ETV Bharat / state

ଭକ୍ତଙ୍କୁ ପ୍ରତାରଣା କଲେ ରାଜ୍ୟ ସରକାର, ଖୋଲିଲେନି ଶ୍ରୀମନ୍ଦିର ଚାରିଦ୍ୱାର

author img

By ETV Bharat Odisha Team

Published : Feb 1, 2024, 9:36 PM IST

ଭକ୍ତଙ୍କୁ ପ୍ରତାରଣା କଲେ ରାଜ୍ୟ ସରକାର , ଖୋଲିଲେନି ଶ୍ରୀମନ୍ଦିର ଚାରିଦ୍ୱାର
ଭକ୍ତଙ୍କୁ ପ୍ରତାରଣା କଲେ ରାଜ୍ୟ ସରକାର , ଖୋଲିଲେନି ଶ୍ରୀମନ୍ଦିର ଚାରିଦ୍ୱାର

Demand To Open Srimandir all Gates: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ମଧ୍ୟ ପ୍ରସାଶନ ମନ୍ଦିର ଚାରିଦ୍ୱାର ଖୋଲିଲେ ନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । କଂଗ୍ରେସ ଦେଲା ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ

ଭକ୍ତଙ୍କୁ ପ୍ରତାରଣା କଲେ ରାଜ୍ୟ ସରକାର , ଖୋଲିଲେନି ଶ୍ରୀମନ୍ଦିର ଚାରିଦ୍ୱାର

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇ ସାରିଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ତେବେ ପରିକ୍ରମା ମାର୍ଗ ଲୋକାର୍ପଣ ପରେ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ଭକ୍ତଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଉପରେ ଆଉ ଧ୍ୟାନ ଦେଉନାହିଁ ପ୍ରଶାସନ । ଫଳରେ ମନ୍ଦିରକୁ ଆସୁଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କଲବଲ ହେଉଛନ୍ତି । ଦୀର୍ଘ ସମୟ ଧରି ଠିଆ ହୋଇ ଧର୍ଯ୍ୟ ହରାଇ ଫେରି ଯାଉଛନ୍ତି ଅନେକ ଶ୍ରଦ୍ଧାଳୁ । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ପ୍ରସଶନ ଓ ଶ୍ରୀମନ୍ଦିର ପ୍ରସଶନର ଏଥିରେ ହସ୍ତକ୍ଷେପ କରୁନାହାନ୍ତି । ଯହାଫଳରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

ପ୍ରସାଶନ ନିଜ ଜିଦରେ ଅଟଳ ରହି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲୁନାହିଁ । ଫଳରେ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାହିଁ ନଥିବା ଅସୁବିଧିାର ସମ୍ମୁଖିନ ହେଉଛନ୍ତି । ଏଭଳି ସ୍ଥିତିରେ କେତେକ ସେବାୟତ ଓ ପୋଲିସ କର୍ମଚାରୀ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଟଙ୍କା ଆଦାୟ କରାଯାଇ ଭକ୍ତଙ୍କୁ ପ୍ରବେଶ କରାଯାଉଛି । ଭକ୍ତଙ୍କ ଭିତରେ ଏଭଳି ପାତର ଅନ୍ତର ନୀତିକୁ ଭକ୍ତ, ସେବାୟତ ନିନ୍ଦା କରିଛନ୍ତି । ମହାପ୍ରଭୁଙ୍କ ପାଖରେ ଭକ୍ତଙ୍କୁ ଆର୍ଥିକ ଶୋଷଣ କରାଯାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସବୁ ଜାଣି ଚୁପ୍ ବସି ରହୁଥିବା ଅଭିଯୋଗ ହୋଇଛି । ଏ ନେଇ ସରକାର ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ ....ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାନା ବିକ୍ରି ନେଇ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ଏନେଇ ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି , ସରକାର ତାଙ୍କର ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ଭକ୍ତଙ୍କୁ ଧୋକା ଦେଇଛନ୍ତି । ପରିକ୍ରମା ମାର୍ଗ ଲୋକାର୍ପଣ ପରେ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ କହିଥିଲେ । ହେଲେ ତାହା ସରକାର ଭୁଲି ଗଲେ । ଯାହା ନିନ୍ଦନୀୟ । ଭକ୍ତମାନେ ଦର୍ଶନ ପାଇଁ ହଇରାଣ ହେଉଛନ୍ତି ।' ତେଣୁ ଚାରିଦ୍ଵାର ଖୋଲିବା ପାଇଁ ସେ ଦାବି କରିଛନ୍ତି ।

ସେହିଭଳି ଯୁବ କଂଗ୍ରେସ ନେତା ବିଶ୍ବନାଥ ଦାଶ କହିଛନ୍ତି ," ଭକ୍ତଙ୍କ ସୁବିଧା ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର ଦିଆଯାଇଛି । ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ରହି କଷ୍ଟ ପାଉଛନ୍ତି । ଅନେକ ଦର୍ଶନ ନ କରି ଫେରିଯାଉଛନ୍ତି । ହେଲେ ପ୍ରଶାସନ ଚରିଦ୍ୱାର ଖୋଲିବା ନେଇ କିଛି ବି ପଦକ୍ଷେପ ଗ୍ରହଣ କରୁନାହିଁ । ତେବେ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ । " ଅନ୍ୟପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ," ବର୍ତ୍ତମାନ ମୁଁ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛି । କ'ଣ ପାଇଁ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ଛାଡି ଅନ୍ୟ ଦ୍ଵାର ବନ୍ଦ ରହିଛି ଜାଣିନାହିଁ ।ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସହ ଆଲୋଚୋନା କରିବି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.