ETV Bharat / bharat

'ମୋର ପ୍ରାଥମିକତା ଯୁବକ, ଆପଣଙ୍କ ସ୍ୱପ୍ନ ମୋର ସଂକଳ୍ପ', ନୂଆ ଭୋଟରଙ୍କୁ ଏପରି କହିଲେ ମୋଦି

author img

By ETV Bharat Odisha Team

Published : Jan 25, 2024, 4:20 PM IST

ନବ ମତଦାତା ସମ୍ମିଳନୀ
Nav Matdata Sammelan

Nav Matdata Sammelan: ନମୋ ନବ ମତଦାତା ସମ୍ମିଳନୀରେ ନୂଆ ଭୋଟରଙ୍କୁ ସମ୍ବୋଧନ କଲେ ମୋଦି । ପାରିବାରବାଦକୁ ଶେଷ କରିବାକୁ ଯୁବକଙ୍କୁ ଆହ୍ବାନ ଦେଲେ ପ୍ରଦାନମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତୀୟ ଭୋଟର ଦିବସ ଅବସରରେ ବିଜେପି ପକ୍ଷରୁ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭିସି ଯୋଗେ ନୂଆ ଭୋଟରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି । ଦେଶର ପ୍ରାୟ 5ହଜାର 8ଶହ ସ୍ଥାନରୁ ଲକ୍ଷାଧିକ ନୂଆ ଭୋଟର ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ମୋର ପ୍ରାଥମିକତା ଦେଶର ଯୁବକ, ଆପଣଙ୍କ ସ୍ୱପ୍ନ ମୋର ସଂକଳ୍ପ ବୋଲି କହିଥିଲେ ପ୍ରଦାନମନ୍ତ୍ରୀ। ସେହିପରି ଆସନ୍ତା କିଛି ବର୍ଷ ମଧ୍ୟରେ ମହାକାଶ, ପ୍ରତିରକ୍ଷା, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମେ ଯୁବକମାନଙ୍କ ଉପରେ ନିର୍ଭର କରିବୁ ବୋଲି ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ଭୋଟରଙ୍କୁ ସମ୍ବୋଧନ କରି କହିଛନ୍ତି, ''ଯେତେବେଳେ ଦେଶ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି, ସେତେବେଳେ ତୁମର ମତଦାନ ସ୍ଥିର କରିବ ଯେ ଭାରତର ଦିଗ କେଉଁ ଆଡକୁ ଯାଉଛି। ଆମେ ଆଗାମୀ କିଛି ବର୍ଷ ମଧ୍ୟରେ ମହାକାଶ, ପ୍ରତିରକ୍ଷା, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ଗତି, ଦିଗ, ଆଭିମୁଖ୍ୟ କେଉଁ ଆଡେ ଯିବ ତାହା ଆପଣ ମାନଙ୍କ ଉପରେ ନିର୍ଭରଶୀଳ । ଆପଣଙ୍କ ପାଇଁ କ’ଣ ସମ୍ଭାବନା ରହିବ ତାହାର ଦାୟିତ୍ବ ସେହିମାନଙ୍କ ଉପରେ ରହିବ । ଯେଉଁମାନେ ସେହି ସମୟରେ ଦେଶ ପରିଚାଳନା କରୁଥିବେ । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କୁ ସଠିକ ଭାବେ ନିର୍ବାଚିତ କରିବା ଆବଶ୍ୟକ । ଏହା ଆପଣଙ୍କ ଭୋଟ ଉପରେ ନିର୍ଭର କରେ । ଆପଣମାନଙ୍କ ଗୋଟିଏ ଭୋଟ୍ ଦେଶର ବିକାଶ ସହ ଜଡିତ ।''

