ETV Bharat / state

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗଳାକାଟି ହତ୍ୟା, ପୋଲିସର ତନାଘନା

author img

By ETV Bharat Odisha Team

Published : Mar 14, 2024, 1:46 PM IST

Miscreants Killed Youth
Miscreants Killed Youth

Miscreants Killed Youth: ରାଉରକେଲାରେ ଯୁବକଙ୍କୁ ଗଳାକାଟି ହତ୍ୟା । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

Miscreants Killed Youth

ରାଉରକେଲା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବୀଭତ୍ସ ହତ୍ୟା । ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ । ଗାଁ ସ୍କୁଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ । ମୃତକ ହେଲେ ଲମଟି ଗାଁର ୪୯ ବର୍ଷୀୟ ଦେବାନନ୍ଦ ସୁନ୍ୟାନି । ବୁଧବାର ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ କିଏ ଘଟାଇଲେ ଓ କାରଣ କ'ଣ ତାହା ଜାଣିବାକୁ ପୋଲିସ ତଦନ୍ତ କରୁଛି ।

ବୁଧବାର ସକାଳ ସମୟରେ ସ୍ଥାନୀୟ ଲେକେ ଦେବାନନ୍ଦଙ୍କ ମୃତଦେହ ସ୍କୁଲ ପାଖରେ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ବେଳେ ଏହା ପଛର କାରଣ ପୂର୍ବ ଶତ୍ରୁତା ରହିଥିବା କୁହାଯାଉଛି । ତେବେ କାହା ସହ ମୃତ ଯୁବକଙ୍କ ଶତ୍ରୁତା ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ଯୁବକଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା

ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଦେବାନନ୍ଦଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା । ଏହି କାରଣକୁ ହତ୍ୟାକାଣ୍ଡ ହୋଇଛି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା, ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ଗତ ଫେବୃଆରୀ 14 ତାରିଖରେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ରାଉରକେଲା ସହରରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଭୁଜାଲି ମାଡ଼ କରି ଯୁବକଙ୍କୁ କରାଯାଇଥିଲା ନିର୍ମମ ହତ୍ୟା । ହତ୍ୟା କରିବା ପରେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ 2 ଜଣ ଅଭିଯୁକ୍ତ । ରାଉରକେଲା ସହରର ଝିରପାଣି ଥାନା ଅନ୍ତର୍ଗତ ସେକ୍ଟର ୨୦ ଅଞ୍ଚଳରେ ଘଟିଥିଲା ଏହି ଘଟଣା । ହତ୍ୟା ପଛର ସଠିକ କାରଣ ଜଣାପଡ଼ି ନଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.