ETV Bharat / state

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ; ୭ଟାରୁ ସାଢେ ୧୧ଟା ଯାଏ ଚାଲିବ କ୍ଲାସ୍ - Morning Classes In Odisha

author img

By ETV Bharat Odisha Team

Published : Apr 2, 2024, 9:35 AM IST

Morning Classes In Odisha
Morning Classes In Odisha

Morning Classes In Odisha Schools: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ଓ ଅଙ୍ଗନବାଡ଼ିରେ ସକାଳୁଆ କ୍ଲାସ । ସକାଳ 7ଟାରୁ ଦିନ ସାଢେ 11ଟା ପର୍ଯ୍ୟନ୍ତ ଚାଲିବ ପାଠପଢ଼ା । ଅଧିକ ପଢନ୍ତୁ

Morning Classes In Odisha

ଭୁବନେଶ୍ବର: ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରଭାବ । କଲବଲ କଲାଣି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11.30 ପର୍ଯ୍ୟନ୍ତ ଚାଲିବ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 11ଟା ପର୍ଯ୍ୟନ୍ତ ପାଠପଢା ହେବ । ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।

ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି ଯେ, ସ୍କୁଲରେ ପିଲାମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ସହ ଓଆରଏସର ବ୍ୟବସ୍ଥା କରାଯାଇଛି । ଏହାସହ ମଧ୍ୟାହ୍ନ ଭୋଜନ ମଧ୍ୟ ପିଲାଙ୍କୁ ଦିଆଯିବ । ଯଦି କୌଣସି କାରଣରୁ ପିଲାମାନେ ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହସ୍ପିଟାଲ ନେବା ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପଟେ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ପିଲାମାନେ ପାଣି ବୋତଲ ସାଙ୍ଗରେ ଆଣିବା ପାଇଁ ନିର୍ଦ୍ଦେଶ ରହିଛି । ଏହାସହ କେନ୍ଦ୍ରରେ ଓଆରଏସ ପାଣି ଏବଂ ଖାଇବା ମଧ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଯୋଗାଇ ଦିଆଯାଉଛି । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପଙ୍ଖା ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କ୍ରମାଗତ ଭାବେ ବଢୁଛି ତାପମାତ୍ରା । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ପ୍ରକାଶ ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର ।

ଏହା ମଧ୍ୟ ପଢନ୍ତୁ-ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଖରାରେ ବାହାରକୁ ଯିବାବେଳେ ଦିଅନ୍ତୁ ବିଶେଷ ଧ୍ୟାନ: ରାଜ୍ୟରେ ଦିନକୁ ଦିନ ତାତି ଅସହ୍ୟ ହେଉଥିବା ବେଳେ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ନେଇ ଘରୁ ବାହାରିବା ଆବଶ୍ୟକ । ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖରାକୁ ବାହାରନ୍ତୁ ନାହିଁ । ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ପ୍ରିକସନ ନେଇ ବାହାରକୁ ବାହାରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.