ETV Bharat / state

ନିଖୋଜ ଆଦିବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By ETV Bharat Odisha Team

Published : Mar 11, 2024, 1:25 PM IST

Rourkela Farmer Death Case
Rourkela Farmer Death Case

Rourkela Farmer Death Case: ରାଉରକେଲାର ନିଖୋଜ ଆଦାବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଦୋଷୀକୁ ତୁରନ୍ତ ଧରିବା ନେଇ ଧାରଣା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Rourkela Farmer Death Case

ରାଉରକେଲା: ନିଖୋଜ ଆଦାବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ଝାଡ଼ଖଣ୍ଡ ଜଲଡେଗା ପୋଲିସ । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଦୋଷୀକୁ ତୁରନ୍ତ ଧରିବା ନେଇ ଗତକାଲି (ରବିବାର) ଥାନା ଘେରିଥିଲେ ଶତାଧିକ ମହିଳା ଓ ପୁରୁଷ ।

ସୂଚନା ମୁତାବକ, ରାଉରକେଲା ବିଶ୍ରା ଥାନା ତେତରକେଲା ପଞ୍ଚାୟତ ଝାରବେରଣା ଗାଁର ଆଦିବାସୀ ଚାଷୀ ମଙ୍ଗଳ ଓରାମ ଗତ ୨୯ ତାରିଖରେ ତାଙ୍କ ପିକଅପ୍‌ ଭ୍ୟାନରେ ପନିପରିବା ନେଇ ଝିରିପାଣି ହାଟକୁ ଯାଇଥିଲେ । ହେଲେ ଆଉ ଘରକୁ ନଫେରିବାରୁ ତା' ପରଦିନ ଅର୍ଥାତ ଗତ ୧ ତାରିଖରେ ଝିରିପାଣି ଥାନାରେ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗତ ୩ ତାରିଖରେ ଗାଁର ଶତାଧିକ ମହିଳା ଝିରିପାଣି ଥାନାରେ ଧାରଣା ଦେବା ସହ ଗତ ୭ ତାରିଖରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ବରେ ଏସପି ଅଫିସ ଘେରାଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦ୍ବିତୀୟ ପତ୍ନୀଙ୍କ ଘରୁ ମିଳିଲା ପ୍ରଥମ ପତ୍ନୀଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ - ଏକତରଫା ପ୍ରେମରୁ ଦୋକାନ ମାଲିକାଣୀଙ୍କୁ ହତ୍ୟା, ଗିରଫ ହେଲା ଅଭିଯୁକ୍ତ କାଠମିସ୍ତ୍ରୀ

ତେବେ ଗତ ଶନିବାର ଦିନ ନିଖୋଜ ମଙ୍ଗଳ ଓରାମଙ୍କ ମୃତ୍ୟୁ ଖବର ମିଳିଥିଲା । ଝାଡ଼ଖଣ୍ଡ ଜଲଡେଗା ପୋଲିସ ଏକ ନାଳ ନିକଟରୁ ମୃତଦେହ ଉଦ୍ଧାର କରି ପରିଚୟ ନମିଳିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପୋତି ଦେଇଥିଲା । ଗତକାଲି ଘଟଣା ସ୍ପଷ୍ଟ ହେବା ପରେ ମୃତଦେହ ଖୋଳାଯାଇ ରାଉରକେଲା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୋଷୀଙ୍କୁ ଧରିବା ଦାବିରେ ଗତକାଲି ରାତିରେ ଝିରିପାଣି ଥାନା ଘେରାଉ କରିଥିଲେ ଶତାଧିକ ମହିଳା ଓ ପୁରୁଷ । ଏନେଇ ପୋଲିସର ପ୍ରତିଶୃତି ପରେ ହଟିଥିଲା ଧାରଣା । ଅନ୍ୟପଟେ ମୃତଦେହ ସତ୍କାର ସରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.