ETV Bharat / state

ଦାଦାର ଦୋକାନ ଜାଳି ଗିରଫ ହେଲା ପୁତୁରା, କାରଣ ମାତ୍ର 130 ଟଙ୍କା - Nephew Set Uncles Shop On Fire

author img

By ETV Bharat Odisha Team

Published : Apr 25, 2024, 3:56 PM IST

Updated : Apr 25, 2024, 6:41 PM IST

Nephew Set Fire to His Uncles Shop
Nephew Set Fire to His Uncles Shop

Nephew Set Uncles Shop On Fire: 130 ଟଙ୍କା ପାଇଁ ଦାଦାର ଦୋକାନ ଜାଳିଦେଲା ପୁତୁରା । କମିଶନରେଟ ପୋଲିସ ପୁତୁରାକୁ ଗିରଫ କରିଥିବା ବେଳେ ଏନେଇ ସୂଚନା ଦେଲେ ଜୋନ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ । ଅଧିକ ପଢନ୍ତୁ

Nephew Set Fire to His Uncles Shop

ଭୁବନେଶ୍ବର: ସାମାନ୍ୟ ଘଟଣାରୁ ତୁମୁଳ କାଣ୍ଡ । ବାକି ଟଙ୍କା ପାଇଁ ଦୋକାନରେ ଲଗେଇ ଦେଲେ ନିଆଁ । ମାତ୍ର 130 ଟଙ୍କା ପାଇଁ ଦାଦାର ଦୋକାନରେ ନିଆଁ ଲଗାଇ ଦେଲା ପୁତୁରା । ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏଭଳି ଅଭିଯୋଗ ପରେ ପୁତୁରାକୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ ।

ଏସିପିଙ୍କ ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଚନ୍ଦକା ଥାନା ମଧୁପୁର ଅଙ୍ଗାରପଡାର ଯୁବକ ସଦାଶିବ ସ୍ବାଇଁ । ସେ ସମ୍ପର୍କୀୟ ଦାଦା ରଞ୍ଜିତ କୁମାର ସାହୁଙ୍କ ଦୋକାନରୁ ଜିନିଷ କିଣାକିଣି କରନ୍ତି । କିଛି ଦିନ‌ହେବ ସଦାଶିବର ୧୩୦ଟଙ୍କା ବାକି ରହିଥିଲା । ଯାହାକୁ ନେଇ ରଞ୍ଜିତ ତାକୁ ବାକି ସୁଝିବା ପାଇଁ କହିଥିଲା । ଏହାକୁ ପ୍ରଥମେ କଥା କଟାକଟି ହେବା ପରେ ବଚସା ହୋଇଥିଲା । ଏହାକୁ ନେଇ ରାଗ ରଖିଥିଲା ସଦାଶିବ । ତେବେ ୨୩ତାରିଖ ରାତି ୧୧ଟାରେ ରଞ୍ଜିତ ନିଜ ଦୋକାନରେ ଶୋଇଥିବା ବେଳେ ଦୋକାନରେ କେହି ନିଆଁ ଲଗାଇଦେଇ ଥିଲା । ଯାହାକୁ ନେଇ ସେ ଶୋଇଥିବା ଅବସ୍ଥାରେ ଦୋକାନରେ ନିଆଁ ଲାଗି ପାଉଁଶ ହୋଇଗଲା । ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଗଲା । ଏନେଇ ରଞ୍ଜିତ ୨୪ତାରିଖ ସକାଳ ଆସି ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଚନ୍ଦକା ଜଳଖିଆ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଘୁଗୁନି ପାଇଁ ମର୍ଡର

ତେବେ ଯାଞ୍ଚ ସମୟରେ ସଦାଶିବ ନିଆଁ ଲଗାଇଥିବା ଜାଣିବାକୁ ପାଇଥିଲା । ତେବେ ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ବେଳେ ଦୋଷ ମାନିଥିଲା ସଦାଶିବ । ୧୩୦ଟଙ୍କା ମାଗିବାରୁ ବଚସା ପରେ ଗଣ୍ଡଗୋଳ ଓ ସେହି ରାଗ ରଖି ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ତେବେ ପୋଲିସ ସଦାଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ଦଫା ୩୦୭ ଦାଦାଙ୍କୁ ହତ୍ୟା ଉଦ୍ୟମ ଓ ୫୦୬ ଅପରାଧିକ ଚିନ୍ତା ନେଇ ଘଟଣା ଘଟାଇବା ସହ ଦଫା ୪୩୬ ନିଆଁ ଲଗାଇ କୋୖଣସି କ୍ଷତି ପହଞ୍ଚାଇବା ବା ସେଭଳି କିଛି ନିଆଁ ଲଗାଇବା ଭଳି ପଦାର୍ଥ ବ୍ୟବହାର‌କରିବା ଭଳି ସଙ୍ଗିନୀ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସାମାନ୍ୟ ବାକି ଟଙ୍କା ପାଇଁ ଯେ ଏଭଳି ମାନସିକତା ନେଇ ଜଣଙ୍କ ଦୋକାନ ଘରେ ନିଆଁ ଲଗାଇବା ଘଟଣା ଏବେ ବେଶ୍ ଚର୍ଚ୍ଚାକୁ ଆସିଛି ।

ପ୍ରକାଶାଥାଉକି, ଚନ୍ଦକା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଘୁଗୁନି ଖାଇବାକୁ କେନ୍ଦ୍ର କରି ଜଣେ ଜଳଖିଆ ଦୋକାନୀକୁ ହତ୍ୟା କରିଥିଲା ଦୁର୍ବୃତ୍ତ। ଘୁଗୁନି କାହିଁକି ଅଧିକା ଖାଉଚୁ ବୋଲି ଦୋକାନୀ ଗ୍ରାହକକୁ କହିବାରୁ ଗ୍ରାହାକ ଜଣକ ରାଗ ରଖି ଏକ ହତ୍ୟାକାଣ୍ଡ ଘଟାଇଥିଲା । ନଭେମ୍ବର ୮ତାରିଖରେ ଜଳଖିଆ ଦୋକାନୀର ପତ୍ନୀକୁ ହତ୍ୟା କରିଥିଲା ଏକ ବ୍ୟବସାୟୀ । ଏଭଳି ଘଟଣା ଦୀର୍ଘ କିଛି ଦିନ ହେବ ଚନ୍ଦକା ଥାନା ଅଞ୍ଚଳରେ ଘଟିବା ଏବେ ଆଲୋଚ୍ୟର ବିଷୟ ହୋଇଛି । ତେବେ ଏବେବି ୨୨ ଏପ୍ରିଲ ୨୦୨୩ରେ ଚନ୍ଦକା ଅନ୍ଧାରୁଆ ଗାଁର ସିମେଣ୍ଟ ବ୍ୟବସାୟୀ ତଥା ରାଜନୈତିକ ବ୍ୟକ୍ତି ପ୍ରଶାନ୍ତ ବଡ଼ଜେନାଙ୍କ ଘର ଆଗରେ ଥିବା ୬ଟି ଗାଡିରେ ନିଆଁ ଲଗାଇବା ଘଟଣାର ଏଯାବତ ପରାଦା ହଟାଇ ପାରୁନି କମିଶନରେଟ ପୋଲିସ ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 25, 2024, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.