ETV Bharat / state

ଜାତୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୋଡି ହେଲେ ପିପିଲି ଭୋଟର

author img

By ETV Bharat Odisha Team

Published : Jan 26, 2024, 7:40 AM IST

ମତଦାତା ସମ୍ମିଳନୀ
ମତଦାତା ସମ୍ମିଳନୀ

National Voters Day Celebrated by BJP: ଗତକାଲି ଥିଲା 'ଜାତୀୟ ମତଦାତା ଦିବସ' । ଏହି ମତଦାତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମତଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ମତଦାତା ସମ୍ମିଳନୀ

ନିମାପଡ଼ା: ଗତକାଲି ଥିଲା 'ଜାତୀୟ ମତଦାତା ଦିବସ' । ପ୍ରତିବର୍ଷ ମତଦାତା ଦିବସ ପାଳନ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୦୧୧ ମସିହାରେ ନିର୍ଣ୍ଣୟ ନେଇଥିଲେ । ଏହି ମତଦାତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମତଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ରାଜ୍ୟରେ ଆଗକୁ ହେବାକୁ ଯାଉଛି ସାଧାରଣ ନିର୍ବାଚନ 2024 । ମତଦାନ, ଜଣେ ଭାରତୀୟର ମୌଳିକ ଅଧିକାର । ସେନେଇ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ଅନେକ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଭୋଟର ତାଲିକାରେ ଯୋଡ଼ି ହୋଇଥିବା ମତଦାତାଙ୍କ ସମେତ ଅନ୍ୟ ମତଦାତାଙ୍କୁ ମଧ୍ୟ ସଚେତନ କରାଯାଉଛି ।

ପୁରୀ ଜିଲ୍ଲା ପିପିଲି ସ୍ଥିତ କ୍ରିଷ୍ନା ଗାର୍ଡେନ ପରିସରରେ ପିପିଲି ଅଞ୍ଚଳର ପ୍ରାୟ ଏକ ହଜାର ନବାଗତ ଭୋଟରଙ୍କୁ ନେଇ ଆୟୋଜିତ ହୋଇଛି ମତଦାତା ସମ୍ମିଳନୀ । ଯେଉଁଥିରେ ନବାଗତ ଭୋଟରଙ୍କୁ ନେଇ ଯୁବମୋର୍ଚ୍ଚାର ଏକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । ଏବଂ ଯୁବ ସମାଜର ଉନ୍ନତି ପାଇଁ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ସାଙ୍ଗକୁ ଅନ୍ୟ ତିନୋଟି ବର୍ଗ ଯଥା, ଗରୀବ, କୃଷକ ଏବଂ ମହିଳାଙ୍କ ପାଇଁ କରାଯାଇଥିବା ଯୋଜନା ବିଷୟରେ କହିଥିଲେ । ପରେ ନବାଗତ ଭୋଟରଙ୍କୁ ସମ୍ବୋଧିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଫେବୃଆରୀ ୩ରେ ଓଡ଼ିଶା ଆସିବେ ମୋଦି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଛନ୍ତି, ‘‘ ଆଗକୁ ଆସୁଥିବା ସମୟରେ ଯୁବଗୋଷ୍ଠି ସହଭାଗିତାର ଆବଶ୍ୟକ ରହିଛି । ନିଜର ମନ୍ତବ୍ୟ ରଖିପାରିବେ । ଆଗକୁ ଆସୁଥିବା ଲୋକସଭା ନିର୍ବାଚନରେ ନିଜକୁ ସାମିଲ କରିପାରିବେ ।’’ ଅନ୍ୟପଟେ ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଡବଲ ଇଂଜିନର ସରକାର ଆଣିବା ପାଇଁ ନବାଗତ ମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ‘‘ମୋଦି ସରକାର ଆସିବା ପରଠାରୁ ଭାରତବର୍ଷରେ ଉନ୍ନତି ହୋଇଛି । ମୋଦି ସରକାର ହେଉଛି ସ୍କିମର ସରକାର । ବିଭିନ୍ନ ଯୋଜନା ମାଧ୍ୟମରେ ଗରୀବ, କୃଷକ, ମହିଳା ଏବଂ ଯୁବ ସମାଜର ଉନ୍ନତି କରିଛି ଏହି ସରକାର ।’’ ତେବେ ଆଜିର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତେ ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.