ETV Bharat / state

ପାଞ୍ଚ ଦଫା ନେଇ ନାଲକୋ ବିରୋଧରେ ଗର୍ଜିଲେ ଶ୍ରମିକ

author img

By ETV Bharat Odisha Team

Published : Jan 30, 2024, 8:10 AM IST

ପାଞ୍ଚ ଦଫା ନେଇ ନାଲକୋ ବିରୋଧରେ ଗର୍ଜିଲେ ଶ୍ରମିକ
ପାଞ୍ଚ ଦଫା ନେଇ ନାଲକୋ ବିରୋଧରେ ଗର୍ଜିଲେ ଶ୍ରମିକ

NALCO Workers Protest: ନାଲକୋରେ ଶ୍ରମିକମାନଙ୍କ ଆନ୍ଦୋଳନ । କମ୍ପାନୀ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ । ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନର ଚେତାବନୀ ଦେଲା ଠିକା ମଜଦୁର ସଂଘ । ଅଧିକ ପଢନ୍ତୁ

ପାଞ୍ଚ ଦଫା ନେଇ ନାଲକୋ ବିରୋଧରେ ଗର୍ଜିଲେ ଶ୍ରମିକ

କୋରାପୁଟ: ଜିଲ୍ଲା ଦମନଯୋଡି ନାଲକୋରେ ଶ୍ରମିକମାନଙ୍କ ପ୍ରତିବାଦ । ନାଲକୋ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । କମ୍ପାନୀ ଶ୍ରମିକମାନଙ୍କ ମୌଳିକ ଦାବିଗୁଡିକୁ ପୂରଣ କରୁନଥିବା ଅଭିଯୋଗ କରିଛି କାର୍ଯ୍ୟରତ ଠିକା ମଜଦୁର ସଂଘ । ତେଣୁ ସୋମବାର ଦିନ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ନାଲକୋ ଗେଟ୍ ଆଗରେ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ ।

ମଜଦୁର ସଂଘର ଦାବିଗୁଡିକ ହେଉଛି ଶ୍ରମିକମାନଙ୍କ କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ ରାଶି, ପଦୋନ୍ନତି ବ୍ୟବସ୍ଥା କରିବା । ଏହାସହ କାରଖାନାରେ ଆଇନ୍ ମୁତାବକ ବିଭିନ୍ନ ଭତ୍ତା ଲାଗୁ ଓ ବୃଦ୍ଧି କରିବା ଏବଂ ଅବସର କିମ୍ବା ଶାରୀରିକ ଅକ୍ଷମତା ହେତୁ ଉତ୍ତରାଧିକାରୀ ପୂର୍ଣ୍ଣ ନିଯୁକ୍ତି ବ୍ୟବସ୍ଥା କରିବା । ଏଥିପାଇଁ ଶ୍ରମିକମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ନାଲକୋ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ପୂର୍ବ ବର୍ଷ ଫେବୃଆରୀ ୨୩ ଏବଂ ନଭେମ୍ବର ୫ ତାରିଖରେ ନାଲକୋ ଠିକା କୋଡ଼ିନେସନ କମିଟିର ମିଳିତ ବୈଠକ ଭୁବନେଶ୍ୱର କର୍ପୋରେଟ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋଡ଼ିନେସନ ତରଫରୁ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ତେବେ ଏଥିରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ନାଲକୋ ତରଫରୁ କୌଣସି ଦାବି ପୂରଣ କରାଯାଉନାହିଁ । ଅନ୍ୟପଟେ ଯଦି ଆଗାମୀ ୭ ଦିନ ଭିତରେ ଦାବିଗୁଡିକ ପୂରଣ ନହୁଏ ତେବେ ଶ୍ରମିକମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ ଏବଂ ଆସନ୍ତା ୧୪ ତାରିଖଠାରୁ ଅନିଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରିବା ସହିତ ନାଲକୋ ଗେଟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ମଜଦୁର ସଂଘ ।

ଏହା ମଧ୍ୟ ପଢନ୍ତୁ...ତାତିଲେ ପ୍ରାଣୀ ଚିକିତ୍ସକ, ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ...ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ

ବାରମ୍ବାର ଶ୍ରମିକମାନଙ୍କୁ ପ୍ରତାରଣା କରିବା ଓ ଆଲୋଚନା କରି ସମାଧାନ ନକରି ଭୁଲିଯିବା କେତେଦୂର ଯଥାର୍ଥ ବୋଲି ମଜଦୁର ସଂଘ ପ୍ରଶ୍ନ କରିଛି । ବାରମ୍ବାର ନାଲକୋ ପ୍ରତାରଣା କରୁଥିବାରୁ ଶ୍ରମିକମାନଙ୍କ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହେଉଛି । ଯଦି ଆଗାମୀ ଦିନରେ ନାଲକୋ ଦାବିଗୁଡିକ ପୂରଣ ନକରେ, ତେବେ ଭବିଷ୍ୟତରେ ଯଦି କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟେ, ତାହାଲେ ନାଲକୋ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.