ETV Bharat / state

ଓଡ଼ିଶାର ୪ ଜାତିକୁ ST ମାନ୍ୟତା: ରାଜ୍ୟସଭାରେ ବିଲ୍ ପାସ୍ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅପରାଜିତା

author img

By ETV Bharat Odisha Team

Published : Feb 7, 2024, 1:08 PM IST

mp-aparajita-sarangi-thankful-to-pm
ଅନୁସୂଚିତ ଜାତି, ଜନଜାତି ସଂଶୋଧନ ବିଲକୁ ରାଜ୍ୟସଭାରେ ମଞ୍ଜୁରୀ

Rajya Sabha Passes two Bills Modifying List of SC, ST : ରାଜ୍ୟସଭାରେ ପାରିତ ହୋଇଛି ଅନୁସୂଚିତ ଜାତି ଏବଂ ଜନଜାତି ସଂଶୋଧନ ବିଲ୍ । ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକା ସଂଶୋଧନକୁ ନେଇ ଗତକାଲି(ମଙ୍ଗଳବାର) ରାଜ୍ୟସଭାରେ ଦୁଇଟି ବିଲକୁ ମଞ୍ଜୁରୀ ମିଳିଛି । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉଭୟ ବିଲକୁ ଉଚ୍ଚ ସଦନରେ ଆଗତ କରିଥିଲେ । ଓଡ଼ିଶାର ୪ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବାକୁ ରାଜ୍ୟସଭାରେ ବିଲ୍ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରକାଶଥାଉକି, ସ-ଅ-ର, ଧୂରୁଆ, କନ୍ଧ-କୁମ୍ଭାରଙ୍କୁ କେନ୍ଦ୍ରର ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଦାବି ଉଠାଇବା ସହିତ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ।

ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ କରି ଲେଖିଛନ୍ତି, " ସ-ଅ-ର, ଧୂରୁଆ, କନ୍ଧ-କୁମ୍ଭାରଙ୍କୁ କେନ୍ଦ୍ରର ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ନେଇ ରାଜ୍ୟସଭାରେ ବିଲ ପାରିତ ହୋଇଛି । ଏହା ଏକ ପ୍ରକାର ଐତିହାସିକ ନିଷ୍ପତ୍ତି ଅଟେ । ଆଶା କରୁଛି ଖୁବ ଶୀଘ୍ର ଲୋକସଭାରେ ମଧ୍ୟ ଏହା ପାରିତ ହେବ । ବିଶେଷକରି ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉଭୟ ବିଲକୁ ଉଚ୍ଚ ସଦନରେ ଆଗତ କରିଥିବାକୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।"

ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ-2024 ଏବଂ ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ-2024କୁ ଗୃହରେ ଅନୁମୋଦିତ ହୋଇଛି । ପ୍ରଥମ ବିଲ୍ ଅନୁସାରେ, ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜନଜାତି ତାଲିକାରେ ସଂଶୋଧନ ଅଣାଯିବା ସହିତ ଦ୍ବିତୀୟ ବିଲ୍ ଅନୁସାରେ ଓଡିଶାର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକାରେ ସଂଶୋଧନ ଅଣାଯିବ । ରାଜ୍ୟର ଅନୁସୂତିତ ଜନଜାତି ଶ୍ରେଣୀ ତାଲିକାରେ ରହିଥିବା ରେଡି ଏବଂ ଦୋରା ସଂପ୍ରଦାୟ ଲୋକଙ୍କ ସାଙ୍ଗିଆରେ ପରିବର୍ତ୍ତନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାର ପ୍ରମୁଖ ଜନଜାତି ଗୋଣ୍ଡ ସମାଜ ବହୁତ ଆଗକୁ ଭାବୁଥାଏ: ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର 4ଟି ଏବଂ ଆନ୍ଧ୍ରପ୍ରଦେଶର 3ଟି ଗୋଷ୍ଠୀ ଏସଟି ତାଲିକାରେ ସାମିଲ ହେବେ । ବର୍ତ୍ତମାନ ଏହି ଗୋଷ୍ଠୀ ପୁରାତନ ଦୁର୍ବଳ ଜନଜାତି(ପିଭିଟିଜି)ରେ ସାମିଲ ହୋଇ ରହିଛନ୍ତି । ତେବେ ମଙ୍ଗଳବାର ରାଜ୍ୟସଭାରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ, "10ଟି ପିଭିଟିଜି ଏସଟି ତାଲିକାରେ ସାମିଲ ନହେବା କାରଣରୁ ଅଧିକାରରୁ ବଞ୍ଚିତ ହେବା ସହିତ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି । " କେନ୍ଦ୍ର ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସବୁ ବଞ୍ଚିତଙ୍କୁ ସେମାନଙ୍କର ଅଧିକାର ମିଳୁ ଏହା ମୋଦି ଗ୍ୟାରେଣ୍ଟି । ଏହାସହ ଆଦିବାସୀଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.