ETV Bharat / state

ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଲା 'ପଖାଳ ଭୋଗ'

author img

By ETV Bharat Odisha Team

Published : Mar 20, 2024, 10:53 PM IST

ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଲା 'ପଖାଳ ଭୋଗ'
ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଲା 'ପଖାଳ ଭୋଗ'

Pakhala Divas Celebration: ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଧନୀ ଠାରୁ ଗରିବ ସମସ୍ତେ 'ପଖାଳ ଦିବସ' ପାଳନ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଲା 'ପଖାଳ ଭୋଗ'

ବୌଦ୍ଧ: କୋଟି ଓଡିଆଙ୍କ ପ୍ରିୟ ଖାଦ୍ୟ 'ପଖାଳ' । ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଶୈଳୀରେ ଏହି ଦିବସକୁ ପାଳନ କରାଯାଇଛି । ଛୋଟ ବଡ ହୋଟେଲ ,ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳର ବେଶ ଚାହିଦା ଦେଖିବାକୁ ମିଳିଛି । ସେହିପର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହି ଦିବସ ପାଳନ ହୋଇଥିବା ବେଳେ ବୌଦ୍ଧର ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ପଖାଳ ଭୋଗ ଲାଗିଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଗରିବ ଠାରୁ ଧନୀ ପ୍ରତ୍ୟେକଙ୍କ ଅତିପ୍ରିୟ 'ପଖାଳ ଦିବସ' ପାଳନ କରାଯାଇଛି । ପ୍ରାଚୀନ କାଳରୁ ଓଡ଼ିଶାର ପୁରପଲ୍ଲୀରେ ଏହି ପାରମ୍ପରିକ ଖାଦ୍ୟ ପଖାଳର ବେଶ ଚାହିଦା ରହି ଆସିଛି । ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଆଜି ବ୍ୟାପକ ପ୍ରସ୍ତୁତି କରାଯାଉଥିଲା ।ସେହିପରି ବୌଦ୍ଧ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଛୋଟିଆ ହୋଟେଲ 'ମିଶ୍ର ହୋଟେଲ'ରେ ବର୍ଷ ତମାମ ପଖାଳର ଚାହିଦା ରହିଆସିଛି । ଏଠାରେ ସଜ ପଖାଳ, ବାସି ପଖାଳ, ଦହି ପଖାଳ ଓ ଛୁଙ୍କ ପଖାଳ ଭଳି ବିଭିନ୍ନ ପଖାଳ ସହିତ ବଡ଼ି ଚୁରା, ଶାଗ, ଖଟା,ଆଳୁ ବାଇଗଣ ଭର୍ତା ସହିତ ମହାନଦୀର ଚୁନା ମାଛ ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇ ଆସିଛି ।

ଏହା ମଧ୍ୟ ପଢନ୍ତୁ .....'ପଖାଳ ଦିବସ'କୁ ସାମାନ୍ୟ ଫିକା କଲା ବର୍ଷା, ତଥାପି ପାଳିଲେ କଟକବାସୀ

ଓଡ଼ିଆ ରୀତି ନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ଲାଗିଥାଏ । ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ । ପ୍ରଭୁଙ୍କ ପାଇଁ ସେବକ ମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାନ୍ତି ।ସେହିପରି ଆଜି ବୌଦ୍ଧ ଜିଲ୍ଲାର ସର୍ବପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଠାକୁରଙ୍କ ନିକଟରେ ପଖାଳ ଭୋଗ ଲାଗି ହୋଇଥିଲା । ଶ୍ରଦ୍ଧାଳୁମାନେ ମାଟି କୁଡୁଆରେ ପଖାଳ ଭୋଗ ସହିତ ବିଭିନ୍ନ ବ୍ୟଞ୍ଜନ ଗ୍ରହଣ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାନ୍ତି ।ତେଣୁ ଓଡିଆଙ୍କ ମନରେ ପଖାଳର ନିଆରା ସ୍ଥାନ ରହିଛି ।ପଖାଳ ଖାଦ୍ୟ କେବଳ ଘରର ରୋଷେଇ ଶାଳରେ ସିମୀତ ନ ରହି ବର୍ତ୍ତମାନ ବଡ଼ ବଡ଼ ହୋଟେଲ ରେଷ୍ଟୁରାଣ୍ଟରେ ମେନ୍ୟୁରେ ସ୍ବତନ୍ତ୍ର ସ୍ଥାନ ପାଇଛି ।

ଇଟିଭି ଭାରତ, ବୈଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.