ଏହା ମଧ୍ୟ ପଢନ୍ତୁ-ଜାତୀୟ ମତଦାତା ଦିବସ, ଆଜି ନୂଆ ଭୋଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଆପଣଙ୍କର ଗୋଟିଏ ଭୋଟ୍ ଭାରତକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବ । ଆପଣଙ୍କର ଗୋଟିଏ ଭୋଟ୍ ସଂଖ୍ୟାଗରିଷ୍ଠ ତଥା ସ୍ଥିର ସରକାର ଗଠନ କରିବ। ଆପଣଙ୍କର ଗୋଟିଏ ଭୋଟ୍ ଡିଜିଟାଲ୍ ରିଭୋଲେସନକୁ ଅଧିକ ଶକ୍ତିଶାଳୀ କରିବ। ଯେତେବେଳେ ଦେଶରେ ଏକ ସ୍ଥିର ସରକାର ଥାଏ। ସେତେବେଳେ ଦଶନ୍ଧି ଦଶନ୍ଧି ଧରି ବିଚାରାଧୀନ ଥିବା ସମସ୍ୟାର ସମାଧାନ କରିଥାଏ ଓ ଦେଶ ବଡ ବଡ ନିଷ୍ପତ୍ତି ନେଇ ଆଗକୁ ବଢିଥାଏ । ଆମର ସରକାର ଜମ୍ମୁ କାଶ୍ମୀରରେ 370 ଧାରା ଉଚ୍ଛେଦ କରି ଦୀର୍ଘ ବର୍ଷର ଅପେକ୍ଷାକୁ ଶେଷ କରିଥିଲା । ଦେଶର ସୌନିକଙ୍କ ପାଇଁ 'ୱାନ ରାଙ୍କ ୱାନ ପେନ୍‌ସନ୍‌' ଲାଗୁ କରି ଚାରି ଦଶନ୍ଧିର ଅପେକ୍ଷାକୁ ସମାପ୍ତ କରିଛି । ଆମେ ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟକାରୀ କରିଛୁ। ଆମ ସରକାର ନାରୀ ଶକ୍ତି ଅଧିନିୟମ ପ୍ରଣୟନ କରି ମହିଳାଙ୍କ ଅପେକ୍ଷାକାର ଅନ୍ତ ଘଟାଇଛି । ''

''ପରିବେଶକୁ ସୁରକ୍ଷା ଦିଆଯାଇ କିପରି ବିକାଶ କରାଯାଇ ପାରିବ ତାହା ଆଜି ଭାରତ ପୁରା ବିଶ୍ବକୁ ଦର୍ଶାଉଛି । ଭାରତୀୟ ରେଳ ବିଭାଗ 2030 ସୁଦ୍ଧା ଜିରୋ କାର୍ବନ ଏମିସନ ପାଇଁ ଲକ୍ଷ୍ୟ ସ୍ଥିର କରିଛି। ଆଜି ଭାରତରେ ଇଲେକ୍ଟ୍ରିକ ମୋବିଲିଟି ଉପରେ ଗୁରୁତ୍ୱ ଦିଆଯାଉଛି। ଆପଣଙ୍କର ପ୍ରେରଣା ତଥା ଉଦ୍ଭାବନ ମଧ୍ୟ ରହିଛି। ମୋର ପ୍ରାଥମିକତା ଦେଶର ଯୁବକ, ଆପଣଙ୍କ ସ୍ୱପ୍ନ ମୋର ସଂକଳ୍ପ । ଦେଶର ଯୁବକ ମାନଙ୍କ ସ୍ବପ୍ନ ପୁରଣ ପାଇଁ ସରକାର ସମସ୍ତ କାର୍ଯ୍ୟ କରୁଛନ୍ତି । ମୋର ପ୍ରାଥମିକତା ହେଉଛନ୍ତି ଯୁବ ଗୋଷ୍ଠୀ । ମୁଁ ସବୁବେଳେ ଦେଶର ଯୁବକମାନଙ୍କ ଉପରେ ଅଧିକ ବିଶ୍ୱାସ କରି ଆସିଛି । ଏକ ଷ୍ଟାର୍ଟ ଅପ୍ ନୀତି କରି ଆପଣଙ୍କ ପାଇଁ ବ୍ୟବସାୟ ଦ୍ୱାର ଖୋଲିଛୁ । 'ମୁଦ୍ରା ଯୋଜନା'ରେ ଆମେ ବିନା ଋଣରେ ଲୋନ ଦେବାକୁ ବ୍ୟବସ୍ଥା କରିଛି ।''

ପ୍ରଧାନମନ୍ତ୍ରୀ ପରିବାରବାଦ ଉପରେ ଯୁବ ଭୋଟରଙ୍କୁ କହିଥିଲେ ଯେ, ରାଜନୀତିରେ ପରିବାରବାଦ ହେଉଛି ଏକ ରୋଗ । ଯାହା ଯୁବକ ମାନଙ୍କୁ ଆଗକୁ ଯିବାରେ ବାଧା ସୃଷ୍ଟି କରିଥାଏ । ଯେଉଁ ମାନେ ପରିବାରବାଦ ଉପରେ ବିଶ୍ବାସ କରିନ୍ତି ସେମାନେ କେବେବି ଆଗକୁ ଯାଇପାରିବେ ନାହିଁ । ତାଙ୍କ ନେତାଙ୍କ ଚିନ୍ତା ଧାରା ଯୁବକଙ୍କ ବିରୋଧି । ସେଥିପାଇଁ ଆପଣ ନିଜ ଭୋଟରେ ଏପରି ଏକ ପରିବାରବାଦ ଦଳକୁ ପରାସ୍ତ କରିବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.