ETV Bharat / state

ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼ - Bomb Blast In Sambalpur

author img

By ETV Bharat Odisha Team

Published : Mar 26, 2024, 9:28 PM IST

Updated : Mar 26, 2024, 11:06 PM IST

Bomb Attack In Sambalpur: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ଏକ ଧର୍ମ ଅନୁଷ୍ଠାନ ସମ୍ମୁଖକୁ ବୋମା ମାଡ଼ । ଅଧିକ ପଢ଼ନ୍ତୁ...

Bomb Attack In Sambalpur
Bomb Attack In Sambalpur

ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼

ସମ୍ବଲପୁର: ପୁଣି ଅଶାନ୍ତ ହେଲା ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର । ଆଜି (ମଙ୍ଗଳବାର) ସନ୍ଧ୍ୟା ସମୟରରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ପୀର ବାବା ଛକ ନିକଟରେ ଏକ ଧର୍ମ ଅନୁଷ୍ଠାନ ସମ୍ମୁଖକୁ ବୋମା ମାଡ଼ କରାଯାଇଛି । ଏହି ବୋମା ମାଡ଼ରେ ଏକ ବୁଲେଟ ଗାଡ଼ି ନଷ୍ଟ ହେବା ସହ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ସାଢେ 7 ଟା ସମୟରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ଏକ ଧର୍ମ ଅନୁଷ୍ଠାନ ସମ୍ମୁଖକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ କେହି ମୃତାହତ ହୋଇନଥିବା ବେଳେ 3 ଜଣ ବ୍ୟକ୍ତି ଆହତ ହୋିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ବୋମା ମାଡ଼ ଫଳରେ ବୋମା ଏକ ବୁଲେଟ୍‌ ଉପରେ ପଡ଼ିବା ଦ୍ବାରା ବୋମା ମାଡ଼ରେ ଗାଡିର ପଛ ସିଟ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେପଟେ ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି । ଏହାସହ ବୋମା ମାଡ଼ କରିଥିବା ଅଭିଯୁକ୍ତମାନଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଏହା ମଧ୍ୟ ପଢ଼ନ୍ତୁ...ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ

ଏହା ମଧ୍ଯ ପଢ଼ନ୍ତୁ...ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ, 2 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଅନ୍ୟପକ୍ଷେ, ବୋମାମାଡ଼ ହୋଇଥିବା ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଏସପି ମୁକେଶ ଭାମୁ ପହଞ୍ଚିଥିବା ବେଳେ ବ୍ୟପାକ ପୋଲିସ ମୁତୟନ ହୋଇଛନ୍ତି । ତେବେ କିଏ ଓ କାହିଁକି ଏଭଳି ବୋମା ମାଡ଼ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ିନଥିବା ବେଳେ ଏନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ସେପେଟେ କୌଣସି ସାମ୍ପ୍ରଦାୟିକ ଉତ୍ତେଜନାକୁ ଏଡେଇବା ପାଇଁ ପୋଲିସ ଚେଷ୍ଟା କରୁଥିବା ଚର୍ଚ୍ଚା ହେୁଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Mar 26, 2024, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.