ETV Bharat / state

ନାହିଁ ନାହିଁରେ ଚାଲିଛି ବରଗଡ ମୁଖ୍ୟ ଚିକିତ୍ସାଳୟ, ମୋବାଇଲ ଲାଇଟରେ କରାଯାଉଛି ରୋଗୀ ଚିକିତ୍ସା

author img

By ETV Bharat Odisha Team

Published : Jan 31, 2024, 12:53 PM IST

Bargarh Government Hospital
ସମସ୍ୟା ଘେରରେ ସରକାରୀ ହସ୍ପିଟାଲ

Bargarh district head quarters hospital: ବ୍ୟାପକ ସମସ୍ୟା ମଧ୍ୟରେ ଚାଲିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅଧିକାଂଶ ସମୟରେ ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା କରାଯାଉଥିବା ଅଭିଯୋଗ । ଲିପ୍ଟ ବି କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ସରକାରୀ ହସ୍ପିଟାଲ

ବରଗଡ଼: ମୋବାଇଲ ଲାଇଟରେ ଚାଲୁଛି ରୋଗୀ ଚିକିତ୍ସା । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ବିଦ୍ୟୁତ ଚାଲିଗଲେ ରୋଗୀ ଚିକିତ୍ସା ପାଇଁ ମୋବାଇଲ ଲାଇଟ ସାହାଭରସା ସାଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ପାଞ୍ଚ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ଥିବା ଲିପ୍ଟ ବି କାମ କରୁନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଲିପ୍ଟ କାମ କରୁନଥିବାରୁ ଗର୍ଭବତୀଙ୍କ ଠାରୁ ନେଇ ଅନ୍ୟ ରୋଗୀମାନେ ପାହାଚରେ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିିଛି ।

ଏହାମଧ୍ୟ ପଢନ୍ତୁ.. ଅବହେଳିତ ରାଉରକେଲା ସରକାରୀ ହସ୍ପିଟାଲ, ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଅବ୍ୟବସ୍ଥା ଘେରରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ । ଦୀର୍ଘ ଦିନରୁ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ହେଉଥିବା ବ୍ୟାପକ ଅବହେଳାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ l ଆଖାପାଖ ଜିଲ୍ଲାଠୁ ନେଇ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ ଅନେକ ରୋଗୀ ପ୍ରତିଦିନ ଏହି ହସ୍ପିଟାଲରୁ ଆସିଥାନ୍ତି । ହେଲେ ହସ୍ପିଟାଲରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସାଳୟରେ ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ ହେଲା ଲିଫ୍ଟ ସେବା କାମ କରୁନଥିବାରୁ ଗର୍ଭବତୀଠାରୁ ନେଇ ବିଭିନ୍ନ ରୋଗୀ ପାଞ୍ଚ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ପାହାଚରେ ଯିବା ଆସିବା କରୁଛନ୍ତି । ଏହାଦ୍ୱାରା ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ସେହିଭଳି କରେଣ୍ଟ୍ ଚାଲିଗଲେ ହସ୍ପିଟାଲରେ ଦେଖାଯାଇଥାଏ ଭୟଙ୍କର ସ୍ଥିତି । ବହୁ ସମୟରେ ମୋବାଇଲ ଲାଇଟରେ ଚିକିତ୍ସା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଆଉମଧ୍ୟ ବିଦ୍ୟୁତ ନଥିଲେ X-ray , ଡାଇଲେସିସ ଭଳି ସେବା ବନ୍ଦ ରହିଥାଏ । ରାତିରେ କୁକୁର କାମୁଡିଲେ ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକ୍ସସ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଆଉମଧ୍ୟ ସମ୍ପୂର୍ଣ୍ଣ ବରଗଡ଼ ଜିଲ୍ଲାରେ କେବଳ ଗୋଟିଏ ମହାପ୍ରୟାଣ ଗାଡି ରହିଥିବା ଜଣାପଡିଛି ।

ଅନ୍ୟପଟେ ରାଜ୍ୟ ସରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦେଇଥିଲେ ସୁଦ୍ଧା ତାକୁ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକାରୀ କରୁନାହାନ୍ତି ବା କାର୍ଯ୍ୟକାରୀ କରିବା ପାଇଁ ମନ ବଳାଉନାହାନ୍ତି । ଯାହା ଫଳରେ ରୋଗୀ ସେବାରେ ବ୍ୟାହତ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଯଥାଶୀଘ୍ର ଏଭଳି ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.