ETV Bharat / state

ଲକ୍ଷ୍ମୀ ବସ ଧକ୍କାରେ ଲିଭିଗଲା ଜଣଙ୍କ ଜୀବନ ଦୀପ - Laxmi Bus accident

author img

By ETV Bharat Odisha Team

Published : Apr 9, 2024, 10:18 PM IST

ଲକ୍ଷ୍ମୀ ବସ ଧକ୍କାରେ ଲିଭିଗଲା ଜଣଙ୍କ ଜୀବନ ଦୀପ,
ଲକ୍ଷ୍ମୀ ବସ ଧକ୍କାରେ ଲିଭିଗଲା ଜଣଙ୍କ ଜୀବନ ଦୀପ,

Laxmi Bus accident in Boudh: ଲକ୍ଷ୍ମୀ ବସ ଧକ୍କାରେ ଯୁବକ ମୃତ ଓ ଜଣେ ଗୁରୁତର। ଲମ୍ବସରୀ ପଞ୍ଚାୟତ ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ଲକ୍ଷ୍ମୀ ବସ ପଛ ପଟରୁ ତାଙ୍କ ଉପରେ ଚଢି ଯାଇଥିଲା । ଅଧିକ ପଢ଼ନ୍ତୁ,

ଲକ୍ଷ୍ମୀ ବସ ଧକ୍କାରେ ଲିଭିଗଲା ଜଣଙ୍କ ଜୀବନ ଦୀପ,

ବୌଦ୍ଧ: ଲକ୍ଷ୍ମୀ ବସ ଧକ୍କାରେ ଯୁବକ ମୃତ ଓ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତରେ ଘଟିଛି । ସୂଚନା ଅନୁଯାୟୀ,ସେମାନେ ଲମ୍ବସରୀ ପଞ୍ଚାୟତ ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ଲକ୍ଷ୍ମୀ ବସ ପଛ ପଟରୁ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅଥିକ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବିଚିକା ଗ୍ରାମର ଦୁଇ ଜଣ ଯୁବକ କଣ୍ଟାମାଳକୁ କୋର୍ଟ କାର୍ଯ୍ୟ ପାଇଁ ନିଜ ବାଇକ ଯୋଗେ ବାହାରି ଥିଲେ । ସେମାନେ ଲମ୍ବସରୀ ପଞ୍ଚାୟତ ଛକ ନିକଟରେ ସକାଳ ପ୍ରାୟ ସାଢେ ଆଠଟା ସମୟରେ ଛିଡ଼ା ହୋଇଥିବା ବେଳେ ସେଠାରେ ଲକ୍ଷ୍ମୀ ବସ ପଛକୁ ବୁଲାଉଥିବା ସମୟରେ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ବିଚିକା ଗ୍ରାମର ବାଲ୍ମୀକି ମହାନନ୍ଦିଆଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟରେ ତାଙ୍କ ସହିତ ଥିବା ପ୍ରଶାନ୍ତ ମହାନନ୍ଦିଆ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ପ୍ରଶାନ୍ତ ମହାନନ୍ଦିଆଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ପରେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ... ଲଷ୍ମୀ ବସରେ ମଦୁଆ ଡ୍ରାଇଭର, ପୋଲିସ ଜିମା ଦେଲେ ଲୋକେ - Drunk Driver In Laxmi Bus

ସେହିପରି କିଛିଦିନ ତଳେ ଅନୁଗୋଳରୁ ପ୍ରାୟ ୧୦ ରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ବଡ କେରଜାଙ୍ଗ ଆଡକୁ ଲକ୍ଷ୍ମୀ ବସ ଯାଉଥିଲା । ଡ୍ରାଇଭରର ବେପାରୁଆ ଗାଡି ଚାଳନା ପାଇଁ ବସ ଯାତ୍ରୀମାନେ ବିରୋଧ କରିଥିଲେ । ପରେ ଲୋକମାନେ ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଯାହାଫଳରେ ଲୋକମାନେ ଡାବରଧୁଆଁ ଛକ ଠାରେ ଗାଡିରୁ ଓହ୍ଲାଇବା ସହ ଡ୍ରାଇଭରକୁ ଅଟକ ରଖିଥିଲେ । ପରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସକୁ ଅଟକ ରଖିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.