ETV Bharat / state

ଗାଁକୁ ରାସ୍ତା ନାହିଁ, ୨ କିଲୋମିଟର ଖଟିଆରେ ବୁହାହେଲେ ଗୁରୁତର - Patient carried on cot

author img

By ETV Bharat Odisha Team

Published : Apr 6, 2024, 7:40 AM IST

ଗାଁକୁ ରାସ୍ତା ନାହିଁ, ୨ କିଲୋମିଟର ଖଟିଆରେ ବୁହାହେଲେ ଗୁରୁତର
ଗାଁକୁ ରାସ୍ତା ନାହିଁ, ୨ କିଲୋମିଟର ଖଟିଆରେ ବୁହାହେଲେ ଗୁରୁତର

Patient carried on cot: ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । କଳାହାଣ୍ଡିରୁ ସାମ୍ନାକୁ ଆସିଲା ୨୫ ବର୍ଷର ସରକାରଙ୍କ ଢୋଲପିଟା ବିକାଶର ନଗ୍ନ ଚିତ୍ର । ଅଧିକ ପଢନ୍ତୁ

ଖଟିଆରେ ବୁହାହେଲେ ଗୁରୁତର

ଭବାନୀପାଟଣା: ଗ୍ରାମାଞ୍ଚଳର ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ସରକାର । ରାସ୍ତାଘାଟ ଓ ପୋଲ ନିର୍ମାଣ ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଆଜି ବି ପକ୍କା ରାସ୍ତା ଖଣ୍ଡେ ଅଭାବରୁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । କେଉଁଠି ଡାକ୍ତରଖାନା ଯିବାକୁ ଗର୍ଭବତୀ ନଦୀ ପାର୍ ହେଉଛି ତ ଆଉ କେଉଁଠି ଖଟିଆରେ ବୁହା ହେଉଛି ରୋଗୀ । ୨୫ ବର୍ଷର ସରକାରଙ୍କ ଢୋଲପିଟା ବିକାଶର ସେମିତି କିଛି ନଗ୍ନ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଆଦିବାସୀ ଅଧ୍ୟୁଷିତ ବଡ ସେମେଲପଦର ଗାଁରୁ । ଏଠାରେ ଗଛରେ ପଡି ଗୁରୁତର ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ଦୀର୍ଘ ୨ କିଲୋମିଟର ଖଟିଆରେ ବୋହିବାକୁ ପଡିଛି ।

ସୂଚନା ମୁତାବକ, ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ ସେମେଲପଦର ଗାଁର ଭୁବନେ ମାଝୀଙ୍କ ପୁଅ ଡମେ ମାଝୀ ନିଜ ଚାଷଜମିରେ ଗଛ କାଟୁଥିବା ବେଳେ ଗଛର ଏକ ଶାଖା ଛିଣ୍ଡି ତାଙ୍କ ଡାହାଣ ଗୋଡ଼ରେ ପଡ଼ିଥିଲା । ଏଥିରେ ଡମେଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଓ ଗାଁ ମୁଣ୍ଡରେ ଥିବା ନାଳ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ଯାଇଥିଲା । ଫଳରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ଡମେଙ୍କୁ ଏକ ଖଟିଆରେ ୨ କିମି ବୋହି ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ


ରାସ୍ତା ଖଣ୍ଡିଏ ନଥିବାରୁ ଆଦିବାସୀ ବହୁଳ ବଡ଼ ସେମେଲପଦର ଗାଁର ଲୋକେ ଏଭଳି ଦହଗଞ୍ଜର ଶିକାର ହେଉଥିବା ବେଳେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନଥିବାରୁ ଅଭିଯୋଗ ହୋଇଛି । ବିକାଶ ନାଁରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବି ଅନେକ ଗାଁ ଅଛି, ଯେଉଁଠି ପକ୍କା ରାସ୍ତା ତ ଦୂରର କଥା କଚ୍ଚା ମାଟି ରାସ୍ତାଟିଏ ମଧ୍ୟ ହୋଇପାରିନି l ଯାହାଫଳରେ ଅନେକ ସମୟରେ ଅତ୍ୟନ୍ତ ଦୟନୀୟ ଚିତ୍ର ସାମ୍ନାକୁ ଆସୁଛି l ଗାଁକୁ ମାଟି ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ରହୁଛନ୍ତି l ଆଗକୁ ନିର୍ବାଚନ ଥିବାରୁ ନେତାମାନେ ମାଳ ମାଳ ପ୍ରତିଶ୍ରୁତିରେ ଲୋକଙ୍କୁ ପୋତି ପକାଉଥିବା ବେଳେ ଆଦିବାସୀ ଆଧ୍ୟୁଷିତ ଇଲାକାରେ ଏହା ହିଁ ହେଉଛି ବିକାଶର ଅସଲ ଚିତ୍ର, ଯାହା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.