ବିଜେଡ଼ିରେ ଶିବିରରେ ଶେମିଳିଗୁଡାର ପୂର୍ବତନ ଅଧ୍ୟକ୍ଷ ରୋବେଲ କଡମ - BJD JOINING PROGRAM

author img

By ETV Bharat Odisha Team

Published : Apr 18, 2024, 10:47 PM IST

ବିଜେଡ଼ିରେ ଶିବିରରେ ଶେମିଳିଗୁଡାର ପୂର୍ବତନ ଅଧ୍ୟକ୍ଷ ରୋବେଲ କଡମ

BJD JOINING PROGRAM: ଶେମିଳିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡମ ଆଜି ବିଜେଡିରେ ସାମିଲ ହୋଇଛି । ତାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଶଙ୍ଖ ଶିବିରରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେଡ଼ିରେ ଶିବିରରେ ଶେମିଳିଗୁଡାର ପୂର୍ବତନ ଅଧ୍ୟକ୍ଷ ରୋବେଲ କଡମ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଶେମିଳିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡମ ଆଜି ବିଜେଡିରେ ସାମିଲ ହୋଇଛି । ତାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିରେ ସାମିଲ ହୋଇଥିବା ରୋବେଲ କଡମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରିଛନ୍ତି । ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା ରୋବେଲ କଡମ କହିଛନ୍ତି ," ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ମୁଁ ପ୍ରଭାବିତ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ । ତେଣୁ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ଗ୍ରହଣ କରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ବିଜେଡିର ପଟାଙ୍ଗିର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ କହିଛନ୍ତି ଯେ, ବିଭିନ୍ନ ଦଳର ୨୪ ଜଣ ନେତା ଆମ ଦଳରେ ସାମିଲ ହୋଇଛନ୍ତି । ଆମ ପରିବାରର ସଦସ୍ୟ ହୋଇଛନ୍ତି । ସେମାନଙ୍କୁ ସମସ୍ତ ସୁବିଧା ଓ ସୁଯୋଗ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ସହ ୫ଟିର କାର୍ଯ୍ୟକ୍ରମ ମୋତେ ଅନୁପ୍ରାଣିତ କରିଛି ବୋଲି କହିଛନ୍ତି ନବ ମିଶ୍ରିତ ସମାଜସେବୀ ରଞ୍ଜିତ କୁମାର ପାଙ୍ଗୀ ।

ଏହା ମଧ୍ୟ ପଢନ୍ତୁ ....କମଳାକାନ୍ତ ପାଣ୍ଡେଙ୍କ ଘର ବାହୁଡା - BJD Joining Program


ସେହିଭଳି ବିଜେଡିରେ ସାମିଲ ହେବା ପରେ ସରକାରୀ ପ୍ରଶାସକ ଗୋପାଳ ଚନ୍ଦ୍ର ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ମୋତେ ବିଜେଡିରେ ମିଶିବା ପାଇଁ ଅନୁପ୍ରାଣିତ କରିଛି । ଏହି ମିଶ୍ରଣ ପର୍ବରେ ପ୍ରତାପ କୁମାର ଚୌଧୁରୀ, ସୀତାକାନ୍ତ ନାୟକ, ହରି ଗନ୍ଦାରୀ, ପୂର୍ଣ୍ଣ ଗୁନ୍ଥା, ପରମେଶ ପାଙ୍ଗୀ, ରଂଜନ ଖାରା, ଉଧବ ମୁଦୁଲି, ରଞ୍ଜୁ ଜାନି, ପୁରବ କୁଲଦୀପ, ସୁକୁମାର ବିଶ୍ୱାଳ, ନରସିଂହ ପଣ୍ଡା, ଟୁଲା ଲୁଲୁରା, ମାମିନା ଖୀନବୁଡି, ମୋହନ ରାୟ ଖୁନବୁଡି, ଦାମୋଦର କିଶାନୀ, ଲାଇଚନ ପାଙ୍ଗୀ, ରବିନ୍ଦ୍ର ପାଙ୍ଗୀ ଓ ଲବ ହନ୍ତାଲଙ୍କ ସହ ଶତାଧିକ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.