ETV Bharat / state

ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ବିବାଦ: ଜାତୀୟ ଏସ୍‌ଟି କମିଶନଙ୍କ ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 2, 2024, 9:58 PM IST

ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ବିବାଦ
ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ବିବାଦ

Gond Samaj and BJD leader Conflict: ଉଗ୍ର ରୂପ ନେଉଛି ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ପ୍ରଧାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପୋଲିସ ମହାନିର୍ଦ୍ଦେଶକ, ଅନୁଗୋଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଜନଜାତି କମିଶନ । ଅଧିକ ପଢ଼ନ୍ତୁ

ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ବିବାଦ

ଅନୁଗୋଳ: ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ପ୍ରଧାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ରୋଚକ ମୋଡ଼ ନେଉଛି । ଗଣ୍ଡ ସମାଜର ପେନଠାନା ପ୍ରତିଷ୍ଠା ବେଳେ ଦଳବଳ ଧରି ତାଙ୍କ ଧର୍ମସ୍ଥଳକୁ ପଶିବା ଘଟଣାରେ ପ୍ରଥମେ ଥାନାରେ ଅଭିଯୋଗ ଓ ତଦନ୍ତ ନହେବା ପରେ ଜାତୀୟ ଜନଜାତି କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ଗଣ୍ଡ ସମାଜ ଲୋକେ । ଆଉ ଏବେ ଜନଜାତି କମିଶନ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପୋଲିସ ମହାନିର୍ଦ୍ଦେଶକ, ଅନୁଗୋଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ନଳିନୀଙ୍କ ପାଇଁ ଅଡୁଆ ବଢାଇଛି ।

ଦିନକୁ ଦିନ ଗଣ୍ଡ ସମାଜ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଜେଡିରେ ସୃଷ୍ଟି ହୋଇଥିବା ପେଞ୍ଚ ନୂଆ ରୂପ ଧାରଣ କରୁଛି । ଆଠମଲ୍ଲିକ ବିଜେଡି ନେତା ନଳିନୀ ପ୍ରଧାନଙ୍କ ବେକରେ କଣ୍ଟା ହୋଇ ଲାଗିଲାଣି ଗଣ୍ଡ ସମାଜ ଓ ତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ । ଗତ ଜାନୁଆରୀ ମାସ ୧୫ ତାରିଖରେ ଗୋଣ୍ଡ ସମାଜ ପେନଠାନାକୁ ବିଜେଡି ପତାକା ଧରି ହଜାର ହଜାର ସମର୍ଥକଙ୍କ ସହ ପ୍ରବେଶ, ଏହାକୁ ଗଣ୍ଡ ସମାଜର ବିରୋଧ ଓ ଏବେ ଜାତୀୟ ଏସ୍‌ଟି କମିଶନଙ୍କ ନୋଟିସ ପରେ ଏଇ ବିବାଦ ନୂଆ ରୂପ ନେଇଛି । ନଳିନୀଙ୍କ ଆଚରଣକୁ ନେଇ ସମାଜ ପକ୍ଷରୁ ତାଙ୍କ କୁଶପୁତ୍ତଳିକା ଦାହ କରାଯିବା ପରେ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟାନୁଷ୍ଠାନ ଦାବି କରି ପୁରା ଘଟଣା ନେଇ ତଥ୍ୟ ରଖିଛନ୍ତି ଗୋଣ୍ଡାୱାନା ସମାଜର ସଦସ୍ୟ ମାନେ ।

ଏହା ମଧ୍ୟ ପଢ଼ନ୍ତୁ...ଗୋଣ୍ଡ ସମାଜକୁ ନେଇ ଆଠମଲ୍ଲିକ ବିଜେଡ଼ିରେ ଝଡ଼, ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ

ବିଜେଡି ନେତା ନଳିନୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ପୋଲିସ ମହନିର୍ଦ୍ଦେଶକଙ୍କ ସହ ଅନୁଗୋଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ । ଗତ ଜାନୁଆରୀ ୧୫ ତାରିଖରେ ଆଠମଲ୍ଲିକ ଆମ୍ବସରମୁଣ୍ଡା ଠାରେ ଜଙ୍ଘାଦେଓଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଓ ତାଙ୍କ ସମର୍ଥକ ମାନେ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରିବା ସହ ମଦ୍ୟପାନ କରି ଗଣ୍ଡଗୋଳ କରିବା, ଗଣ୍ଡ ସମାଜର ଭାଇ ଭଉଣୀମାନଙ୍କୁ ଗାଳି ଗୁଲଜ କରି ଅପମାନ କରିବା ନେଇ ୨୧ ଜାନୁଆରୀ ୨୦୨୪ରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ପରିଷଦ ପକ୍ଷରୁ ଏସ୍‌ଟି କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଗୋଣ୍ଡ ସମାଜର ଇଷ୍ଟଦେବ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ବିଧାୟିକା ଦୀପାଳି

ଏହି ଅଭିଯୋଗକୁ ନେଇ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ କ୍ଷୋଭ ପ୍ରକାଶ କରିବା ସହ ୭ ଦିନ ମଧ୍ୟରେ ଏହି ଘଟଣାର ସମସ୍ତ ତଥ୍ୟ ଦାଖଲ କରିବା ପାଇଁ ରାଜ୍ୟ ପୋଲିସ ଡିଜିଙ୍କ ସମେତ ଅନୁଗୋଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜବାବ ତଲବ କରିଛନ୍ତି । ୭ ଦିନ ଭିତରେ ଏହି ଘଟଣାର ସମସ୍ତ ତଥ୍ୟ ଦାଖଲ ନକଲେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ ଭାରତ ସମ୍ବିଧାନର ୩୩୮ A ଅନୁସାରେ ସିଭିଲକୋର୍ଟ କ୍ଷମତାରେ ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ନେବା ସହ ପୋଲିସ ଡିଜି, ଜିଲ୍ଲାପାଳ ଓ ଏସପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗକୁ ଆସୁଛି ନିର୍ବାଚନ । ସେପଟେ ଆଠମଲ୍ଲିକ ବିଧାୟକ ପଦ ପାଇଁ ବିଜେଡି ଟିକେଟ ଆଶୟୀ ଅଛନ୍ତି ନଳିନୀ । ଅନ୍ୟପଟେ ଏବେର ବିଧାୟକ ରମେଶ ସାଏ ଓ ନଳୀନଙ୍କ ମଧ୍ୟରେ ସମ୍ପର୍କ ଭଲ ନାହଁ । ଆଗମୀ ଦିନରେ ଏହି ଗଣ୍ଡ ସମାଜ ବିବାଦ କଣ ରୂପ ନେବ ତାହା ସମୟ କହିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.