ୍ଚଳ ରଘୁନାଥପାଲ୍ଲୀ ମଣ୍ଡଳୀରେ ଆଜିବି ବେକାରୀ ସମସ୍ୟା ରହିଛି । ବିଧାୟକ ଆଜି ପର୍ଯ୍ୟନ୍ତ କେବେ ବେରୋଜଗାର ବା ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ଅଞ୍ଚଳରେ କେବେ କେଉଁଠି ମୁହଁ ଖୋଲି ନାହାନ୍ତି ନିଜ ଅଞ୍ଚଳ ଛାଡି କେବଳ ଭୁବନେଶ୍ୱରରେ ରୁହନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.