ETV Bharat / state

ହାଇକୋର୍ଟରେ OHRDC ମାମଲା, ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

author img

By ETV Bharat Odisha Team

Published : Mar 5, 2024, 7:26 AM IST

ହାଇକୋର୍ଟରେ OHRDC ମାମଲା, ରାୟକୁ ସଂରକ୍ଷିତ ରଖିଲେ କୋର୍ଟ
ହାଇକୋର୍ଟରେ OHRDC ମାମଲା, ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

OHRDC Corruption Matter: ଓଆରଏଚଡିସି ଦୁର୍ନୀତି ମାମଲା । ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ବଳବତ୍ତର । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ଓଆରଏଚଡିସି ଦୁର୍ନୀତି ମାମଲା । ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହି ଦୁର୍ନୀତି ମାମଲାରେ ମୋକିମ ଏବଂ ଅନ୍ୟମାନଙ୍କୁ 3 ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । କୋର୍ଟ ପୂର୍ବରୁ ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।

ତେବେ ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ଓଏଚଆରଡିସି ଋଣ ଦୁର୍ନୀତି ମାମଲାର ଶୁଣାଣି ଚାଲିଛି । ଏନେଇ ଦାୟର ଜନସ୍ୱାର୍ଥ ମାମଲାକୁ ପୂର୍ବରୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଜନସ୍ୱାର୍ଥ ମାମଲାକୁ ହତିଆର ଭାବେ ବ୍ୟବହାର କରିହେବ ନାହିଁ । ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ । ବିଧାୟକ, ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଡାକ୍ତର ରବିରଞ୍ଜନ ସାହୁଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ଏହି ଜନସ୍ୱାର୍ଥ ମାମଲା । ଭିଜିଲାନ୍ସ ମାମଲାର ତ୍ୱରିତ ଶୁଣାଣି ପାଇଁ ହୋଇଥିଲା ପ୍ରାର୍ଥନା ।

ତେବେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ । ଏହି ସମ୍ପର୍କିତ ମାମଲାରେ ବାରବାଟୀ- କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ବସ୍ତି ମିଳିଥିଲା । ମାମଲାର ଶୁଣାଣି କରି ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । MP / MLAଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ମାମଲାର ଶୁଣାଣି ହେବ ବୋଲି ରାୟରେ ସ୍ପଷ୍ଟ କରିଥିଲେ କୋର୍ଟ ।

ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା । ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗ, ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ଉପରେ ତ୍ୱରିତ ଶୁଣାଣୀ ପାଇଁ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ବିଧାୟକ ମୋକିମ ଦାଖଲ କରିଥିବା କ୍ରିମିନାଲ ଅପିଲର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ ହାଇକୋର୍ଟ । ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡାଦେଶ କରିବା ସତ୍ତ୍ୱେ କାହିଁକି ତାଙ୍କର ବିଧାୟକ ପଦ ରଦ୍ଦ କରାଗଲା ନାହିଁ ବୋଲି ପ୍ରାର୍ଥନା କରି ଡାକ୍ତର ରବି ରଞ୍ଜନ ସାହୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।
ଏହା ମଧ୍ୟ ପଢନ୍ତୁ .....ମୋକିମଙ୍କୁ ହାଇକୋର୍ଟ ଝଟ୍‌କା, ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.