ETV Bharat / state

ଓଏଲଆଇସି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ; ସମୀକ୍ଷା, କ୍ଷେତ୍ର ପରିଦର୍ଶନ ଓ କୃଷକଙ୍କ ସହ କଲେ ଆଲୋଚନା

author img

By ETV Bharat Odisha Team

Published : Feb 4, 2024, 7:14 AM IST

ଓଏଲଆଇସି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ
ଓଏଲଆଇସି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

OLIC Chairman Visits Sambalpur: ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦୁଇ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଗସ୍ତର ପ୍ରଥମ ଦିନରେ ସମ୍ବଲପୁର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ଅନ୍ୟ ବିଧାୟକ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଏହାପରେ ମା' ସମଲେଇ ମନ୍ଦିର ଦର୍ଶନ କରି ଲୋକାର୍ପିତ ହୋଇଥିବା ସମଲେଇ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।

ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ କୁଚିଣ୍ଡା ଗସ୍ତ କରି ଶିରିଡ଼ ଉଠା ଜଳସେଚନ ପ୍ରକଳ୍ପ-୧ ଲିଭର ଲିଫ୍ଟ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ୨୦ ହେକ୍ଟର ଆନିକଟ ଅଞ୍ଚଳରେ ଜଳ ସେଚନ ସାମର୍ଥ୍ୟ ସୃଷ୍ଟି ହୋଇଛି । ଏହା ପରେ ସେ କୁଚିଣ୍ଡା ସ୍ଥିତ ନିରୀକ୍ଷଣ ବଙ୍ଗଳା ଯାଇ ସେଠାରେ କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ଉପସ୍ଥିତିରେ କୃଷକମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ବୁଝିଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଓଏଲଆଇସି ଅଧ୍ୟକ୍ଷ କମ ଜଳ ଓ ବିଦ୍ୟୁତ ଶକ୍ତି ଉପଯୋଗରେ ଅଧିକ କୃଷି ଉତ୍ପାଦନ ହୋଇପାରିବ । କେବଳ ଧାନ ଚାଷ ଉପରେ ନିର୍ଭର ନକରି ଡାଲି ଓ ତୈଳବୀଜ ଜାତୀୟ ଅଣଧାନ ଚାଷ କରି ଲାଭବାନ ହୋଇପାରିବେ, ସେଥିପ୍ରତି ଫସଲ ବିଧିକରଣ ଉପରେ ସେ ଜଳ ସଂପଦ ବିଭାଗର ଯନ୍ତ୍ରୀଙ୍କୁ ପ୍ରଶିକ୍ଷଣ ଆୟୋଜନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ସର୍ବଦା ପାଣି ପଞ୍ଚାୟତରେ ମହିଳାମାନଙ୍କ ଅର୍ନ୍ତଭୁକ୍ତି କରଣ, କୃଷକ ସମୁଦାୟ ତଥ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ପାଣି ପଞ୍ଚାୟତର ପରିଚାଳନା ଉପରେ ଗୁରୁତ୍ୱ ଦେଇ କୃଷିର ଉନ୍ନତି କରି କୃଷକଙ୍କର ଆର୍ଥିକ ବିକାଶ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ନିଜ ଅଞ୍ଚଳରେ ଥିବା​‌ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରି କୃଷିକ୍ଷେତ୍ର ପାଇଁ ଉପଲବ୍ଧ ଜଳର ସୁଷମ ବଣ୍ଟନରେ ପରସ୍ପର ସହଯୋଗ କରିବାକୁ କୃଷକଙ୍କୁ ପରାମର୍ଶ ଦେଇଛନ୍ତି ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ.....ଚାଷୀ ବିକ୍ଷୋଭ, ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କର ଏହି ଗସ୍ତ ପରିପ୍ରେକ୍ଷୀରେ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ କାର୍ଯ୍ୟାଳୟ ଅଧୀନସ୍ଥ ଅନ୍ୟ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.