ETV Bharat / state

ଜାଡ଼ରେ ଥରୁଛି ସାରା ଓଡ଼ିଶା, କଲବଲ କରୁଛି କୁହୁଡ଼ି

author img

By ETV Bharat Odisha Team

Published : Jan 28, 2024, 5:25 PM IST

ଓଡ଼ିଶାରେ ଶୀତ
ଓଡ଼ିଶାରେ ଶୀତ

Odisha Weather Update:ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତିନିଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଶୀତ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ଜାରି ରହିଛି ଶୀତର ପ୍ରକୋପ । ଏହାସହ ପାଗ ଶୁଖିଲା ରହିଥିବା ବେଳେ ବର୍ତ୍ତମାନ ପାଣିପାଗର କୌଣସି ନିୟାମକ ଓଡ଼ିଶାରେ ସକ୍ରିୟ ନଥିବାରୁ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତିନିଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହାସହ କଛି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପରେ ଥରୁଛି ଓଡ଼ିଶା । ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ । ପରବର୍ତ୍ତୀ ସମୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାସହ ୩୧ ତାରିଖରୁ ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 1 ତାରିଖରୁ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜର କିଛି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ ୨ ତାରିଖରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ଭିବାଗ ।

ଏହା ମଧ୍ୟ ପଢ଼ନ୍ତୁ.....ଆହୁରି ଦୁଇଦିନ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ବିଭାଗ । ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ଲହରୀ ଅନୁଭୂତ ହେବା ସହ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଛି । ଏହାସହ ବାରିପଦା, କେନ୍ଦୁଝର ଓ ଭବାନୀପାଟଣାରେ ଘନ କୁହୁଡି ଦେଖିବାକୁ ମିଳିଛି । ବର୍ତ୍ତମାନ ମଧ୍ୟ ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡରେ ୭.୪ ଡିଗ୍ରୀ ସେଲସିୟସ ଓ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ଜି. ଉଦୟଗିରିରେ ୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.