ETV Bharat / state

ଦାଦନଙ୍କ ଦୁର୍ଦ୍ଦଶା: ତେଲେଙ୍ଗାନାରୁ ଫେରିଲା ବାପାର ମୃତଦେହ, ଇଟା ଭାଟିରେ ବନ୍ଧାପଡ଼ିଛି ଝିଅର ମୁଣ୍ଡ

author img

By ETV Bharat Odisha Team

Published : Feb 5, 2024, 1:59 PM IST

ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ
ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

Migrant worker death : ବଲାଙ୍ଗୀରରେ ଉତ୍କଟ ରୂପ ନେଉଛି ଦାଦନ ସମସ୍ୟା । ପିଛା ଛାଡୁନି ଦାଦନ ମୃତ । ପୁଣି ଜଣେ ଶ୍ରମିକଙ୍କ ମୃତ । କ୍ଷତିପୂରଣ ଦାବିରେ ଧାରଣାରେ ପରିବାର ଲୋକ । ଅଧିକ ପଢନ୍ତୁ

ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ବଲାଙ୍ଗୀର: ଜିଲ୍ଲାରେ ପିଛା ଛାଡ଼ୁନି ଦାଦନ ଦୁଃଖ । ଦିନକୁ ଦିନ ଜିଲ୍ଲାରେ ଦାଦନକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି । କାମ ପାଇଁ ଘରଛାଡ଼ି ଯାଇଥିବା ଦାଦନ ଶ୍ରମିକର ନିର୍ଯାତନାରେ ମୃତ୍ୟୁ ହୋଇଥିବା ଅଭିଯୋଗ । ସେପଟେ ମୃତକଙ୍କ ନାବାଳିକା ଝିଅ ଟଙ୍କା ପାଇଁ ବାହାର ରାଜ୍ୟର ଇଟା ଭାଟି ମାଲିକ ପାଖରେ ବନ୍ଧା ପଡ଼ି ଥିବାର ଆସିଛି ଗୁରୁତର ଅଭିଯୋଗ ହୋଇଛି । ତେଣୁ ଝିଅକୁ ଉଦ୍ଧାର ଓ ମୃତ ଦାଦନ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ବେଲପଡା ବ୍ଲକ ସୁଲେକେଲା ଗ୍ରାମରୁ ଆସିଛି।

ଅଭିଯୋଗ ଅନୁସାରେ, ଏଠିକାର ଗରିବ ଦାଦନ ଶ୍ରମିକ କାହ୍ନୁ ମଲ୍ଲିକ ସୁଦୁର ତେଲେଙ୍ଗାନାକୁ ପରିବାର ବର୍ଗ ସହ ଦାଦନ ଖଟି ଯାଇଥିଲେ । ହେଲେ ସେଠି ଭାଟି ମାଲିକର ନିର୍ଯାତନା ଯୋଗୁଁ ତାଙ୍କ ଦେହ ଅସୁସ୍ଥ ହେଇଥିଲା। ଦେହ ଅସୁସ୍ଥ ହେଇଥିବା ସତ୍ତ୍ବେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇଥିଲା । ଫଳରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଯାହା ପରେ ଉକ୍ତ ଭାଟି ମାଲିକ କାହ୍ନୁ ମଲ୍ଲିକଙ୍କୁ ଘରକୁ ପଠେଇ ଦେଇଥିଲେ । ତେବେ ଘରେ ପହଞ୍ଚିବା ପରେ କାହ୍ନୁ ମଲ୍ଲିକଙ୍କର ମୃତ୍ୟୁ ହୋଇଥିଲା । ସେପଟେ ମୃତ ଦାଦନ ଶ୍ରମିକର ୧୨ ବର୍ଷର ଝିଅ ଅଙ୍କିତା ମଲ୍ଲିକଙ୍କୁ ଭାଟି ମାଲିକ ଓ ଦାଦନ ସର୍ଦ୍ଦାର ଟଙ୍କା ପାଇଁ ବନ୍ଧକ ରଖିଥିବା ର ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ-ପିଛା ଛାଡୁନି ଦାଦନ ଦୁଃଖ, ଆଖି ବୁଜିଲେ ଦୁଇ ସମ୍ପର୍କୀୟ ଭାଇ

ଏନେଇ ମୃତ ଦାଦନ ଶ୍ରମିକର ପରିବାର ବର୍ଗ ତାଙ୍କ ଜମି ବିକି ୫୦ ହଜାର ଟଙ୍କା ଦେବା ସତ୍ତ୍ବେ ଅଙ୍କିତାକୁ ଛାଡ଼ୁନାହିଁ ଭାଟି ମାଲିକ । ଏନେଇ ଗତକାଲି(ରବିବାର) ଗ୍ରାମବାସୀ ଓ ପରିବାର ବର୍ଗ ମୃତଦେହ ରଖି ଗାଁରେ ଧାରଣା ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନାବାଳିକା ଝିଅକୁ ଶୀଘ୍ର ଉଦ୍ଧାର ଦାବି କରିଛନ୍ତି। ସେପଟେ ବେଲପଡ଼ା ବିଡ଼ିଓ ଓ ପୋଲିସ୍ ଯାଇ ଆନ୍ଦୋଳନକାରୀଙ୍କ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ଫିଟି ପାରିନାହିଁ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.