ପ୍ରଚାର ଆରମ୍ଭ କଲେ ବିଜେଡି ସାଂସଦ ପ୍ରାର୍ଥୀ ଡା.ଅବିନାଶ - Dr Abinash Started Campaigning

By ETV Bharat Odisha Team

Published : Apr 5, 2024, 10:56 PM IST

thumbnail

ଢେଙ୍କାନାଳ: ଦେବୀ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ବିଜେଡି ସାଂସଦ ପ୍ରାର୍ଥୀ ଡା ଅବିନାଶ ସାମଲ  । ମା' ସୁନ୍ଦରଶୁଣୀଙ୍କୁ ଦର୍ଶନ ଆଜି(ଶୁକ୍ରବାର) ଦିନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଢେଙ୍କାନାଳର ବିଜେଡି ସାଂସଦ ପ୍ରାର୍ଥୀ ଡା ଅବନାଶ ସାମଲ । ଏହି ଅବସରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ଢେଙ୍କାନାଲ ସଦର ବ୍ଲକରେ ଏକ ବିଶାଳ ବାଇକ ଶୋଭାଯାତ୍ରା ବଳଦିଆ ବନ୍ଧ ଠାରୁ ଆରମ୍ଭ ହୋଇଥିଲା । ନିଜ ଦାଦା ତଥା ବିଜେଡି ଦଳୀୟ ଢେଙ୍କାନାଲ ବିଧାନସଭା ପ୍ରାର୍ଥୀ ସୁଧୀର ସମାଲ ସହିତ ଅବିନାଶ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରରେ ସାମିଲ ହୋଇଥିଲେ ।ଏହି ଅବସରରେ ସଦର ବ୍ଲକ ବିଜେଡିର ଯୁବ ସାଂସଦ ପ୍ରାର୍ଥୀ ଡା ଅବିନାଶଙ୍କୁ ସ୍ବାଗତ କରାଯାଇଥିଲା । 

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ସହ ଆଗାମୀ ୨୦୩୬ ମସିହା ବେଳକୁ ସ୍ବପ୍ନର ଓଡିଶା ଗଠନ ଦିଗରେ ସମସ୍ତଙ୍କୁ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ ଅବିନାଶ । ଏଥିପାଇଁ ସମସ୍ତଙ୍କ ଆଶ୍ରୀର୍ବାଦ କାମନା କରିଥିଲେ । ସେ ଜଣେ ଡାକ୍ତର ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା ଗରିବ ଲୋକମାନଙ୍କ ପାଇଁ କେତେ ଆବଶ୍ୟକତା ତାର ଉଦାହରଣ ଦେଇଥିଲେ । ସେପଟେ ସଦର ବ୍ଲକ ମଣିପୁର, ସପ୍ତଶଯ୍ୟା ଓ ଭାପୁର ଆଦି ଅଞ୍ଚଳର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଜେଡିରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.