ETV Bharat / state

କମ୍ପିଲାଣି ପ୍ରଚାର ମୈଦାନ, ବୌଦ୍ଧ ଓ କଣ୍ଟାମାଳରେ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ - MLA Candidates Start Campaigning

author img

By ETV Bharat Odisha Team

Published : Apr 16, 2024, 2:03 PM IST

Campaigning Starts in Boudh
Campaigning Starts in Boudh

Election campaign in Boudh: ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ

Campaigning Starts in Boudh

ବୌଦ୍ଧ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇଉଠିଛି । ସେହିପରି ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଧାୟକ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ତେବେ ଜିଲ୍ଲାର ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ରହିବେ ବୋଲି କହିଛନ୍ତି ।

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ତ୍ରିମୁଖୀ ଲଢେଇ ହେବାର ଆଶଙ୍କା ରହିଛି । ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳ ମଧ୍ୟରେ ସିଧାସଳଖ ଲଢେଇ ହେବ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ଗତ ଦୁଇ ଥର ନିର୍ବାଚିତ ହୋଇଥିବା ବିଧାୟକ ମହୀଧର ରଣାଙ୍କ ସହିତ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ କଡ୍ଡା ଟକ୍କର ଦେବେ । ଏଥିସହ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-ପ୍ରଚାର ଆରମ୍ଭ କଲେ ବିଜେଡି ସାଂସଦ ପ୍ରାର୍ଥୀ ଡା.ଅବିନାଶ

ସେପଟେ ଆସନ୍ତା ୨୦ ତାରିଖରେ ପଲସାଗୋରା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶହ ଶହ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହେବା ସୂଚନା ମିଳିବା ପରେ ବିଜେଡି ଶିବିରରେ ଛନକା ପଶିଯାଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ କୁମାର ଅମାତଙ୍କୁ ବିଜେପିର ଯୁବନେତା ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର କଡ୍ଡା ଟକ୍କର ଦେବେ । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଯୁବ ବର୍ଗ ମଧ୍ୟ ପରିବର୍ତ୍ତନ ଓ ବିକାଶର ପ୍ରକ୍ରିୟାକୁ ମୁବ୍ଦା କରି ଆଶାୟୀ ପ୍ରାର୍ଥୀଙ୍କ ଭବିଷ୍ୟତ ସୁନିଶ୍ଚିତ କରିବେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.