ବୌଦ୍ଧରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ମିଶ୍ରଣ ପର୍ବ, ଶହ ଶହ ବିଜେଡି ନେତା ସାମିଲ - Boudh BJP Joining Program

author img

By ETV Bharat Odisha Team

Published : Apr 20, 2024, 5:43 PM IST

Boudh BJP Joining Program
Boudh BJP Joining Program ()

Boudh BJP Joining Program: ବୌଦ୍ଧରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହେଲା ବଡ଼ ଧରଣର ମିଶ୍ରଣ ପର୍ବ । ପଦ୍ମ ଧରିଲେ ଶହ ଶହ ବିଜେଡି ନେତା ଓ କର୍ମୀ । ଅଧିକ ପଢନ୍ତୁ

ବୌଦ୍ଧରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ମିଶ୍ରଣ ପର୍ବ, ଶହ ଶହ ବିଜେଡି ନେତା ସାମିଲ

ବୌଦ୍ଧ: ବିଜେଡି ଗଡରେ ଧସେଇ ପଶିଲାଣି ବିଜେପି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶହ ଶହ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡି ଗଡରେ କମ୍ପନ ସୃଷ୍ଟି ହୋଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଠାରେ ବିଜେପିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡିର ଅସନ୍ତୁଷ୍ଟ ନେତା ଓ କର୍ମୀ ପଦ୍ମ ଧରିଛନ୍ତି ।

ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ଆଜି ବିଜେଡି ଦଳର ଗଡରେ ଆସିଛି ରୋଚକପୂର୍ଣ୍ଣ ମୋଡ । ମୋଦି ଗ୍ୟାରେଣ୍ଟି ପ୍ରତି ଆକର୍ଷିତ ତଥା ଶାସକ ବିଜେଡି ଦଳରେ ନେତା ଓ କର୍ମୀଙ୍କୁ ଅଣଦେଖା ଯୋଗୁଁ ଆଜି ଶହ ଶହ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ଆଜି ବିଜେଡି ଗଡରେ ବିରୋଧ ବିଜେପିର କାର୍ଯ୍ୟକ୍ରମ ଦେଖି ଚିନ୍ତାରେ ପଡ଼ିଯାଇଛି ଶାସକ ବିଜେଡି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ପରଠାରୁ ଏହି ଆସନ ବିଜେଡି କବଜାରେ ରହିଛି । ତେବେ ଗତ ଦୁଇ ଥର ଏହି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳର ମହୀଧର ରଣା ବିଧାୟକ ଭାବରେ ବିଜୟୀ ହୋଇ ଆସିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ମହୀଧରଙ୍କୁ ତାଙ୍କ ନିଜ ଦଳର ନେତା ଓ କର୍ମୀମାନେ ବିରୋଧ କରି ଆସୁଛନ୍ତି ।

ଏହା ବି ପଢନ୍ତୁ- ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି ନେତା

ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ସୁଦୃଢ଼ ହେବାରେ ଲାଗିବା ସହିତ ତାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଶାସକ ବିଜେଡି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆଉ ଆଗକୁ ସାଧାରଣ ନିର୍ବାଚନ ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଆଜି ଆସିଛି ରୋଚକପୂର୍ଣ୍ଣ ମୋଡ । ଶନିବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରାଠାରେ ବିଜେପିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଶହ ଶହ ସଂଖ୍ୟକ ଅସନ୍ତୁଷ୍ଟ ବିଜେଡି ଦଳର ନେତା ଓ କର୍ମୀମାନେ ବିଜେପି ଦଳରେ ଯୋଗଦେଇଥିଲେ ।

ପ୍ରବଳ ଖରା ଗୁଳୁଗୁଳି ସତ୍ତ୍ବେ ପ୍ରାୟ 4 ହଜାରରୁ ଊର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ ଏହି ସମାବେଶରେ ଯୋଗ ଦେଇଥିବା ବେଳେ ବୌଦ୍ଧ ବ୍ଲକ ଅଧ୍ୟକ୍ଷଙ୍କ ଠାରୁ ନେଇ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ରାଜ୍ୟରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ବହୁ ହେବିୱେଟ ନେତା ବିଭିନ୍ନ ସ୍ଥାନରେ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ୟମ କରୁଛନ୍ତି । ସୂଚନା ଥାଉ କି ଚଳିତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେଡି ଦଳର ଟାଣୁଆ ନେତା ପ୍ରବଣ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.