ETV Bharat / state

୨୦ରୁ ମାଟ୍ରିକ ପରୀକ୍ଷା: ଜଗତସିଂହପୁର ଜିଲ୍ଲାରୁ ପରୀକ୍ଷା ଦେବେ 13,318 ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Feb 18, 2024, 9:05 PM IST

୨୦ରୁ ମାଟ୍ରିକ ପରୀକ୍ଷା
୨୦ରୁ ମାଟ୍ରିକ ପରୀକ୍ଷା

BSE Odisha 10th board exam: ଆଉ ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଜଗତସିଂହପୁର ଜିଲ୍ଲାରୁ 13,318 ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସୂଚନା ରହିଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଆଉ ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଯାହା ପାଇଁ ରାଜ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଂ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ତେବେ ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ 90ଟି କେନ୍ଦ୍ରରେ 13,318 ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସୂଚନା ରହିଛି । ଜିଲ୍ଲାର 8ଟି ବ୍ଲକରେ 8ଟି ନୋଡାଲ କେନ୍ଦ୍ର ରହିବାର ସୂଚନା ମିଳିଛି । ପରୀକ୍ଷା ଶୃଙ୍ଖଳାକୁ ନଜରେ ରଖି ପରୀକ୍ଷା କେନ୍ଦ୍ର ପାଇଁ ସମୁଦାୟ 23ଟି ଡିସପ୍ୟାଚ ଦଳ ମଧ୍ୟ ଗଠନ କରାଯାଇଛି । ବୋର୍ଡ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଅନ୍ୟାନ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ।

ପରୀକ୍ଷା ସମୟକୁ ନଜରରେ ରଖି ଗଠନ କରାଯାଇଥିବା ପ୍ରତ୍ୟେକ ଡିସପ୍ୟାଚ ଦଳକୁ 2 କିମ୍ବା 3ରେ ବିଭକ୍ତ କରାଯାଇ ଥିବା ବେଳେ କୁଜାଙ୍ଗ ଏବଂ ଟିରଟୋଲ ବ୍ଲକ ପାଇଁ 4 ଡିସପ୍ୟାଚ ଦଳ ଗଠନ କରାଯାଇଛି । ପରୀକ୍ଷା ନୋଡ଼ାଲ କେନ୍ଦ୍ର ଗୁଡ଼ିକ ପୋଲିସ ଅଧୀନରେ ରହିବ । ପରୀକ୍ଷା ସମୟରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ କେନ୍ଦ୍ର ନିକଟରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ନୋଡାଲ କେନ୍ଦ୍ରଗୁଡ଼ିକ ପୋଲିସ ଅଧୀନରେ ରହିବ । ପରୀକ୍ଷା ସମୟରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ କେନ୍ଦ୍ର ନିକଟରେ ପୋଲିସ କର୍ମଚାରୀଙ୍କୁ ପୋଷ୍ଟ କରାଯିବ ।ପରୀକ୍ଷାରେ କପି ଧରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା 8ଟି ଟିମ ଗଠନ କରାଯାଇଛି ଏବଂ ବୋର୍ଡ ପକ୍ଷରୁ ସ୍କ୍ବାର୍ଡ ମଧ୍ୟ ଆସିବାର ବ୍ୟବସ୍ତା ରହିଛି । ଏହା ବ୍ୟତୀତ ଜିଲ୍ଲାପାଳ ଜିଲ୍ଲା ସ୍ତରର ଅଧିକାରୀ, ବିଡିଓ ଏବଂ ସମ୍ପୃକ୍ତ ବ୍ଲକର ତହସିଲଦାରଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ଅଧ୍ୟୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ରୋକି ପାରିନି ଦୃଷ୍ଟିହୀନତା, ବ୍ରେଲିରେ ପଢି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦେବେ ମାଟ୍ରିକ ପରୀକ୍ଷା

ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ସଂଖ୍ୟା କମ ରହିଛି ସେଠାରେ ଅଧିକ ସଂଖ୍ୟକ ସିସିଟିଭି ଲଗାଇବା ପାଇଁ ବୋର୍ଡ ଦ୍ୱାରା ବ୍ୟବସ୍ଥା କରାଯାଉଛି । ଅନ୍ୟପକ୍ଷରେ, ପରୀକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଦ୍ୟମ କରାଯାଉଥିବା ଜିଲ୍ଲା ଶିକ୍ଷା ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । 13,318 ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକର 16ଟି କେନ୍ଦ୍ରରେ ସର୍ବାଧିକ 2818 ଜଣ ଛାତ୍ରଛାତ୍ରୀ, ବିରିଡି ବ୍ଲକରେ 6ଟି କେନ୍ଦ୍ରରେ 887 ଜଣ ଛାତ୍ରଛାତ୍ରା, ବାଲିକୁଦା ବ୍ଲକର 12ଟି କେନ୍ଦ୍ରରେ 658 ଜଣ ଛାତ୍ରଛାତ୍ରୀ, ଏରସମା ବ୍ଲକର 12ଟି କେନ୍ଦ୍ରରେ 1755 ଜଣ ଛାତ୍ରଛାତ୍ରୀ, ଜଗତ୍ସିଂହପୁର ବ୍ଲକର 13ଟି କେନ୍ଦ୍ରରେ 1873 ଜଣ ଛାତ୍ରଛାତ୍ରୀ, ନାଉଗାଁ ବ୍ଲକର 6ଟି କେନ୍ଦ୍ରରେ 953 ଜଣ ଛାତ୍ରଛାତ୍ରୀ, ରଘୁନାଥପୁର ବ୍ଲକର 9ଟି କେନ୍ଦ୍ରରେ 1208 ଜଣ ଛାତ୍ରଛାତ୍ରୀ ଏବଂ ଟିରଟୋଲ ବ୍ଲକର 16ଟି କେନ୍ଦ୍ରରେ 2256 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.