ETV Bharat / state

ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡେଲ ମଡ଼କ, ବେଆଇନ ଟ୍ରଲର ମାଡ଼ରେ ଶତାଧିକ କଇଁଛ ମୃତ୍ୟୁ

author img

By ETV Bharat Odisha Team

Published : Jan 19, 2024, 4:46 PM IST

Olive Ridley Sea Turtles: ପୁରୀ ଜିଲ୍ଲାରେ ବେଆଇନ ଭାବେ ଟ୍ରଲର ଚଳାଚଳକୁ ନେଇ କୋଣାର୍କ ଠାରୁ ଅସ୍ତରଙ୍ଗ ତଣ୍ଡାହର କେଳୁଣି ମୁହାଣରେ ଅଲିଭ ରିଡେଲ କଇଁଛଙ୍କ ମଡକ ପଡ଼ିଛି । ଅଧିକ ପଢ଼ନ୍ତୁ

ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭି ରିଡେଲ ମଡ଼କ
ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭି ରିଡେଲ ମଡ଼କ

ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭି ରିଡେଲ ମଡ଼କ

ନିମାପଡ଼ା: ଓଡି଼ଶାର ଜଳବାୟୁକୁ ପ୍ରତିକୂଳ ମନେକରି ଅଣ୍ଡାଦାନ ପାଇଁ ଆସିଥାନ୍ତି ଶହ ଶହ ଅଲିଭ ରିଡ଼ଲେ କଇଁଛ । ଏହି କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ହେଲେ କଇଁଛଙ୍କ ସୁରକ୍ଷାରେ ଅବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲାରେ ବେଆଇନ ଭାବେ ଟ୍ରଲର ଚଳାଚଳକୁ ନେଇ କୋଣାର୍କ ଠାରୁ ଅସ୍ତରଙ୍ଗ ତଣ୍ଡାହର କେଳୁଣି ମୁହାଣରେ ଅଲିଭ ରିଡେଲ କଇଁଛଙ୍କ ମଡକ ପଡ଼ିଛି ।

ଟ୍ରଲର ମାଡରେ ଶହ ଶହ ଅଲିଭ ରିଡଲେ କଇଁଛ ମୃତ୍ୟୁଙ୍କ ମୃତ୍ୟୁ । ଅସ୍ତରଙ୍ଗ ତଣ୍ଡାହର କେଳୁଣି ମୁହାଣରେ କଇଁଛ ମଡ଼କ । ସେପଟେ ବନଖଣ୍ଡ ଅଧିକାରୀ ସହ କର୍ମଚାରୀଙ୍କ ଦ୍ବାରା ସମୁଦ୍ର କୂଳରେ ଅଲିଭ ରିଡ଼ଲେ କଇଁଛଙ୍କୁ ପୋତି ଥିବା ଦେଖିବାକୁ ମିଳିଛି । କଇଁଛଙ୍କ ସୁରକ୍ଷା ପାଇଁ ଓ ଅଲିଭ ରିଡ଼ଲେ କଇଁଛଙ୍କ କିପରି ମୃତ୍ୟୁ ବରଣ କରୁଛନ୍ତି ? ମୃତ୍ୟୁର କାରଣ କ'ଣ ? ଏହାର ପ୍ରକୃତ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବେଶବିତ୍ ।

ସୂଚନା ଥାଉକି, ଅଲିଭ ରିଡେଲ କଇଁଛ ସୁରକ୍ଷା ଦିଗରେ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ସମୟରେ ସୁରକ୍ଷା ପାଇଁ ଚିନ୍ତା କରୁଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରତ୍ୟେକ ଦିନ ଶହଶହ କଇଁଛ ପୁରୀ ଠାରୁ କୋଣାର୍କ ଓ ଅସ୍ତରଙ୍ଗ ଭିତରେ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ପରିବେଶବିତ୍ ଓ ଜନସାଧାରଣ । ଅସ୍ତରଙ୍ଗ ବ୍ଳକ ଶିଶୁଅ ପଞ୍ଚାୟତ ତଣ୍ଡାହର ଠାରୁ କୋଣାର୍କ ବେଳାଭୂମି ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁଦେହ ପଡିରହିଥିବା ବେଳେ କୁକୁର ମୁହଁରେ ଆହାର ହେବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.....ବେଆଇନ ଟ୍ରଲର ମାଡ଼ରେ ଯାଉଛି କଇଁଛଙ୍କ ଜୀବନ ! ଅଲିଭ ରିଡଲେଙ୍କ ସୁରକ୍ଷା କଥା କିଏ ପଚାରେ

ତେବେ ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ସମୁଦ୍ର କୂଳରେ କଇଁଛଙ୍କ ମୃତଦେହକୁ ପୋତୁଥିବା ବେଳେ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ଦେଖା ନାହିଁ । ଫଳରେ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ଦାୟୀ କରିଛନ୍ତି ବନବିଭାଗ ଅଧିକାରୀ । ସେପଟେ ମତ୍ସ୍ୟ ବିଭାଗ କହିବା କଥା ଯେ, ସେମାନଙ୍କ ପାଖରେ କର୍ମଚାରୀ ନଥିବାରୁ ସେମାନେ କଇଁଛମାନଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ବନବିଭାଗ ଓ ମତ୍ସ୍ୟ ବିଭାଗ ତାଳମେଳ ପଡୁନଥିବାରୁ ବଳି ପଡୁଛନ୍ତି ବିଦେଶରୁ ଆସୁଥିବା ଶହ ଶହ ଅଲିଭ ରିଡ଼ଲେ କଇଁଛ । ତୁରନ୍ତ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ମନ୍ତ୍ରୀ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଏଦିଗରେ ଦୃଷ୍ଟି ଆକର୍ଷଣ କରି କଇଁଛଙ୍କୁ ସୁରକ୍ଷା ଦେବାକୁ ପରିବେଶବିତ୍ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.