ETV Bharat / state

ଆହୁରି ଦୁଇଦିନ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ

author img

By ETV Bharat Odisha Team

Published : Jan 27, 2024, 8:06 PM IST

Cold Wave Condition To Prevail In Odisha : ରାଜ୍ୟରେ ପ୍ରବଳ ଶୀତ ଲହରୀ ଆଗାମୀ ୨ ଦିନ ଯାଏଁ ଜାରୀ ରହିବ । ସେହିପରି ସୁନ୍ଦରଗଡ, କୋରାପୁଟ,ବଲାଙ୍ଗୀର ଭଳି ଜିଲ୍ଲାରେ କୁହୁଡିର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଆହୁରି ଦୁଇଦିନ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ
ଆହୁରି ଦୁଇଦିନ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ

ଆହୁରି ଦୁଇଦିନ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ

ଭୁବନେଶ୍ବର : ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଓ କୋହଲା ପାଗରେ ପରିବର୍ତ୍ତନ ହୋଇଛି । ଗତକାଲି ଠାରୁ ବର୍ଷା ବନ୍ଦ ହେବା ସହ ଖରା ଦେଖିବାକୁ ମିଳିଛି । ସେପଟେ କିନ୍ତୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସୁନ୍ଦରଗଡ ର କିରେଇ ରେ ସର୍ବନିମ୍ନ ତାପମାତ୍ରା ୬.୭ ଡିଗ୍ରୀ, ସୁନ୍ଦରଗଡରେ ୭.୩ ଡିଗ୍ରୀ , ରାଉରକେଲାରେ ୮.୯ ଡିଗ୍ରୀ , ଅନୁଗୁଳରେ ୯ ଡିଗ୍ରୀ , କେନ୍ଦୁଝର ଓ କୋରାପୁଟରେ ୧୦ ଡିଗ୍ରୀ ସେଲସିୟସ ରହିଛି ।

ସୁନ୍ଦରଗଡ, କୋରାପୁଟ,ବଲାଙ୍ଗୀର ଭଳି ଜିଲ୍ଲାରେ କୁହୁଡିର ସମ୍ଭାବନା ରହିଛି । କୁହୁଡି ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦୦ ମିଟର ମଧ୍ୟ ରେ ରହିବ । ଆଗାମୀ ୪ ଦିନ ପାଇଁ ପାଗ ଶୁଖିଲା ରହିବ । ରାଜ୍ୟରେ କୌଣସି ପ୍ରକାର ପାଣିପାଗ ଜନିତ ପ୍ରଭାବ ନାହିଁ । ଗତକାଲି ୫ ଟି ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋୱାର୍ଣ୍ଣି ଜାରି ହୋଇଥିବା ବେଳେ ଆଜି ମଧ୍ୟ ତାହା ବଳବତ୍ତର ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କେଉଁଝର , ଝାରସୁଗୁଡା , ଦେବଗଡ ଓ ଅନୁଗୁଳ । ସେହିପରି ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ବାୟୁ ପ୍ରବାହିତ ହେଉଛି, ଯାହା ଆଗାମୀ ୨ ଦିନ ଯାଏଁ ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ ...ରାଜ୍ୟରେ ବଢିବ ଶୀତ, ଚଳିତ ବର୍ଷରେ ପ୍ରଥମଥର ଶୀତଲହରୀ ଆଲର୍ଟ


ରାତ୍ରି ସମୟ ରେ ୨-୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ । ଆଗାମୀ ୪ ଦିନ ରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୩୧ ତାରିଖରେ ମୟୂରଭଞ୍ଜ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝରରେ , ୧ ତାରିଖ ରେ ସୁନ୍ଦରଗଡ , ବାଲେଶ୍ବର , ମୟୂରଭଞ୍ଜ , ୨ ତାରିଖ ରେ କେଉଁଝର , ମୟୂରଭଞ୍ଜ , ଭଦ୍ରକ ରେ ବର୍ଷା ସମ୍ଭାବନା ରହିଛି । ସେହିପରି ଭୁବନେଶ୍ବର ଓ କଟକ ରେ ସର୍ବନିମ୍ନ ତାପମାତ୍ରା ୧୪- ୧୫ ଡିଗ୍ରୀ ମଧ୍ୟରେ ରହିବା ସହ ପାଗ ଶୁଖିଲା ରହିବ । ସକାଳ ସମୟ ରେ ହାଲୁକା କୁହୁଡି ମଧ୍ୟ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.