ETV Bharat / state

ରାମ ନବମୀରେ ନାମ ସଂକୀର୍ତ୍ତନ ବେଳେ ଫୁଟିଲା ଗୁଳି, ଜଣେ ଗୁରୁତର - Firing in Boudh

author img

By ETV Bharat Odisha Team

Published : Apr 18, 2024, 11:17 AM IST

Firing in Boudh
Firing in Boudh

Firing in Boudh: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପିପଲପାଲି ଗାଁରେ ନାମ ସଂକୀର୍ତ୍ତନ ବେଳେ ଫୁଟିଲା ଗୁଳି । ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ବୌଦ୍ଧ: ନାମ ସଂକୀର୍ତ୍ତନ ବେଳେ ଫୁଟିଲା ଗୁଳି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପିପଲପାଲି ଗାଁରେ ରାମ ନବମୀ ପାଇଁ ଚାଲିଥବା ନାମ ସଂକୀର୍ତ୍ତନ ସମୟରେରେ ଫୁଟିଛି ଗୁଳି । ତେବେ ଦୁର୍ବୁତ୍ତଙ୍କ ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଶଅବମିତ୍ରା ଜାନୀ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଶ୍ରୀ ରାମ ନବମୀ ଉପଲକ୍ଷେ ଜିଲ୍ଲାର କଣ୍ଟାମାଳ ଥାନା ଅର୍ନ୍ତଗତ ଲମ୍ବସରୀ ପଞ୍ଚାୟତ ର ପିପଲପାଲି ଗ୍ରାମରେ ନାମ ସଂକୀର୍ତ୍ତନ ଚାଲିଥିଲା । ସେହି ସମୟରେ କିଛି ଦୁର୍ବୁତ୍ତ ଆସି ହଠାତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ପିପଲପାଲି ଗ୍ରାମର ବିଶ୍ବମିତ୍ରାଙ୍କ ଦେହରେ ଗୁଳି ବାଜିଥିଲା । ଏନେଇ ଘଟଣାସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିତିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଗୁଳିକାଣ୍ଡ ରାଜନୈତିକ ଲିଙ୍କ ନା ଅନ୍ୟ କୈାଣସି କାରଣରୁ ହୋଇଛି ସେନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- କିଞ୍ଜିରକେଲାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା ଭବାନୀ ପଟେଲ

ଏହା ମଧ୍ୟ ପଢନ୍ତୁ- ଶ୍ବଶୁର ଘରେ ସ୍ତ୍ରୀକୁ ଗୁଳିମାଡ଼, ପରେ ନିଜକୁ ଗୁଳି କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

ସେହିପରି କିଛି ଦିନ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବାରେ ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ୬ ଜଣ ଦୁର୍ବୁତ୍ତ ଆସି ଗୁଳି ଚଳାଇଥିଲେ । ଏଥିସହ ତାଙ୍କ ପତ୍ନୀ କୁଲବାର ପୂର୍ବତନ ସମିତିସଭ୍ୟା ସୁଶୀଳା ପଟେଲଙ୍କ ବେକରୁ ସୁନାଚେନ୍ ଟାଣିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ତେବେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଧରିଛି ପୋଲିସ । ସେଥିରୁ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କ ଠାରୁ ୩ଟି ପିସ୍ତଲ, ୩ଟି ବାଇକ୍, ୭ଟି ମୋବାଇଲ୍‌ ଓ ଗୋଟିଏ ଛୁରି ଜବତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.