ETV Bharat / state

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମାତୃଶକ୍ତି ସମ୍ମିଳନୀ ଆୟୋଜିତ, ନାରୀଙ୍କ ଭୂମିକା ଉପରେ ଚର୍ଚ୍ଚା

author img

By ETV Bharat Odisha Team

Published : Jan 28, 2024, 3:45 PM IST

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମାତୃଶକ୍ତି ସମ୍ମିଳନୀ  'ତପସ୍ବିନୀ'  ଆୟୋଜିତ
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମାତୃଶକ୍ତି ସମ୍ମିଳନୀ 'ତପସ୍ବିନୀ' ଆୟୋଜିତ

Matrushakti Sammilani organised by VHP in sonepur: ସୁବର୍ଣ୍ଣପୁର ସହରରେ ବିଶ୍ବ ହିନ୍ଦୁ ପରିଷଦର ମହିଳା ଶାଖା ପକ୍ଷରୁ ମାତୃ ଶକ୍ତି ସମ୍ମିଳନୀ ଆୟୋଜିତ । ଭାରତୀୟ ପରମ୍ପରା ଓ ସଂସ୍କୃତିରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା । ଅଧିକ ପଢନ୍ତୁ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମାତୃଶକ୍ତି ସମ୍ମିଳନୀ 'ତପସ୍ବିନୀ' ଆୟୋଜିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ସଂସ୍କୃତି ଭବନଠାରେ ଆଜି ମାତୃ ଶକ୍ତି ସମ୍ବିଳନୀ 'ତପସ୍ବିନୀ' ଆୟୋଜିତ ହୋଇ ଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ମହିଳା ଶାଖା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଶକ୍ତିର ଆଲୋଚନା କରିଥିଲେ । ପୁରୁଷମାନଙ୍କ ତୁଳନାରେ ମହିଳା କୌଣସି ଗୁଣରେ କମ ନୁହଁନ୍ତି । ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ଅସୀମ ଧୈର୍ଯ୍ୟ, ସହନଶୀଳତା ରହିଥିବା ବେଳେ ପରାକ୍ରମ ବି ରହିଛି । ବୀରାଙ୍ଗନାମାନେ ଦେଶର ସ୍ୱାଧୀନତା ମୁକ୍ତି ସଂଗ୍ରାମରେ ସାମିଲ ହୋଇ ନିଜର ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇଛନ୍ତି । ସେହିପରି ମହିଳା ସବୁ ସମୟରେ ସ୍ନେହ ,ଶ୍ରଦ୍ଧା ଓ ଆଦର କରି ପରକୁ ଆପଣାର କରି ସଂସାର କରିବାରେ ଭାରତୀୟ ନାରୀ ସବୁ ସମୟରେ ନିଜର ପରିଚୟ ଦେଇଛି ବୋଲି ମୁଖ୍ୟ ଅତିଥି ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ମିସ୍ ଟିନ ଇଣ୍ଡିଆ ବିଜୟିନୀ, ବିଦେଶରେ ନାଁ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ


ସେହିପରି ସମ୍ମାନିତ ଅତିଥି ଭାବେ ସୁନିତା ତ୍ରିପାଠୀ ଯୋଗ ଦେଇ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମହିଳାଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରି ପ୍ରତିଭାର ବିକାଶ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କହିଥିଲେ । ତେବେ ଆଜିର ଏହି 'ତପସ୍ୱିନୀ' ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା ଓ କଲେଜ ଛାତ୍ରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଦେଶ ଓ ଜାତିର ବିକାଶ ପାଇଁ ମହିଳା ଶକ୍ତିର ବିକାଶର ଆବଶ୍ୟକତା ରହିଛି । ଦେଶର ସୁରକ୍ଷାରୁ ଆରମ୍ଭ କରି ଦେଶରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ରାଷ୍ଟ୍ରର ସୁରକ୍ଷା, ରାଷ୍ଟ୍ରର ବିକାଶ ତଥା ରାଷ୍ଟ୍ର ଶାସନରେ ମହିଳାଙ୍କ ଶକ୍ତିର ଉପଯୋଗ ଆବଶ୍ୟକ ବୋଲି ଅନ୍ୟାନ୍ୟ ଅତିଥିମାନେ ନିଜର ମତ ପ୍ରକାଶ କରିଥିଲେ । ନିଜ ସହିତ ନିଜ ପରିବାର ସୁରକ୍ଷିତ ଭବିଷ୍ୟତ ସହିତ ନିଜ ପ୍ରତିଭାର ବିକାଶ ପାଇଁ ସବୁ ସମୟରେ ମହିଳା ବର୍ଗ ପ୍ରୟାସ କରୁଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମହିଳା ସଶକ୍ତିକରଣ କରଣ ପାଇଁ ସାମାଜିକ, ଆର୍ଥିକ, ରାଜନୈତିକ, ସାଂସ୍କୃତିକ ସୁରକ୍ଷା ଓ ସହଯୋଗ ଜରୁରୀ ହୋଇ ପଡ଼ିଥିବା ମହିଳା ମାତୃ ଶକ୍ତି ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.