ETV Bharat / state

ବରଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର; ସମଲେଶ୍ୱରୀଙ୍କ ଦର୍ଶନ କଲେ, ଯୋଡି ଶଙ୍ଖରେ ଭୋଟ ମାଗିଲେ - V K Pandian Campaign

author img

By ETV Bharat Odisha Team

Published : May 10, 2024, 9:39 AM IST

VK Pandian visits Bargarh Samaleswari Temple: ଭିକେ ପାଣ୍ଡିଆନ ବରଗଡ ଗସ୍ତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବା ସହ ଜିଲ୍ଲାର ଇଷ୍ଟଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

V K Pandian
V K Pandian (ETV Bharat Odisha)

V K Pandian (ETV Bharat Odisha)

ବରଗଡ: ନିର୍ବାଚନ ପାଖେଇ ଆସୁଥିବା ବେଳେ କମ୍ପୁଛି ପ୍ରଚାର ମୈଦାନ । ଏହି କ୍ରମରେ ବିଜେଡି ଦଳର ଷ୍ଟାର କ୍ୟାମ୍ପେନର 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତ କରି ଜିଲ୍ଲାର 5ଟି ଯାକ ବିଧାନସଭାକୁ ଯାଇ ବିଜେଡ଼ି ଦଳର ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ଏଥିସହ ଗସ୍ତର ଦ୍ଵିତୀୟ ଦିନରେ ଅର୍ଥାତ ଗୁରୁବାର ଦିନ ସକାଳୁ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ଦେବୀଙ୍କ ମନ୍ଦିରକୁ ଯାଇ ଦେବୀ ମାଆଙ୍କର ଦର୍ଶନ କରିଥିଲେ l

ଭିକେ ପାଣ୍ଡିଆନଙ୍କର ବରଗଡ଼ ଗସ୍ତର ଦ୍ଵିତୀୟ ଦିନରେ ଇଷ୍ଟଦେବୀ ସମଲେଶ୍ଵରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆ ସମଲେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଶଙ୍ଖ ଘଣ୍ଟ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ନିର୍ବାଚନ ପରେ ପୁଣିଥରେ ମାଆ ସମଲେଶ୍ଵରୀଙ୍କ ଦର୍ଶନ କରିବାକୁ ଆସିବେ ବୋଲି ପାଣ୍ଡିଆନ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ... ବରଗଡ଼ରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସହ ଅଛନ୍ତି - VK PANDIAN In BARGARH

ପାଣ୍ଡିଆନ ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା କରି ମାଆ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସମାଜ ଓ ସାମାଜିକ ଅନୁଷ୍ଠାନକୁ ଭେଟିଥିଲେ l କ୍ୟାନସର ସର୍ଭାଇବର ଫାଇଟର୍ସ ଗ୍ରୁପ୍ ତରଫରୁ ସଭାପତି ପ୍ରସନ୍ନ କୁମାର ମିଶ୍ର ଓ ପୁରୁଷୋତ୍ତମ ବିଶି ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହୋଇଥିବାରୁ ପାଣ୍ଡିଆନଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । ଆଉମଧ୍ୟ ହସ୍ପିଟାଲରେ ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ ।

କ୍ୟାନସର ହସ୍ପିଟାଲରେ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ସ୍ବତନ୍ତ୍ର ଲାବୋରେଟୋରୀ ନଥିବାରୁ ବହୁ କ୍ୟାନସର ପୀଡିତ ଜିଲ୍ଲା ହସ୍ପିଟାଲକୁ ଯାଇ ବହୁସମୟ ପର୍ଯ୍ୟନ୍ତ ଲମ୍ବା ଲାଇନ ଛିଡା ହେବାକୁ ପଡୁଛି ଏବଂ ସ୍ବତନ୍ତ୍ର ଅଲଟ୍ରାସାଉଣ୍ଡ, ସିଟି ସ୍କାନ ମେସିନ ମଧ୍ୟ ଲଗାଯାଇ ନଥିବାରୁ ବହୁ କ୍ୟାନସର ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି ବୋଲି ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁଷ୍ଠାନ ନିବେଦନ କରିଥିଲା । ଅନ୍ୟପଟେ ବରଗଡ଼ କ୍ୟାନସର ହସ୍ପିଟାଲ୍ ଏକ ମଡେଲ ହସ୍ପିଟାଲ୍ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଫାଇଟର୍ସ ଗ୍ରୁପ କାର୍ଯ୍ୟକୁ ପ୍ରଶଂସା କରି ଆଗକୁ କ୍ୟାନସର ଆକ୍ରାନ୍ତଙ୍କୁ ତ୍ବରିତ ସହଯୋଗ ପ୍ରଦାନ ପାଇଁ ମିଳିମିଶି କାମ କରିବା ବୋଲି ପାଣ୍ଡିଆନ କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.