ETV Bharat / state

'ଆଗାମୀ 25ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା'

author img

By ETV Bharat Odisha Team

Published : Jan 25, 2024, 9:06 PM IST

Namo Nav Matdata Sammelan: ଖଣ୍ଡଗିରି ଜାଗମରାରେ "ନମୋ ନବ ମତଦାତା ସମ୍ମିଳନୀ" । ଭିଡିଓ କନଫେରିସିଂରେ ଯୋଡ଼ି ହେଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଟାର୍ଗେଟରେ ନୂଆ ଭୋଟର । ପରିବାରବାଦୀ ଦଳ ମାନଙ୍କୁ ହରାଇବା ପାଇଁ ଦେଲେ ଆହ୍ଵାନ । ଅଧିକ ପଢନ୍ତୁ

' ଆଗାମୀ 25 ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା '
' ଆଗାମୀ 25 ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା '

' ଆଗାମୀ 25 ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା '

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ " ନମୋ ନବ ମତଦାତା ସମ୍ମିଳନୀ" । ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କୁ ଆଖି ଆଗରେ ରଖି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡିଓ କନଫେରିସିଂ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ଏହା ଓଡ଼ିଶାର ୨୫୦ ଟି ଜାଗାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହେଇଛି ।

ଯୁବ ଭୋଟରଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ୱରରେ ଖଣ୍ଡଗିରି ଜାଗମରାରେ " ନମୋ ନବ ମତଦାତା ସମ୍ମିଳନୀ" ଆୟୋଜନ କରାଯାଇଛି । ବିଜେପିର ନବ ମତଦାତା ସମ୍ମିଳନୀ ଅବସରରେ ଦେଶର ୫୮୦୦ଟି ସ୍ଥାନରୁ ଯୋଡ଼ି ହୋଇଛନ୍ତି ନବ ମତଦାତା ଯୁବକ ଯୁବତୀ । ଏହି କ୍ରମରେ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗମରା ଠାରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଯୁବବର୍ଗ । ଓଡ଼ିଶାର ୨୫୦ଟି ଜାଗାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହେଇଛି ।


ତେବେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ କହିଛନ୍ତି," ଆଗାମୀ ୨୫ ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା । ଆଗାମୀ ସମସ୍ତ ନିର୍ବାଚନର ଯୁବକ ଯୁବତୀମାନଙ୍କର ବଡ଼ ଦାୟିତ୍ଵ ରହିବ । ଆପଣଙ୍କ ଭୋଟ ହିଁ ଭାରତର ଦିଗ ନିଶ୍ଚିତ କରିବ ।" ଏହା ସହ ପରିବାରବାଦୀ ଦଳ ମାନଙ୍କୁ ହରାଇବା ପାଇଁ ଦେଲେ ଆହ୍ଵାନ । ନିର୍ବାଚନୀ ଇସ୍ତାହାରରେ କ'ଣ ରହିବା ଦରକାର ସେ ନେଇ ଯୁବକ ଯୁବତୀଙ୍କ ମତ ଲୋଡ଼ିଲେ ମୋଦି ।

ଏହା ମଧ୍ୟ ପଢନ୍ତୁ ....'ମୋର ପ୍ରାଥମିକତା ଯୁବକ, ଆପଣଙ୍କ ସ୍ୱପ୍ନ ମୋର ସଂକଳ୍ପ', ନୂଆ ଭୋଟରଙ୍କୁ ଏପରି କହିଲେ ମୋଦି


ତେବେ ରାଜ୍ୟରେ ନୂତନ ଭୋଟରମାନଙ୍କୁ କିପରି ବିଜେପି ନିଜ ଅକ୍ତିଆରକୁ ଆଣିବାକୁ ହେବ ପ୍ରମୁଖ ଭୂମିକା ନେବ ଯୁବମୋର୍ଚ୍ଚା । ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ୨୦୧୪ ଓ ୨୦୧୯ ରେ ନୂଆ ଭୋଟର ମୋଦୀଙ୍କ ପାଖରେ ଥିଲେ । ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା । ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା । ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.