ETV Bharat / state

ସୀମା ଟପୁଛନ୍ତି ଅପରାଧି, ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ମହିଳା ଗୁରୁତର - Miscreants Attacks Women

author img

By ETV Bharat Odisha Team

Published : Mar 30, 2024, 11:58 AM IST

Miscreants Attacks Women
Miscreants Attacks Women

Miscreants Attacks Women: ବୌଦ୍ଧ ଜିଲ୍ଲା ସଦର ମହକୁମାରେ ୩ ଜଣ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ସୀମା ଟପୁଛନ୍ତି ଅପରାଧି

ବୌଦ୍ଧ: ଅଶାନ୍ତ ହେବାରେ ଲାଗିଛି ଜିଲ୍ଲା ସଦରମହକୁମା । ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳା ଗୁରୁତର । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାରେ ସାନ୍ଧ୍ୟ ଭ୍ରମଣରୁ ଫେରୁଥିବା ବେଳେ ୩ ଜଣ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ବେଳେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସଦର ମହକୁମା ନୂଆସାହି ଠାରେ ଅଘଟଣ ଘଟିଛି । ୩ଜଣ ମହିଳା ସାନ୍ଧ୍ୟ ଭ୍ରମଣରୁ ନୂଆସାହି ଛକ ଦେଇ ଫେରୁଥିଲେ । ସେହି ସମୟରେ ଜଣେ ଦୁର୍ବୃତ୍ତ ପଛରୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସିରିଜ ଭାବରେ ତିନି ଜଣ ମହିଳାଙ୍କୁ ଆକ୍ରମଣ କରିଥିଲା । ସେଠାରେ ଦୁର୍ବୃତ୍ତ ଜଣକ ଜଣେ ମହିଳାଙ୍କୁ ମୁଣ୍ଡକୁ ଓ ହାତକୁ ଖଣ୍ଡାରେ ଆକ୍ରମଣ କରିଥିଲା । ଏହି ଘଟଣା ପରେ ଦୁର୍ବୃତ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସେପଟେ ବୌଦ୍ଧ ପୋଲିସ ଏଭଳି ଅଭାବନୀୟ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା

ବୌଦ୍ଧ ଜିଲ୍ଲା ସଦର ମହକୁମା ଆଦର୍ଶ ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିରରେ ଚୋରି ମାମଲା ଧିରେ ଧିରେ କମୁଛି । କିନ୍ତୁ ଅନେକ ସ୍ଥାନରେ ମଦ୍ୟପ, ମାନସିକ ରୋଗୀ, ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଗୁରୁବାର ସଂଧ୍ୟାରେ ବୁଟୁପାଲି ଠାରେ ପୂର୍ବ ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା । ଫଳରେ ବୁଟୁପାଲି ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ଅଧିବାସୀ ଅବରୋଧ କରିବା ସହିତ ଅପରାଧୀଙ୍କୁ ପୋଲିସ ଧରିବାକୁ ଦାବି କରିଥିଲେ । ଶୁକ୍ରବାର ଉକ୍ତ ମାମଲାକୁ ବୌଦ୍ଧ ପୋଲିସ ଉଭୟ ଗୋଷ୍ଠୀଙ୍କ ମିଳାମିଶା କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.