ETV Bharat / state

ଦାନ୍ତ-ଚମଡା ପାଇଁ ଚିତାବାଘ ଶିକାର, 4 ବର୍ଷର ଚିତା ହତ୍ୟା ରହସ୍ୟ ୯ ଦିନରେ ପର୍ଦ୍ଦାଫାସ

author img

By ETV Bharat Odisha Team

Published : Feb 14, 2024, 10:31 AM IST

Cheetah Death Mystery
Cheetah Death Mystery

Cheetah Death Mystery: ଲଗାତାର ଚିତାବାଘ ହତ୍ୟା ମାମଲା ସାମ୍ନାକୁ ଆସୁଛି । ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଓଡିଶା ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏହାର ରହସ୍ୟ ସାମ୍ନାକୁ ଆସିଛି । ଜାଣନ୍ତୁ କ'ଣ

Cheetah Death Mystery

ଭୁବନେଶ୍ୱର: ଶିକାରୀଙ୍କ ସ୍କାନରରେ ଚିତାବାଘର ଦାନ୍ତ ଓ ଚମଡ଼ା । 4 ବର୍ଷ ଧରି ହେଉଥିବା ଚିତା ହତ୍ୟା ରହସ୍ୟର ପର୍ଦ୍ଦାଫାସ ହୋଇଛି । ରାଜ୍ୟରେ ଅନେକ ସମୟରେ ବିଭିନ୍ନ ଜଙ୍ଗଲରୁ ଚିତାବାଘର ଚମଡ଼ା ଶିକାରୀମାନେ ଚୋରା ଚାଲାଣ କରୁଥିବାର ନଜରକୁ ଆସିଛି । ଜଙ୍ଗଲର ନିକଟ ଅଞ୍ଚଳରେ ରହି ଜୀବଜନ୍ତୁଙ୍କ ଉପରେ ନଜର ରଖୁଛନ୍ତି ଶିକାରୀ । ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଓଡ଼ିଶା ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଚିତା ହତ୍ୟାର ରହସ୍ୟ ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ଚାଲିଥିବା ଚିତା ହତ୍ୟା ମାମଲାରେ ବଡ ସଫଳତା ହାସଲ ହାସଲ କରିଛି ବନ ବିଭାଗ ।

୪ ବର୍ଷ ଧରି ଚାଲିଥିବା ଚିତା ହତ୍ୟାର ରହସ୍ୟ କେବଳ ୯ ଦିନରେ ଜଣାପଡିଛି । ଶିକାରୀଙ୍କ ଠାରୁ ଜବତ ହୋଇଛି ଚିତାବାଘର ଦାନ୍ତ ଓ ଚମଡା । ସୂଚନା ଅନୁସାରେ, ଗତ 5 ତାରିଖରେ କଟକରୁ ଚିତା ବାଘର ଚମଡା ଜବତ କରାଯାଇଥିଲା । ଏହାସହ ଦୁଇ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ମାମଲାକୁ ଗୁରୁତର ସହ ନେଇ ଟାସ୍କଫୋର୍ସ ଗଠନ କରାଯାଇଥିଲା । କ୍ରମାଗତ 9 ଦିନ ମଧ୍ୟରେ ଓଡ଼ିଶାର 3ଟି ଜିଲ୍ଲା ଯଥା ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଗଜପତି ମଧ୍ୟରେ ଯାଞ୍ଚ ପକ୍ରିୟା ଆରମ୍ଭ କରିଥିଲା । ଏହି ଜିଲ୍ଲାଗୁଡ଼ିକରେ ଥିବା ଜଙ୍ଗଲଠାରୁ ପ୍ରାୟ 400 କିଲୋମିଟର ଦୂରରେ ଅବସ୍ଥିତ ସ୍ଥାନଗୁଡିକରେ ଯାଞ୍ଚର ଆବଶ୍ୟକତା ଥିବା ଜଣାପଡ଼ିଥିଲା ।

ଏହା ବି ପଢନ୍ତୁ...ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ

ଶିକାରୀମାନଙ୍କର ବେଆଇନ କାରବାର ଏବଂ ଚିତା ବାଘର ଚର୍ମ, ଦାନ୍ତ ଆଦି ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ 5 ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ଖୋଳତାଡ଼ ବେଳେ 4 ବର୍ଷ ପୂର୍ବେ ହୋଇଥିବା ଏକ ଅପରାଧିକ କାର୍ଯ୍ୟର ଲିଙ୍କ୍ ପାଇଥିଲା ବନ ବିଭାଗ । ଏକ ବାଇକ କ୍ଲଚର ତାର ବ୍ୟବହାର କରି ଅପରାଧୀମାନେ ୨୦୧୯ରେ ଏକ ଚିତା ବାଘକୁ ହତ୍ୟା କରିଥିଲେ । ଏହା ସହିତ ଅନ୍ୟ ଜଣେ ଅଭିଯୁକ୍ତଙ୍କଠାରୁ ଚିତାବାଘର ଜବତ ହୋଇଥିବା ଦାନ୍ତ ପ୍ରମାଣକୁ ଆହୁରି ଖୋରାକ ଯୋଗାଇଥିଲା ।

ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଓଡ଼ିଶା ବନ ବିଭାଗର ମିଳିତ ଉଦ୍ୟମରେ ମାତ୍ର 9 ଦିନ ମଧ୍ୟରେ ବଡ଼ ସଫଳତା ମିଳିଛି । କଟକ ମାହାଙ୍ଗା ଅଞ୍ଚଳର ପ୍ରମୋଦ ଜେନା, କେନ୍ଦ୍ରାପଡ଼ା ଅଞ୍ଚଳର ରବିନାରାୟଣ ବାରିକ, ଗଜପତିର ତାୱାଟିଆ ପାଇକ, ଗଞ୍ଜାମର ଜିତେନ୍ଦ୍ର ପ୍ରଧାନ, ବୃନ୍ଦାବନ ପାଇକ ଏବଂ ଗୁରୁନାଥ ପାଇକଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.