ETV Bharat / state

ଫେବୃଆରୀ ୩ରେ ଓଡ଼ିଶା ଆସିବେ ମୋଦି

author img

By ETV Bharat Odisha Team

Published : Jan 25, 2024, 4:41 PM IST

Updated : Jan 25, 2024, 7:25 PM IST

PM Modi to visit Odisha: ଆସନ୍ତା ଫେବୃଆରୀ ୩ ତାରିଖରେ ଓଡ଼ିଶା ଆସିବେ ମୋଦି । ଅଧିକ ପଢନ୍ତୁ

PM Modi to visit Odisha
PM Modi to visit Odisha

ଫେବୃଆରୀ ୩ରେ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ବର: ଫେବୃଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ । IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ଲାଗି ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିଛି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଜନସଭାରେ ଯୋଗଦେବେ ବୋଲି ମଧ୍ୟ ମନମୋହନ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଆସନ୍ତା ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ସେ ସମ୍ବଲପୁର ଯିବେ । ସେଠାରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନଜମେଣ୍ଟ (IIM)ର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ସମାରୋହରେ ଯୋଗଦେବେ । ଏହାସହିତ କିଛି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନ୍ୟ କିଛି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହାସହିତ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଗକୁ ନିର୍ବାଚନ ଅଛି, ନିର୍ବାଚନ ପୂର୍ବରୁ ସବୁ କେନ୍ଦ୍ରୀୟ ନେତା ମାନେ ଓଡିଶା ଗସ୍ତରେ ଆସିବେ ।"

ଏହା ବି ପଢନ୍ତୁ- Odisha Train Mishap: ବାଲେଶ୍ବର ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ସୂଚନା ଥାଉ କି ଗତବର୍ଷ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଥିଲେ । ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବା ପରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଓଡ଼ିଶା ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟସୂଚୀ ପ୍ରକାଶ ପାଇନଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶେଷ ଥର ଲାଗି ବାହନଗା ଟ୍ରେନ ଦୁର୍ଘଟଣା ସମୟରେ ଓଡ଼ିଶା ଗସ୍ତ କରିଥିଲେ । ଜୁନ ୨ ତାରିଖରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ଏହା ପର ଦିନ ଅର୍ଥାତ ଜୁନ ୩ ତାରିଖରେ ଓଡ଼ିଶା ଗସ୍ତ କରି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 25, 2024, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.