ETV Bharat / state

ରାଜଧାନୀରେ ମିଳୁନି ପିଇବା ପାଣି, ଧାରଣାରେ ବସିଲେ ବସ୍ତି ବାସିନ୍ଦା - drinking water problem

author img

By ETV Bharat Odisha Team

Published : May 13, 2024, 10:00 PM IST

DRINKING WATER PROBLEM: ପିଇବା ପାଣି ଡହଳ ବିକଳ ରାଜଧାନୀର ବିଶେଶ୍ୱର ବସ୍ତି ବାସିନ୍ଦା । ମୁଖ୍ୟ ରାସ୍ତା ଅବରୋଧ କରି ଜଳ ସମସ୍ୟାର ସମାଧାନ ପାଇଁ କଲେ ଦାବି । ସାଧାରଣ ଲୋକଙ୍କ ଯାତାୟତରେ ସୃଷ୍ଟି ହେଲା ବାଧା । ଅଧିକ ପଢନ୍ତୁ

ରାଜଧାନୀରେ ମିଳୁନି ପିଇବା ପାଣି, ଧାରଣାରେ ବସିଲେ ବସ୍ତି ବାସିନ୍ଦା
ରାଜଧାନୀରେ ମିଳୁନି ପିଇବା ପାଣି, ଧାରଣାରେ ବସିଲେ ବସ୍ତି ବାସିନ୍ଦା (ETV Bharat Odisha)

ରାଜଧାନୀରେ ମିଳୁନି ପିଇବା ପାଣି, ଧାରଣାରେ ବସିଲେ ବସ୍ତି ବାସିନ୍ଦା (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ମିଳୁନି ପିଇବା ପାଣି । ପାଣି ପାଇଁ ବିକ୍ଷୋଭ ସହ ଧାରଣାରେ ବସ୍ତି ବାସିନ୍ଦା । ନିର୍ବାଚନ ସମୟରେ ମୌଳିକ ସୁବିଧା ଲୋକଙ୍କ ପାଇଁ ସାଜିଛି ସାତ ସପନ । ପାଣି ପାଇଁ ଆହାକାର ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନିକଟସ୍ଥ ବିଶେଶ୍ୱର ବସ୍ତି । ପାଣିର ଘୋର ସମସ୍ୟାରେ ୫ ଦିନ ହେବ ଯୁଝି ହେଉଛି ରାଜଧାନୀର ଏହି ବିଶେଶ୍ୱର ବସ୍ତି । ପାଞ୍ଚରୁ ଛଅ ଦିନ ହେବ ଟୋପାଏ ପାଣି ଆସୁନଥିବାବେଳେ ଆଜି ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ହୋହାଲ୍ଲା ନାରାବାଜି ସହ ରାସ୍ତାରୋକ କରିବା ପରେ ମିଳିଲା ପାଣି ।

ଯାହା ଫଳରେ ଗାଡି ମଟର ଯାତାୟତ ଠପ ହୋଇଥିବା ବେଳେ ବହୁ ବାଇକ ଆରୋହୀ, ଅଟୋ ,ମୋ ବସ, ଭଳି ଯାନବାହାନ କିଛି ସମୟ ପାଇଁ ଅଟକି ଯାଇଥିଲେ । ଏଥିପଇଁ ଆପୋଲୋ ହସ୍ପିଟାଲ ରାସ୍ତାରେ ଲୋକଙ୍କର ଯିବା ଆସିବା ବନ୍ଦ ହୋଇଯାଇଥିଲା ।ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପୋଲିସ ଆସି ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ ଧାରଣାରତ ବସ୍ତି ବାସିନ୍ଦା ।

ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ବର୍ଷେ ହେବ ପାଣି ଯୋଗାଣରେ ବସ୍ତିରେ ସମସ୍ୟା ରହିଛି । କିଛି ଦିନ ପାଣି ଆସିଲେ କିଛି ଦିନ ପାଣି ଆସେନାହିଁ । ଏନେଇ ଅନେକ ଥର ବିଏମସିକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ହେଲେ ଗତ 5 ଦିନ ହେବ ବସ୍ତିରେ ସମ୍ପୂର୍ଣ୍ଣ ପାଣି ଠପ୍ ହୋଇଥିଲା । ପାଣି ସମସ୍ୟାକୁ ନେଇ ବିଏମସି ପକ୍ଷରୁ ପ୍ରତ୍ୟେକ ଦିନ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ପାଣିର ଅଭାବ ଗୋଟିଏ ଟ୍ୟାଙ୍କରରେ ପୂରଣ ହେଉନଥିଲା । ତେଣୁ ଦୁଇ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ବିଏମସି ପାଣି ଯୋଗାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ......ଷ୍ଟିଲ ସିଟିରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ବସ୍ତି ବାସିନ୍ଦା - Rourkela Water Problem

ସେମାନେ ଆହୁରି କହିଛନ୍ତି ଯେ, ଯଦି ପାଇପରେ ପାଣି ନ ଆସେ ତେବେ ପୁଣି ରାସ୍ତା ଅବରୋଧ କରିବେ । ଅନ୍ୟପଟେ ପାଣି ନ ଆସିବାର ଅଧା ଘଣ୍ଟାରେ ସମସ୍ୟା ଦୂର ହେଉଛି ହେଲେ ଆମେ ଗରିବ ବସ୍ତି ବାସିନ୍ଦା ବୋଲି ଆମ କଥା କେହି ଶୁଣୁନାହାନ୍ତି । ଭୋଟ ସମୟରେ ବି ଆମକୁ ହଇରାଣ କରୁଛନ୍ତି । ପାଣି ସମସ୍ୟାର ସମାଧାନ ନ ହେଲେ ଭୋଟ ଏଥର ଦେବୁ ନାହିଁ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.