ETV Bharat / state

ନବରଙ୍ଗପୁର ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ, ପାଞ୍ଚ ଗିରଫ

author img

By ETV Bharat Odisha Team

Published : Feb 1, 2024, 8:06 AM IST

ନବରଙ୍ଗପୁର ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ, ପାଞ୍ଚ ଗିରଫ
ନବରଙ୍ଗପୁର ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ, ପାଞ୍ଚ ଗିରଫ

SBI ATM Loot: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହରରେ ଏଟିଏମ୍‌ କାଟି ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ କିଛି ଦୁର୍ବୃତ୍ତ । ହେଲେ ଘଟଣାର ଆଠ ଘଣ୍ଟା ନ ପୁରୁଣୁ ପୋଲିସକୁ ମିଳିଛି ବଡ଼ ସଫଳତା । ଅଧିକ ପଢନ୍ତୁ

ନବରଙ୍ଗପୁର ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ, ପାଞ୍ଚ ଗିରଫ

ନବରଙ୍ଗପୁର: ଏଟିଏମ୍‌ କାଟିଲେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଗତ ରାତିରେ ନବରଙ୍ଗପୁର ସହର ଗାଦୁଆଗୁଡାରେ ଥିବା ଏକ ଏଟିଏମ୍‌କୁ ଗ୍ୟାସ କଟରରେ କାଟି ଲୁଟ କରି ଫେରାର ହେଇଥିଲେ ଦୁର୍ବୃତ୍ତ । ହେଲେ ଘଟଣାର ଆଠ ଘଣ୍ଟା ନ ପୁରୁଣୁ ପୋଲିସ ହାବୁଡ଼ରେ ଲୁଟେରା ଗ୍ୟାଙ୍ଗ । ପୋଲିସ ପିଛା କରିବାରୁ ଛତିଶଗଡ ଆଡ଼କୁ ଯାଉଥିବା ବେଳେ ଡାବୁଗାଁ ନିକଟରେ ଗାଡ଼ି ଚକା ପଞ୍ଚର ହୋଇଥିଲା । ହେଲେ ପୋଲିସ ଘେରାବନ୍ଦୀ କରି ଲୁଟେରା ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଧରିବାକୁ ସଫଳ ହୋଇଛନ୍ତି । ସେମାନଙ୍କ ଅଣ ଓଡ଼ିଆ ହୋଇଥିବା ବେଳେ ଜଣେ ଛତିଶଗଡ଼ ରାୟପୁର ଓ ଚାରି ଜଣ ହରିୟାଣାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ।

ଗତ ରାତି ୨.୨୮ ମିନିଟରେ CG 07 BP 3319 ନମ୍ବରର ଏକ କାର୍ ଯୋଗେ ଦୁର୍ବୃତ୍ତମାନେ ଆସି ,ଗାଦୁଆଗୁଡ଼ାରେ ଥିବା ଏସବିଆଇ ଏଟିଏମ୍‌କୁ ଲୁଟ କରିଥିଲେ । ନିକଟରେ ଥିବା CCTVକୁ ଘୋଡେଇ ଦେଇ ଏଟିଏମ୍ ଭିତରେ ପଶି କଟର ସାହାଯ୍ୟରେ କାଟି ଲକ୍ଷାଧିକ ଚଙ୍କା ଲୁଟ କରିଥିଲେ । କଟରରେ କାଟିବା ବେଳେ ଏଟିଏମ୍‌ରେ ନିଆଁ ଲାଗିଯାଇଥିଲା । ତେବେ କିଛି ଟଙ୍କା ପୋଡି ଯାଇଥିବାରୁ ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ଗୁଡିକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି l ଖବର ପାଇଁ ନବରଙ୍ଗପୁର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

ଏହା ମଧ୍ୟ ପଢନ୍ତୁ ....ବାଲେଶ୍ବରରେ ଏଟିଏମ ତାଡି 20 ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଏହି ଖବର ପୋଲିସ ପାଖରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ପୋଲିସ ଆକ୍ସକୁ ମୋଡ଼କୁ ଆସିଥିଲା । ପୋଲିସ ପାଟ୍ରୋଲିଂ କରି ଲୁଟେରାଙ୍କ ପିଛା କରିଥିଲା । ଲୁଟେରାମାନେ ଲୁଟ୍ ସ୍ଥାନରୁ ୩୦ କିଲୋମିଟର ଦୂର ଡାବୁଗାଁ ନିକଟରେ ଗାଡ଼ି ଖରାପ ହୋଇଯାଇଥିଲା । ଏହାପରେ ଗାଡ଼ିକୁ ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲରେ ଗାଡ଼ି ଛାଡ଼ି ଜଙ୍ଗଲ ଭିତରେ ଲୁଚି ଯାଇଥିଲେ । ଯାହାଫଳରେ ପୋଲିସ ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ହୋଇଥିବା କାର୍, ବ୍ୟବହୃତ ହୋଇଥିବା କଟର ସହ କୋଡ଼ିଏ ଲକ୍ଷ ଟଙ୍କ ଜବତ କରିଥିଲା ।

ଅନ୍ୟପଟେ ନବରଙ୍ଗପୁର ମୁଖ୍ୟ ରାସ୍ତାରେ ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିବା ଏଟିଏମର ଲୁଟକୁ ନେଇ ଲୋକେ ପୋଲିସର କାର୍ଯ୍ୟନୁଷ୍ଠାନ ନେଇ ପ୍ରଶଂସା କରିଛନ୍ତି । ଲୁଟର ମାତ୍ର ଆଠ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ କାବୁ କରିବାକୁ ସଫଳ ହୋଇଛନ୍ତି । ଏସପି ରୋହିତ ବର୍ମା ନିଜେ ଏହି ଅପରେସନର ନେତୃତ୍ଵ ନେଇ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.