ETV Bharat / state

ସିଝିବ ସାରା ଓଡିଶା, ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି

author img

By ETV Bharat Odisha Team

Published : Mar 11, 2024, 7:46 PM IST

ସିଝିବ ସାରା ଓଡିଶା ,ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି
ସିଝିବ ସାରା ଓଡିଶା ,ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି

Odisha Weather Update: ରାଜ୍ୟରେ ଆସନ୍ତା ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ଖରା ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ହୋଇପାରେ । ଅଧିକ ପଢନ୍ତୁ

ସିଝିବ ସାରା ଓଡିଶା ,ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଖରା ସହ ବଢିଛି ତାତି । ଆଜି ଠାରୁ ବାୟୁମଣ୍ଡଳରେ ଶୁଷ୍କତା ବଢିବା ସହ ତାତି ବୃଦ୍ଧି ହୋଇଛି । ଆଗାମୀ ୩ଯାଏଁ ଗରମ ଲାଗି ରହିବା ସହ ରାଜ୍ୟରେ ତାପମାତ୍ରା ବି ବୃଦ୍ଧି ପାଇବ । ଆସନ୍ତା ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ହେବ ଏବଂ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ମୁଣ୍ଡଫଟା ଖରା ହେବା । ବିଶେଷ କରି ଟୁଇନ୍ ସିଟି କଟକ, ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ଭୁବନେଶ୍ବର ଏବଂ ନୟାଗଡ ଭଳି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ସେହିପରି ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେବା ପ୍ରଭାବରେ ଆଜି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ । ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୧୪ ତାରିଖରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ,ଢେଙ୍କାନାଳ, ଯାଜପୁର ,କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର ଓ ଦେଓଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ .......କାଲିଠୁ ରାଜ୍ୟରେ ବଢିବ ତାତି, ଛୁଇଁପାରେ ୪୦ଡିଗ୍ରୀ

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ଥିବାବେଳେ ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୨୪.୬ ଓ କଟକରେ ୩୪.୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ତାତି ବଢ଼ୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳର ଚାହିଦା ବଢୁଛି । ଲୋକମାନେ ଶୀତଳ ଅନୁଭବ କରିବା ପାଇଁ ଛାଇରେ ଆଶ୍ରୟ ନେବା ସହ ଛତାଧରୀ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.