ETV Bharat / state

ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା - Miscreants Attacks People

author img

By ETV Bharat Odisha Team

Published : Mar 26, 2024, 10:53 PM IST

Miscreants Attacks People In Bhubaneswar: ହୋଲିରେ ରାଜଧାନୀରେ ଅସାମାଜିକ ତତ୍ତ୍ବଙ୍କ ଗୁଣ୍ଡାଗର୍ଦ୍ଦି । ଲୋକଙ୍କୁ ଆକ୍ରମଣ ଓ କାର ଭଙ୍ଗାରୁଜା ସହ ବାଇକ ଭାଙ୍ଗି ଖେଳାଇଲେ ଆତଙ୍କରାଜ । ଅଧିକ ପଢନ୍ତୁ

ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା
ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା

ରାଜଧାନୀରେ ଖେଳିଲେ ରକ୍ତର ହୋଲି, ନୟାପଲ୍ଲୀ ଗଡ଼ସାହିରେ ବୁଲିଲା ଖଣ୍ଡା

ଭୁବନେଶ୍ବର: ହୋଲିରେ ଅଶାନ୍ତ ହୋଇଛି ରାଜଧାନୀର ନୟାପଲ୍ଲୀ ଗଡସାହି । ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର ଭଙ୍ଗାରୁଜା ସହ ବାଇକ ଭାଙ୍ଗି ଖେଳାଇଲେ ଆତଙ୍କରାଜ । ଆଜି ଏହି ଅପରାଧ ଅପରାହ୍ନ ୪ଟା ସମୟରେ ହୋଇଥିବା ବେଳେ ଏ ନେଇ ନୟାପଲ୍ଲୀ ଥାନାରେ ହୋଇଛି ୫ଟି ଅଭିଯୋଗ ରୁଜୁ ।

ଅଭିଯୋଗ କାରୀଙ୍କ ସୁଚନା ମୁତାବକ ଦିନ ପ୍ରାୟ ୪ଟା ସମୟରେ ଗ୍ୟାଙ୍ଗ ଧରି କିଛି ଅସାମାଜିକ ଯୁବକ ଖଣ୍ଡା ଭୁଜାଲି ଧରି ନୟାପଲ୍ଲୀ ବ୍ରିଟ କଲୋନି ପଟୁ ପଶିଥିଲେ । ପରେ ନୟାପଲ୍ଲୀ ଗଡ଼ ସାହି ପରେ ଏକ ପାର୍ଟି ଅଫିସ ସାମ୍ନା ଦେଇ ଯିବା ପରେ ପୋଖରୀ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଚାଲିଲେ । ରାସ୍ତାରେ ଯିବା ସମୟରେ ଯାହାକୁ ପାରିଲେ ଆକ୍ରମଣ କଲେ । ଯିଏ ଅବରୋଧ କଲେ ତାକୁ ହାଣି ରକ୍ତାକ୍ତ କଲେ । ଫଳରେ ଯିଏ ଦେଖିଲେ ଘରେ ଲୁଚିଲେ । ଏପରିକି କିଛି ଯୁବକକୁ ମଧ୍ୟ ଗୋଡେଇ ଆକ୍ରମଣ ସହ ଘରେ ପଶି ଭଙ୍ଗାରୁଜା ଓ ଆକ୍ରମଣ କରିଥିଲେ । ଏନେଇ ପ୍ରାୟ ୬ରୁ ୭ଜଣ ପୁରୁଷ ମହିଳା ଓ ଯୁବକ ଆହାତ ହୋଇଥିବା ବେଳେ କାର ଗୋଟିଏ ବାଇକ ଗୋଟିଏ କିଛି ଘରର କବାଟ ଭାଙ୍ଗି ଗୁଣ୍ଡ କରିଛନ୍ତି । ଏନେଇ‌ ଆହାତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ସହ ଆଉ କିଛି ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼ - Bomb Blast In Sambalpur

ଅଭିଯୋଗକାରୀ ବୀଣା ଖୁଣ୍ଟିଆଙ୍କ କହିବା ମୁତାବକ କିଛି ବୁଝିବା ପୁର୍ବରୁ ଅସାମାଜିକ ଗୋଷ୍ଠୀ ଘରେ ପଶି ଦର୍ପଣ ଆଲମାରି ସବୁ ଭାଙ୍ଗିଥିଲେ ଘରେ ଆସବା ପତ୍ର ଖେଳାଇଦେଇ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ । ଆକ୍ରମଣରୁ ବର୍ତ୍ତିବାକୁ ମା ଅଟକାଇବାକୁ ଚେଷ୍ଟା କରି କବାଟ ଦେଇ ଲୁଚିବାକୁ ଚେଷ୍ଟା କରିଥିଲେ ମଧ୍ୟ କବାଟକୁ ଧକ୍କା ପକାଇ ଆକ୍ରମଣ କରିଥିଲେ ଫଳରେ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ସେହିପରି ଅନ୍ୟ ଜଣେ ଅଭିଯୋଗକାରୀ ରାମଚନ୍ଦ୍ର ଟୁଡୁ ଅଭିଯୋଗ କରିଛନ୍ତି, ତାଙ୍କ ମାମୁଁଘରକୁ ହୋଲି ପାଇଁ ଆସିଥିଲେ‌ । ନିଜର ଏକ କାର ବାହାରେ ରଖିଥିବା ବେଳେ ସେମାନେ ଏତେ ଭୟଙ୍କର ଭାବରେ ଖଣ୍ଡା ଭୁଜାଲିରେ ‌ଆକ୍ରମଣ କରି ଭାଙ୍ଗି ଭାଙ୍ଗି ଯାଉଥିଲେ ଫଳରେ ତାଙ୍କ କାର ମଧ୍ୟ କାଚ ଭାଙ୍ଗି ଚୁର ହୋଇଛି । ସେହିପରି ଅନ୍ୟ କିଛି ଯୁବକଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ତ କାହାର ଚେନ ଛିଣ୍ଡାଇ ନେଇଛନ୍ତି । ଏନେଇ ସିସିଟିଭି ଫୁଟେଜ ମଧ୍ୟ ପୋଲିସକୁ ଦେଇଛନ୍ତି ।

ସେପଟେ ପୋଲିସ ଏହାର ତଦନ୍ତ କରିଛି ସ୍ପଟ୍ ଭେରିଫିକେସନ ସହ କିଛି ଯୁବକଙ୍କୁ ସିସିଟିଭିରୁ ଚିହ୍ନଟ କରିଛି । ସେମାନେ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି । ପୋଲିସର ସୁଚନା ଅନୁସାରେ ପୂର୍ବଶତୃତାକୁ ନେଇ ଏପରି ଘଟଣା ଘଟିଛି । ଏନେଇ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଯୁବକ ବୋଲି ପୋଲିସ ଅନୁମାନ କରୁଛି । ତେବେ ଗୋଟିଏ ପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଅସାମାଜିକ ଯୁବକଙ୍କୁ ଗିରଫ କରାଯାଉଛି । ୧୧୦ ଓ ତଡିପାର ଭଳି ଏନବିଓଡବ୍ଲୁ ଓ୍ବାରେଣ୍ଟ ଥିଲେ ପୋଲିସ ଗିରଫ କରୁଛି । ତଥାପି ଏମାନେ କିପରି କେଉଁ ଗୋଷ୍ଠୀର ଯୁବକ ଅଟନ୍ତି ଏଯାବତ କାହିଁକି ଗିରଫ ଯାଇନାହିଁ । ଏନେଇ ନିର୍ବାଚନ ପୂର୍ବରୁ ସହର ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.