ETV Bharat / state

ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ, ବେଳାଭୂମିରେ ପଡ଼ିଛି ଶହଶହ ମୃତଦେହ

author img

By ETV Bharat Odisha Team

Published : Feb 5, 2024, 10:30 PM IST

ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ
ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ

Olive Ridley Sea Turtles: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବେଳାଭୂମିରେ ଅଲିଭରିଡ଼ଲେ କଇଁଛଙ୍କ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ

ଜଗତସିଂହପୁର: ଓଡିଶାର ଜଳବାୟୁକୁ ସୁରକ୍ଷିତ ମନେ କରି ଅଣ୍ଡାଦାନ କରିବା ପାଇଁ ଆସିଥାନ୍ତି ଅଲିଭ ରିଡ଼ଲେ କଇଁଛ । ଓଡ଼ିଶାରେ ବିଭିନ୍ନ ବେଳାଭୂମିରେ ଅଣ୍ଡାଦାନ କରିଥାନ୍ତି । ଏହାରି ଭିତରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଅଲିଭ ରିଡ଼ଲେ । ପାରାଦ୍ୱୀପ ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ପାରାଦ୍ୱୀପ ସମୁଦ୍ର ବେଳାଭୂମିର ଭୋସ୍କlଲୀନ ପଏଣ୍ଟଠାରୁ ଆରମ୍ଭ କରି ଜଟାଧାରୀ ମୁଁହାଣ, ମାଛଧରା ବନ୍ଦର ପର୍ଯ୍ୟନ୍ତ ଅଲିଭିରିଡ଼ଲେ କଇଁଛଙ୍କ ମୃତଦେହ ସମୁଦ୍ରରୁ ଭାସିଆସି ବେଳାଭୂମିରେ ପଡିଥିବା ଦେଖିବାକୁ ମିଳୁଛି ।

ସେପଟେ ବନ ବିଭାଗ ପକ୍ଷରୁ କିଛି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁଦେହ ଉଦ୍ଧାର କରାଯାଇ ସେହି ବାଲିରେ ପୋତି ଦିଆଯାଉଛି । ଫଳରେ ବୁଲା କୁକୁର ମୃତଦେହଗୁଡିକୁ ଖାଇବା ସହିତ ଏଣେତେଣେ ପକାଉଥିବାରୁ ବେଳାଭୂମିର ପରିବେଶ ପ୍ରଦୁର୍ଷଣ ହେଉଛି । ଫଳରେ ବେଳାଭୂମିକୁ ଆସୁଥିବା ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଶୀତଦିନେ ବିରଳ ଅଲିଭି ରିଡ଼ଲେ କଇଁଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି କାରଣରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କଇଁଛମାନଙ୍କ ସୁରକ୍ଷା ପାଇଁ ସମୁଦ୍ର ଉପକୂଳଠାରୁ 20 କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡାଙ୍ଗା ଓ ମାଛଧରା ବୋଟ ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଏହାକୁ କେହି ମାନୁନଥିବାରୁ ମାଛଧରା ବୋଟ ଓ ଡଙ୍ଗାର ମାଡ଼ରେ ଶହଶହ ଅଲିଭି ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି । ଫଳରେ ସମୁଦ୍ରରୁ ଭାସି ଆସି ବେଳାଭୂମିରେ ମୃତଦେହ ଗୁଡିକ ପଡିରହୁଛି ।

ଏହା ମଧ୍ୟ ପଢ଼ନ୍ତୁ......ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡେଲ ମଡ଼କ, ବେଆଇନ ଟ୍ରଲର ମାଡ଼ରେ ଶତାଧିକ କଇଁଛ ମୃତ୍ୟୁ

ଅନ୍ୟପକ୍ଷେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ବିଭାଗ ଅଧୀନରେ ଥିବା କୁଜଙ୍ଗ ବନ ବିଭାଗ ପକ୍ଷରୁ ପ୍ରାଟ୍ରୋଲିଂ କରାଯାଉ ନଥିବାରୁ ଏହିଭଳି ଘଟଣା ପଦାକୁ ଆସୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ କୁଜଙ୍ଗ ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସରକାରୀ କଟକଣା ସ୍ୱତ୍ତ୍ବେ କିଛି ମତ୍ସ୍ୟଜୀବୀ କିପରି ଭାବରେ ନିଷେଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରିବାକୁ ଯାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ପ୍ରଶାସନିକ ଅବହେଳା କାରଣରୁ ଅଣ୍ଡାଦାନ କରିବାକୁ ଆସୁଥିବା ଶହଶହ ବିରଳ କଇଁଛଙ୍କ ମୃତ୍ୟୁ ହେଉଛି । ଅଲଭି ରିଡ଼ଲେ କଇଁଛଙ୍କର ଏହି ସମୟରେ ଓଜନ 5ରୁ 10 କେଜି ପର୍ଯ୍ୟନ୍ତ ହେଉଥିବାରୁ ସେମାନେ ଅଧିକ କ୍ରିୟାଶୀଳ ହୋଇ ପାରନ୍ତି ନାହିଁ । ଫଳରେ ଯନ୍ତ୍ର ଚଳିତ ଡଙ୍ଗା କିମ୍ଭା ମାଛଧରା ବୋଟରେ ଆଘାତ ପ୍ରାପ୍ତ ହେଲେ ସେମାନଙ୍କର ସହଜରେ ମୃତ୍ୟୁ ହୋଇଥାଏ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.