ETV Bharat / state

ରାଜଧାନୀରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା, ପୁଣି ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ - Theft From Apartment

author img

By ETV Bharat Odisha Team

Published : Apr 12, 2024, 9:36 PM IST

ଆପାର୍ଟମେଣ୍ଟରୁ ଲୁଟ୍
ଆପାର୍ଟମେଣ୍ଟରୁ ଲୁଟ୍

Miscreants Theft Money And Ornaments: ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଚିନ୍ତା ବଢାଇଲେ ଆପାର୍ଟମେଣ୍ଟ ଲୁଟେରା। ସୁରକ୍ଷା ଢିଲା ଦେଖି ବୁଲାଇଲେ କଳା କନା। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏଭଳି ଆତଙ୍କ ରଚିଛନ୍ତି ଲୁଟେରା। ନବବିବାହିତ ଦମ୍ପତିଙ୍କର ସବୁ ଗହଣା ନେଇ ଛୁ ମାରିଛନ୍ତି । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଅଭିଯୋଗ ଅନୁସାରେ‌, ରାତିରେ ଘରେ କେହି ନଥିବାବେଳେ ଘର ବାହାରୁ ତାଲା ପଡ଼ିଥିଲା । ହେଲେ କବାଟ ଭାଙ୍ଗି ଘର ଭିତରେ ପଶି ଲୁଟ ପାଟ୍ କରିଛନ୍ତି ଦୁବୃର୍ତ୍ତ । ଘର ଭିତରେ ଥିବା ସମସ୍ତ ସମସ୍ତ ଟଙ୍କା ଓ ଗହଣା ନେଇ ଛୁ ମାରିଛନ୍ତି। ଲୁଟ ଗହଣା ପାଖାପାଖି ୬ଲକ୍ଷ ଟଙ୍କାର ହେବ ବୋଲି ଅଭିଯୋଗ ହୋଇଛି । ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଯାଞ୍ଚ କରିଛି ।

ଆପାର୍ଟମେଣ୍ଟରୁ ଲୁଟ୍
ଆପାର୍ଟମେଣ୍ଟରୁ ଲୁଟ୍

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଆପାର୍ଟମେଣ୍ଟରେ ସୁରକ୍ଷା କର୍ମୀ ନଥିବାବେଳେ କୋୖଣସି ପାଚେରୀ ମଧ୍ୟ ନାହିଁ । ଫଳରେ ଘର ପଛ ବିଲ ପଟେ ଆସି ଲୁଟେରା ଆପାର୍ଟମେଣ୍ଟରେ ପଶିଛନ୍ତି। ଆଉ ଚତୁର୍ଥ ମହଲାରେ ଥିବା ୪୦୪ ନମ୍ବର ଆପାର୍ଟମେଣ୍ଟରୁ ଘର ବାହାର ପଟୁ ତାଲା ପଡିଥିବା ଦେଖି ତାଲା କାଟିବା ସହ ଘର ଭିତରେ ପଶି କଳା କନା ବୁଲାଇଛନ୍ତି। ଏପରିକି ସିସିଟିଭି ନଥିବାରୁ ପୋଲିସ ଲୁଟେରାଙ୍କ ହାବଭାବ ଦେଖିବା ପୋଲିସ ପାଇଁ କଷ୍ଟକର ହୋଇଛି। ଏଭଳି ଘଟଣା ପରେ ପୋଲିସର ଟେନସନ ବଢିଛି। ସେହିପରି ପାହାଳ ଥାନା ଅଞ୍ଚଳରେ ମଧ୍ୟ‌ ଏକ ଡୁପ୍ଲେକ୍ସ ଘରୁ ଚୋରି ହୋଇଛି ସୁନା ଗହଣା ଓ ଅଳଙ୍କାର । ତେବେ ପୋଲିସ ପାଇଁ ଏଭଳି ଲୁଟେରାଙ୍କୁ କାବୁ କରିବା କଷ୍ଟକର ହୋଇଛି।

ଆପାର୍ଟମେଣ୍ଟରୁ ଲୁଟ୍
ଆପାର୍ଟମେଣ୍ଟରୁ ଲୁଟ୍

ଏହା ବି ପଢନ୍ତୁ...ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ - ROBBERY IN PIPILI


ଭୁବନେଶ୍ୱରରେ ଏବେ ଆତଙ୍କ ରଚିଛନ୍ତି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ। ବୁଧବାର ପାହାଳରେ ୩ଟି ଫ୍ଲାଟରୁ ଚୋରି କରିଥିଲେ ଲୁଟେରା। ଆଉ ସାମ୍ନାକୁ ଆସିଥିଲା କେଳା ଗ୍ୟାଙ୍ଗ। କାରଣ ଗତ ବର୍ଷ ଅକ୍ଟୋବର ମାସରେ ଏହି ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ପୋଲିସ।ସେତେବେଳେ ଧଉଳି ଓ ବାଲିଅନ୍ତା ଓ ପାହାଳ ଅଞ୍ଚଳରେ ଆତଙ୍କ ରଚିଥିଲେ। ୨୨ଟି କେସରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଥିଲା । ତେବେ ପୁଣି ଏହି ଗ୍ୟାଙ୍ଗ ପାହାଳ ଓ ଇନଫୋସିସ ଅଞ୍ଚଳରେ ଆତଙ୍କ ରଚିଥିବା ପୋଲିସ ସନ୍ଦେହ କରୁଛି । କାରଣ ଏହି ଗ୍ୟାଙ୍ଗ ଏବେ ଦିଲ୍ଲୀ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଚେନ୍ନାଇରେ ଆତଙ୍କ ରଚିଥିବା ପୋଲିସ ପକ୍ଷରୁ କୁହାଯାଇଛି ।ବିଶେଷ କରି ସେମାନେ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମୟୂରଭଞ୍ଜ, ଯାଜପୁର ଅଞ୍ଚଳର ସକ୍ରିୟ ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.