ETV Bharat / state

ବାଲେଶ୍ବରରେ ଏଟିଏମ ତାଡି 20 ଲକ୍ଷରୁ ଅଧିକ ଟଙ୍କା ଲୁଟ୍

author img

By ETV Bharat Odisha Team

Published : Jan 11, 2024, 12:18 PM IST

Updated : Jan 11, 2024, 12:46 PM IST

Miscreants loot ATM: ବାଲେଶ୍ବର ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ । ଏଟିଏମକୁ ଗ୍ୟାସ କଟରରେ କାଟି 20 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Miscreants loot money from ATM
ଏଟିଏମ ମେସିନ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଏଟିଏମ ମେସିନ ତାଡି ଲକ୍ଷାଧିକ ଟଙ୍କା ଲୁଟ

ବାଲେଶ୍ବର: ଦିନକୁ ଦିନ ବଢିଚାଲିଛି ଲୁଟ୍, ଡକାୟତି । ବାଲେଶ୍ବରରେ ମାତିଲେଣି ଏଟିଏମ ଲୁଟେରା । ରାତି ଅଧରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଉଣ୍ଟରରେ କଳାକନା ବୁଲାଇଲେ ଲୁଟେରା । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବାଲେଶ୍ବର ଖଇରା ଥାନା ଅଞ୍ଚଳର ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି 20 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆସି ତୁଡିଗଡ଼ିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମ ତାଡି ଟଙ୍କା ନେଇ ଚମ୍ପଟ ମାରିଛନ୍ତି । 6ରୁ ଊର୍ଦ୍ଧ୍ବ ଲୁଟେରା ୨ଟି ଚାରି ଚକିଆ ଗାଡିରେ ଆସି ଟଙ୍କା ଲୁଟ୍ କରିଛନ୍ତି । ଲୁଟ ପରେ ସେମାନେ ଦୁଇଟି ବୋମା ଫୁଟାଇଥିଲେ । ବୋମା ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକ ଉଠିବାରୁ ସେମାନେ ଗାଡିରେ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକ ଖଇରା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଖଇରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ- ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ଧରାପଡ଼ିଲେ ମେଡିକାଲ କର୍ମଚାରୀ

ପ୍ରକାଶ ଥାଉକି, ଖଇରା ଥାନା ଅଞ୍ଚଳରେ ଦୁଇ ମାସ ମଧ୍ୟରେ 15ରୁ ଊର୍ଦ୍ଧ୍ଵ ଚୋରି, ଡକାୟତି ଭଳି ଘଟଣା ଘଟିଥିଲେ ମଧ୍ୟ ପୋଲିସ ଏହାର କୌଣସି ଟେର୍ ପାଇ ପାରିନାହିଁ। ଏମିତିକି ତୁଡିଗଡ଼ିଆ ବଜାରରେ ଦୁଇ ଜଣ ହୋମଗାର୍ଡଙ୍କୁ ଥାନା ପକ୍ଷରୁ ନିୟୋଜିତ କରାଯାଇଥିଲେ ମଧ୍ୟ ଏମିତି ଏଟିଏମ ଲୁଟ ହେବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ସିସିଟିଭି ଫୁଟେଜରୁ ଅନେକ ଘଟଣା ପୋଲିସ ସଂଗ୍ରହ କରି ମଧ୍ୟ ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ ।

କିଛି ଦିନ ପୂର୍ବରୁ ଡଗରପଡା ଅଞ୍ଚଳର ସମାଜସେବୀ ପ୍ରଭାତ କୁମାର ଦଳେଇଙ୍କ ଘରେ କେହି ନଥିବା ବେଳେ କବାଟ ତାଡ଼ି ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି ପ୍ରାୟ 20 ଦିନ ପୂର୍ବରୁ ନହଙ୍ଗ ଗ୍ରାମର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘର ସମେତ ଦୁଇଟି ଘରୁ ଚୋରି ଅଭିଯୋଗ ହୋଇଥିଲା । ଏଥିସହ ଥାନାରୁ 100 ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏତେ ସବୁ ଘଟଣା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 11, 2024, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.