ETV Bharat / state

ଜଗତସିଂହପୁରରେ ବଦଳିଲା ସ୍କୁଲ ସମୟ, ଆଜିଠୁ ସକାଳ 6ଟା 30ରୁ ପାଠପଢା - Morning Classes In School

author img

By ETV Bharat Odisha Team

Published : Apr 9, 2024, 11:08 AM IST

Etv Bharat
Etv Bharat

Morning Classes In Schools: ଆଜିଠୁ ଜଗତସିଂହପୁରରେ ସକାଳୁ 6ଟା 30ରୁ ଆରମ୍ଭ ହୋଇଛି ସ୍କୁଲ । 10ଟା 30ରେ ଶେଷ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ବଦଳାଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ଜଗତସିଂହପୁର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ 7ଟାରୁ 11.30 ପରିବର୍ତ୍ତେ ବିଦ୍ୟାଳୟଗୁଡିକରେ ପାଠପଢା ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ଚାଲିବ । ଏନେଇ ଜଗତସିଂହପୁର ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟଗୁଡିକୁ ସୋମବାର ନିର୍ଦ୍ଦେଶ ଦେଇଥିଲେ । ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷାଦାନ ସମୟରେ ପରିବର୍ତ୍ତନ ହୋଇଛି ।

ଜିଲ୍ଲାରେ କାଳବୈଶାଖୀ ପ୍ରବାହରେ ବର୍ଷା ଯୋଗୁଁ କିଛି ମାତ୍ରାରେ ଅଶ୍ୱସ୍ତି ମିଳିଥିବା ବେଳେ ଆଗାମୀ ଦୁଇ ତିନି ଦିନ ପରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି । ଫଳରେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସକାଳ 6ଟା30ରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସକାଳୁ ପିଲାମାନେ କେତେ ସଂଖ୍ୟାରେ ସ୍କୁଲ ଆସୁଛନ୍ତି ତାହା ଦିନେ ଦୁଇଦିନ ମଧ୍ୟରେ ଜଣାପଡିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ; ୭ଟାରୁ ସାଢେ ୧୧ଟା ଯାଏ ଚାଲିବ କ୍ଲାସ୍ - Morning Classes In Odisha

ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରଭାବ । କଲବଲ କରୁଛି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ 2 ତାରିଖ ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ହେଉଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ରୁ ପାଠପଢା ଆରମ୍ଭ ହୋଇ ଦିନ 11.30 ପର୍ଯ୍ୟନ୍ତ ଚାଲୁଛି । କିଛି ଜିଲ୍ଲାରେ ଏହି ସମୟ ପରିବର୍ତ୍ତନ ମଧ୍ୟ କରାଯାଉଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.