ETV Bharat / bharat

ଜାତୀୟ ମତଦାତା ଦିବସ, ଆଜି ନୂଆ ଭୋଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Jan 25, 2024, 6:56 AM IST

ଜାତୀୟ ମତଦାତା ଦିବସ
National Voters Day

National Voters Day: ଜାତୀୟ ମତଦାତା ଦିବସ ଅବସରରେ ନୂଆ ଭୋଟରଙ୍କ ସହ ଆଜି କଥା ହେବେ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଜାତୀୟ ମତଦାତା ଦିବସ । ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବେ ଓ ମତଦାନ କରିବେ ସେନେଇ ପ୍ରତିବର୍ଷ ଜାନୁଆରୀ 25ରେ ଜାତୀୟ ମତଦାନ ଦିବସ ପାଳନ ହୁଏ । ମତଦାନ ପାଇଁ ନୂଆ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜି ପ୍ରାୟ ଏକ କୋଟିରୁ ଅଧିକ ନୂଆ ଭୋଟରଙ୍କ ସହ ଭିସି ଯୋଗେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରାୟ 5 ହଜାର ସ୍ଥାନରେ ଲକ୍ଷ ଲକ୍ଷ ଯୁବ ଭୋଟରଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ । ନିଜ ଦଳ ପ୍ରତି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏପରି ଯୋଜନା କରିଛି ବିଜେପି ।

ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ''2014ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଓ 2019ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ନିର୍ବାଚିତ ହେବାରେ ଯୁବ ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ମୋଦି ଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମନୋନିତ କରିବାକୁ ଯୁବ ଭୋଟର ମାନେ ଉତ୍ସାହିତ ଅଛନ୍ତି । ବିଜେପି ସରକାରରେ ଯୁବକମାନଙ୍କ ପାଇଁ ବହୁତ ସୁଯୋଗ ରହିଛି ।''

ଏହା ମଧ୍ୟ ପଢନ୍ତୁ- ମତଦାତା ଦିବସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ଏହାର ଇତିହାସ ଓ ଥିମ୍

ସେ ଆହୁରି ମଧ୍ୟ କହିଛନ୍ତି, ''ଅର୍ଥନୈତିକ ଅଭିବୃଦ୍ଧିର ଦ୍ରୁତ ଗତି ଏବଂ ଭିତ୍ତିଭୂମିରେ ବ୍ୟାପକ ଅଭିବୃଦ୍ଧି ମଧ୍ୟରେ ବେକାରୀ ହାର ସର୍ବନିମ୍ନ ସ୍ତରରେ ରହିଛି । ଯାହା ସିଧାସଳଖ ଏବଂ ପରୋକ୍ଷ ଭାବରେ ଯୁବକମାନଙ୍କୁ ଉପକୃତ କରିଛି । ଆଜି ଦେଶର ପ୍ରାୟ 5000 ହଜାର ସ୍ଥାନରେ ଲକ୍ଷ ଲକ୍ଷ ଯୁବ ଭୋଟରଙ୍କ ସହ ଭିସି ଯୋଗେ ଯୋଡି ହେବେ ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କ ସହ କଥାବାର୍ତ୍ତା ହେବେ । ଏହା ଦ୍ବାରା ନିର୍ବାଚନରେ ଯୁବ ଭୋଟରଙ୍କ ସଂଖ୍ୟା ବଢିବ ଓ ଦେଶର ଗଣତନ୍ତ୍ର ମଜବୁତ ହେବ ।''

ଦେଶରେ 18 ରୁ 25 ବର୍ଷ ବର୍ଗରେ ସାତ କୋଟିରୁ ଅଧିକ ଭୋଟର ଅଛନ୍ତି । ସରକାର ସେମାନଙ୍କ ପାଇଁ ଅନେକ ଯୋଜନା ଏବଂ ନୀତି ଆଣିଛନ୍ତି । ଯେଉଁଥିରେ ଆଇଆଇଏମ୍, ଆଇଆଇଟି ଏବଂ ମେଡିକାଲ୍ କଲେଜ ପ୍ରତିଷ୍ଠା ମଧ୍ୟ ସାମିଲ ରହିଛି । ଜାତୀୟ ଭୋଟର ଦିବସରେ ଏକ କୋଟିରୁ ଅଧିକ ଭୋଟରଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.